ବିଜେଡି ବିଧାୟକଙ୍କୁ ବିବାହ ଜିଦ୍ କରି ଆଉ କାହା ହାତ ଧରିନେଲେ ଯୁବତୀ
Advertisement

ବିଜେଡି ବିଧାୟକଙ୍କୁ ବିବାହ ଜିଦ୍ କରି ଆଉ କାହା ହାତ ଧରିନେଲେ ଯୁବତୀ

ମୟୂରଭଞ୍ଜ ଜିଲ୍ଲାର (Mayurbhanj) ଜଣେ ଯୁବତୀ ଗତ ବର୍ଷ ଜାନୁଆରୀରେ ପାଲଲହଡା (Pallahara) ବିଧାୟକଙ୍କ ମୁକେଶ ପାଳଙ୍କ (Mukesh Pal) ଘରକୁ ଆସି ତାଙ୍କୁ ବିବାହ କରିବାକୁ ଜିଦ ଧରି ବସିଥିଲେ। ପରେ ରାତି ପ୍ରାୟ ଦୁଇଟାରେ ପୋଲିସ ବିଧାୟକଙ୍କ ଘରେ ପହଞ୍ଚି ଯୁବତୀ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ।

ସୌ- ସୋସିଆଲ ମିଡିଆ

ମୟୂରଭଞ୍ଜ: ଦିନେ ବିଜେଡି ବିଧାୟକଙ୍କୁ ବିବାହ କରିବାକୁ ଜିଦ୍ ଧରିଥିବା ଯୁବତୀ ଏବେ ଆଉ କାହାର ହାତ ଧରିଛନ୍ତି। ୨୦୨୧ ଜାନୁଆରୀରେ ପାଲଲହଡାରେ ଚାଞ୍ଚଲ୍ୟ ଖେଳାଇଥିବା ମୟୂରଭଞ୍ଜ ଅଞ୍ଚଳର ଆଇନ ଛାତ୍ରୀ ଅନ୍ୟଜଣଙ୍କୁ ବିବାହ କରିଛନ୍ତି। ଶୁକ୍ରବାର ନିଜେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଯୁବତୀ ଜଣକ ଏହାର ସୂଚନା ଦେଇଛନ୍ତି। ଯାହା ପରେ ତାଙ୍କୁ ସୋସିଆଲ ମିଡିଆ ୟୁଜର୍ସମାନେ ଶୁଭେଚ୍ଛା ଜଣାଇଛନ୍ତି। 

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାର (Mayurbhanj) ଜଣେ ଯୁବତୀ ଗତ ବର୍ଷ ଜାନୁଆରୀରେ ପାଲଲହଡା (Pallahara) ବିଧାୟକଙ୍କ ମୁକେଶ ପାଳଙ୍କ (Mukesh Pal) ଘରକୁ ଆସି ତାଙ୍କୁ ବିବାହ କରିବାକୁ ଜିଦ ଧରି ବସିଥିଲେ। ପରେ ରାତି ପ୍ରାୟ ଦୁଇଟାରେ ପୋଲିସ ବିଧାୟକଙ୍କ ଘରେ ପହଞ୍ଚି ଯୁବତୀ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ। ପରେ ଏକ ଗାଡିରେ ବସାଇ ଘରକୁ ପଠାଇ ଦେଇଥିଲେ। ସେପଟେ ବିଧାୟକ ଥାନାରେ ଏକ ମାମଲା ରୁଜୁ କରିଥିଲେ। IPC 448/506 ର Section 20 ଆଧାରରେ ପୋଲିସ ଏଫଆଇଆର ମଧ୍ୟ କରିଥିଲା।

Also Read: ବିଧାୟକଙ୍କୁ ବିବାହ କରିବାକୁ ଯୁବତୀଙ୍କ ଜିଦ, ବିଧାୟକ କହିଲେ ପ୍ରସ୍ତାବ ପଡ଼ିଥିଲା, ହେଲେ ମୁଁ...

ଅଭିଯୋଗ ଅନୁସାରେ, ବିଧାୟକ ମୁକେଶ ପାଳଙ୍କ ଜଣେ ବନ୍ଧୁ ସମ୍ପୃକ୍ତ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ ଦେଇଥିଲେ। ତେବେ ଏହି ବିବାହ ପ୍ରସ୍ତାବକୁ ପରେ ଦେଖିବା ବୋଲି ବିଧାୟକ କହିଥିଲେ। ପରେ ସମ୍ପୃକ୍ତ ଝିଅ ବିଧାୟକଙ୍କ ନମ୍ବର ସଂଗ୍ରହ କରି ଫୋନ କରିଥିଲେ ଏବଂ ସୋସିଆଲ ମିଡିଆରେ ଉଭୟ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ତେବେ ଝିଅ ବାରମ୍ବାର ଫୋନ କରିବାରୁ ବିଧାୟକ କୁଆଡେ ଏଥିରୁ ନିବୃତ୍ତ ରହିବାକୁ ଯୁବତୀଙ୍କୁ କହିଥିଲେ। ବିଧାୟକଙ୍କ ଠାରୁ ଏଭଳି ନାସ୍ତିବାଣୀ ଶୁଣି ସମ୍ପୃକ୍ତ ଯୁବତୀ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବା ସହ ବିବାହ ନକଲେ ଫସାଇଦେବା ଓ ରାଜନୈତିକ କ୍ୟାରିଆର ନଷ୍ଟ କରିଦେବ ବୋଲି ଧମକ ଦେଉଥିଲା ବୋଲି ବିଧାୟକ ମୁକେଶ ପାଳ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ବିଧାୟକଙ୍କ ଏହି ଅଭିଯୋଗ ପରେ ଘଟଣାକୁ ନେଇ ସାରା ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା। କେବଳ ମାସେ ଦୁଇ ମାସ ଫୋନରେ କଥାବାର୍ତ୍ତା, ସୋସିଆଲ ମିଡିଆରେ ଚାଟିଂ ହୋଇଗଲେ କେହି କଣ ଏମିତି କାଣ୍ଡ କରିପାରେ ବୋଲି ସାଧାରଣରେ ଫୁସୁରୁଫାସର ହେଉଥିଲେ। ବିଧାୟକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଆଇନ ଛାତ୍ରୀ ମଧ୍ୟ ପାଲଲହଡା ଥାନାରେ ଏତଲା ଦେଇଥିଲେ। ତାଙ୍କର ଲିଖିତ ଅଭିଯୋଗ ଅନୁସାରେ, ବିବିହା ପ୍ରତିଶୃତି ଦେଇ ବିଧାୟକ ମୁକେଶ ପାଳ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରି କି ବିଧାୟକଙ୍କ ସମର୍ଥକମାନେ ତାଙ୍କୁ ପିଟିବା ସହ ମୋବାଇଲ ଭାଙ୍ଗି ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମାମଲା ରଫଦଫା ହୋଇଯାଇଥିଲା!