Malkangiri News: ଛାତ୍ରାବାସରେ ବାପା ମା ଛେଉଣ୍ଡ ଛାତ୍ରର ମୃତ୍ୟୁ, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଗ୍ରାମବାସୀ
Advertisement
Article Detail0/zeeodisha/odisha1310959

Malkangiri News: ଛାତ୍ରାବାସରେ ବାପା ମା ଛେଉଣ୍ଡ ଛାତ୍ରର ମୃତ୍ୟୁ, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଗ୍ରାମବାସୀ

ମାଲକାଗିରି ଜିଲ୍ଲା ସଦର ବ୍ଲକ ପାଣ୍ଡିପାଣି ଆଶ୍ରମ ବିଦ୍ୟାଳୟରେ ଗତ କାଲି ଜଣେ ନବମ ଶ୍ରେଣୀର ଛାତ୍ର ସାନିଆ ଦୋରା ଅସୁସ୍ଥ ହୋଇ ତାର ପେଟ ବଥା ହୋଇଥିଲା । ତେବେ ଏହି ଘଟଣା ହଷ୍ଟେଲ ବା ସ୍କୁଲରେ ଥିବା କର୍ତୁପକ୍ଷଙ୍କୁ ଜଣା ହୋଇଥିଲା କିନ୍ତୁ ଛାତ୍ରଙ୍କ ଅସୁସ୍ଥ ହେବା ଘଟଣାକୁ ହଷ୍ଟେଲ କର୍ତୁପକ୍ଷ ଗୁରୁତର ସହ ନେଇନଥିଲେ। 

Malkangiri News: ଛାତ୍ରାବାସରେ ବାପା ମା ଛେଉଣ୍ଡ ଛାତ୍ରର ମୃତ୍ୟୁ, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଗ୍ରାମବାସୀ

ମାଲକାନଗିରି: ଶିକ୍ଷାର ବିକାଶ ପାଇଁ ଗାଁ ଗାଁ ରେ ସ୍କୁଲ ସ୍ଥାପନ କରି ଶିକ୍ଷାଦାନ ଦେବା ସହ ପ୍ରତି ପଞ୍ଚାୟତ ରେ ଗୋଟିର ଗୋଟିଏ ହଷ୍ଟେଲ ସ୍କୁଲ କରି ଦୁର ଦୁରନ୍ତ ବା ଅପହଞ୍ଚ ଗାଁ ରୁ ଆସି ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରହି ପାଠ ପଢ଼ିବାର ସୁବିଧା ରାଜ୍ୟ ସରକାର କରିଛନ୍ତି । ଏଥିସହ ହଷ୍ଟେଲ  ସ୍କୁଲ ଗୁଡିକରେ ବାପା ମା ଛେଉଣ୍ଡ ଶିଶୁମାନଙ୍କ ପାଇଁ ମଧ୍ୟ ଅନେକ ସୁବିଧା କରା ଯାଇଛି । ତେବେ ଏହି ହଷ୍ଟେଲ କିପରି ଚାଲିଛି  ଓ ଏଠାରେ ଶିଶୁମାନଙ୍କୁ  କିପରି ସୁବିଧା ମିଳୁଛି ଏହାର ତଦାରଖ ସଠିକ ଭାବେ ହେଉନଥିବା କାରଣରୁ ଅନେକ ସମୟରେ ହଷ୍ଟେଲ କର୍ତୁପକ୍ଷ ଅବହେଳା ଯଗୁଁ ଅନେକ ସମସ୍ୟା ହେବା ସହ ଶିଶୁ ମାନଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ତେବେ ଏଭଳି କିଛି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଛାତ୍ରାବାସରେ । 

ମାଲକାଗିରି ଜିଲ୍ଲା ସଦର ବ୍ଲକ ପାଣ୍ଡିପାଣି ଆଶ୍ରମ ବିଦ୍ୟାଳୟରେ ଗତ କାଲି ଜଣେ ନବମ ଶ୍ରେଣୀର ଛାତ୍ର ସାନିଆ ଦୋରା ଅସୁସ୍ଥ ହୋଇ ତାର ପେଟ ବଥା ହୋଇଥିଲା । ତେବେ ଏହି ଘଟଣା ହଷ୍ଟେଲ ବା ସ୍କୁଲରେ ଥିବା କର୍ତୁପକ୍ଷଙ୍କୁ ଜଣା ହୋଇଥିଲା କିନ୍ତୁ ଛାତ୍ରଙ୍କ ଅସୁସ୍ଥ ହେବା ଘଟଣାକୁ ହଷ୍ଟେଲ କର୍ତୁପକ୍ଷ ଗୁରୁତର ସହ ନେଇନଥିଲେ। ସେହି ଛାତ୍ରକୁ କିଛି ଔଷଧ ଦେଇ ଚୁପ ବସିଗଲେ ହଷ୍ଟେଲ କର୍ତ୍ତୃପକ୍ଷ। ତେବେ ଆଜି ଦେହ ଅଧିକ ଖରାପ ହେବାରୁ ତାକୁ ପ୍ରଥମେ ପାଣ୍ଡ୍ରିପାଣି ଓ ପରେ ମାଲକାନଗିରି ଚିକିସ୍ୟାଳୟକୁ ଅଣାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ତାର ମୃତ୍ୟୁ ଘଟିଥିଲା । ତେବେ କର୍ତ୍ତୃପକ୍ଷଙ୍କ ଅବହେଳା ଯଗୁଁ ଏପରି ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ମୃତ ନବମ ଶ୍ରେଣୀ ଛାତ୍ର ସାନିଆ ଦୋରାର ଘର ପୋଡଭାଟା ଗ୍ରାମ। ବାପା ମା ମୃତ୍ୟୁ ପରେ ଉଛଶିକ୍ଷା ପାଇଁ ତାକୁ ହଷ୍ଟେଲ ରେ ଭର୍ତ୍ତି କରାଯାଇଥାଲା ତେବେ ବର୍ତ୍ତମାନ ଚିକିତ୍ସା ଅଭାବରୁ ହଷ୍ଟେଲରେ ତାର ମୃତ୍ୟୁ ହୋଇଛି । ତେବେ ଏ ସମ୍ବନ୍ଧରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ଛାତ୍ରାବାସ କର୍ତ୍ତୃପକ୍ଷ ଜାଣିବା ପରେ ତାର ଚିକିତ୍ସା କରାଯାଇଥିଲା । ଦେହ ଅଧିକ ଖରାପ ହେବା ଯୋଗୁଁ ତାକୁ ମାଲକାନଗିରି ଚିକିତ୍ସା ପାଇଁ ଅଣାଯାଉଥିଲା। ତେବେ ଛାତ୍ର ମୃତ୍ୟୁକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।