Dibya Shankar Mishra: ପତ୍ନୀଙ୍କୁ ନେଇ ଏହିଠାରେ ହନିମୁନ୍ କରୁବାକୁ ଯିବେ ବିଧାୟକ ଦିବ୍ୟଶଙ୍କର!
Advertisement
Article Detail0/zeeodisha/odisha1592260

Dibya Shankar Mishra: ପତ୍ନୀଙ୍କୁ ନେଇ ଏହିଠାରେ ହନିମୁନ୍ କରୁବାକୁ ଯିବେ ବିଧାୟକ ଦିବ୍ୟଶଙ୍କର!

Dibya Shankar Mishra: ନିକଟରେ ଦ୍ବିତୀୟ ଥର ପାଇଁ ବିବାହ କରିଛନ୍ତି  ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର। ତେବେ ଭିନ୍ନ ଭିନ୍ନ ପ୍ରସଙ୍ଗ ପାଇଁ ଚର୍ଚ୍ଚାରେ ରହୁଥିବା ବିଧାୟକଙ୍କୁ ନେଇ ଏବେ ଆଉ ଏକ ଚର୍ଚ୍ଚା ମୁଣ୍ତ ଟେକିଛି । ତେବେ ନବ ବିହାହିତା ପତ୍ନୀଙ୍କୁ ନେଇ ଏହି ସ୍ଥାନକୁ ହନିମୁନରେ ଯାଇପାରନ୍ତି ବୋଲି ଏବେ ଲୋକେ  ଚର୍ଚ୍ଚା କରୁଛନ୍ତି ।

 

ସୌ(ସୋସିଆଲ ମିଡିଆ)

Dibya Shankar Mishra: ଗତ ରବିବାର ଦିନ ହାତରୁ ଦୁଇ ହାତ ହୋଇଛନ୍ତି ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେଟେନ ଦିବ୍ୟ ଶଙ୍କର ମିଶ୍ର। ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ବିଧାୟକ। ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ବିଧାୟକ । ପିପିଲି ନିକଟରେ ଥିବା ହୋଟେଲ ଆଭେଞ୍ଜରରେ ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା। ତେବେ ବିବାହ ପୂର୍ବରୁ ସେହିଠାରେ ହିଁ ଉଭୟଙ୍କର ରିଙ୍ଗ ସେରିମନି ହୋଇଥିଲା। ଇତି ମଧ୍ୟରେ ଉଭୟଙ୍କର ରିସେପ୍‌ସନ ପାର୍ଟି ମଧ୍ୟ ବହୁ ଧୁମଧାମରେ ସରିଛି।

ସୂଚନା ଅନୁଯାୟୀ, ବିବାହ ପରଦିନ ବିଧାୟକ ନିଜ ସ୍ତ୍ରୀଙ୍କ ସହ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ତେବେ ବିଧାୟକ ଅତି ତରବରିଆ ହୋଇ ବିବାହ କରିଥିବା ନେଇ ସୋସିଆଲ ମିଡି଼ଆରେ ଜୋରଦାର ଚର୍ଚ୍ଚା ଲାଗିଛି। ଏହାଛଡା଼ ଉବୟଙ୍କର ହନିମୁନ ଡେଷ୍ଟିନେସନକୁ ନେଇ ମଧ୍ୟ ଲୋକ ମାନେ ଚର୍ଚ୍ଚା କରୁଥିବା ନେଇ ଦେଖିବାକୁ ମିଳୁଛି। ଖରା ଦିନ ହୋଇଥିବାରୁ ଉଭୟ କୌଣସି ଥଣ୍ଡା ଜାଗା ଯିବା ନେଇ ଆଲଚନା ହେଉଛି। କୁହାଯାଉଛି ଯେ, ଏହି ନବ ବିବାହିତ ଦମ୍ପତି ମନାଲୀ, ଉଟି, ଥାଇଲାଣ୍ଡ କିମ୍ବା ଦାର୍ଜିଲିଂ ଯାଇ ପାରନ୍ତି। କିନ୍ତୁ ଏ ନେଇ କୌଣସି ସଠିକ୍ ସୂଚନା ମିଳିନାହିଁ।

Also Read- https://zeenews.india.com/hindi/zeeodisha/photo-gallery-bjd-mla-dibya-shankar-mishra-married-second-time/1587549/-1587551

ବିଧାୟକ ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଉଭୟଙ୍କର ଏହା ଦ୍ୱିତୀୟ ବିବାହ ବୋଲି ଜଣାପଡି଼ଛି। ବିଧାୟକ ଦିବ୍ୟ ଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। ତେବେ କୌଣସି କାରଣରୁ ପ୍ରଥମ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେଇଥିଲେ। ତାଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି ଓ ସେ ବିଦେଶରେ ରହି ପାଠ ପଢୁଛନ୍ତି। ତେବେ ପ୍ରିୟଙ୍କା ଅଗସ୍ତି ମଧ୍ୟ ଦିବ୍ୟ ଶଙ୍କରଙ୍କ ନିର୍ବାଚନ ମଣ୍ଡଳୀର ଝିଅ ବୋଲି ସୂଚନା ମିଳିଛି। ପ୍ରିୟଙ୍କାଙ୍କ ଘର ଗୋଲାମୁଣ୍ଡା ବ୍ଲକର ଡେକୋଟା ଗ୍ରାମରେ । ସେ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ସଫ୍ଟଓୟାର ଇଞ୍ଜିନିୟର ଭାବେ କାମ କରୁଛନ୍ତି।

ପ୍ରକାଶଥାଉ କି, ଦିବ୍ୟଶଙ୍କର ମିଶ୍ର (Captain Dibya Shankar Mishra )ନବୀନ ସରକାରରେ ଗୃହରାଷ୍ଟ୍ରମନ୍ତ୍ରୀ ଭଳି ବଡ ଦାୟିତ୍ୱରେ ଥିଲେ। କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ନେଇ ବିବାଦୀୟ ହୋଇପଡ଼ିଥିଲେ ଦିବ୍ୟଶଙ୍କର। ବିରୋଧୀ ଏହାକୁ ନେଇ ବିଧାନସଭାଠୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ତୁମ୍ବିତୋଫାନ କରିଥିଲେ। ଯଦିଓ ସଙ୍ଗେସଙ୍ଗେ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ ଯାଇନଥିଲା। ପରେ କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ବେଳେ ଜୁନାଗଡ ବିଧାୟକ (odisha mla dibya shankar mishra )ମନ୍ତ୍ରୀ ପଦ ହରାଇଥିଲେ।