Bargarh: କିଏ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ମହାରାଜା କଂସ?
Advertisement
Article Detail0/zeeodisha/odisha1430395

Bargarh: କିଏ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ମହାରାଜା କଂସ?

Maharaja Kansa in Dhanu Yatra: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଥାନ୍ତି ମହାରାଜା କଂସ। ହେଲେ ଏଥର କିଏ ହେବ କଂସ ତାକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା। କଂସ ଚରିତ୍ର ପାଇଁ ମୋଟ ୫୬ ଜଣ କଳାକାର ଆବେଦନ କରିଛନ୍ତି। ଆସନ୍ତା ୧୦ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ  ଏନେଇ ଅନୁଷ୍ଠିତ ହେବ ଅଡ଼ିସନ।

Bargarh: କିଏ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ମହାରାଜା କଂସ?

Bargarh Dhanu Yatra: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କିଏ ହେବ ମହାରାଜା କଂସ? କାହା ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ ଆଉ ଥରହର ହେବେ ଗୋପପୁରବାସୀ? ଦୀର୍ଘ ୧୧ ଦିନ ଧରି ମଥୁରା ନଗରୀ ପାଲଟି ଯାଉଥିବା ବରଗଡରେ କିଏ କରିବ ରାଜୁତି? ଚଳିତ ଥର ଧନୁଯାତ୍ରାରେ କିଏ ହେବେ କଂସ ତାକୁ ନେଇ ଦର୍ଶକ, ଧନୁଯାତ୍ରାପ୍ରେମୀ ଏବଂ କଳାକାରଙ୍କ ମଧ୍ୟରେ ଜୋର ଧରିଛି ଚର୍ଚ୍ଚା। ଆସନ୍ତା ୨୭ ଡିସେମ୍ବରରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ। ଦେଖନ୍ତୁ ଆମର ଏହି ରିପୋର୍ଟ ।
 
ପାଖେଇ ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ (Bargarh Dhanu Yatra)। ଆଉ ମାତ୍ର କିଛି ଦିନର ଅପେକ୍ଷା। ବରଗଡ ସହର (Bargarh Town) ପାଲଟିଯିବ ଦ୍ଵାପର ଯୁଗର (Dvapara Yuga) ମଥୁରା ନଗରୀ (Mathura Nagari)। ଆଉ ଅମ୍ବାପାଲି (Ambapali) ହୋଇଯିବ ଗୋପପୁର (Gopapur)। ମଥୁରାରେ ଚାଲିବ ମହାରାଜା କଂସଙ୍କ (Maharaj Kansa) ରାଜୁତି। ଅନ୍ୟପଟେ ଗୋପପୁରରେ ଦେଖିବାକୁ ମିଳିବ କୃଷ୍ଣ ବଳରାମଙ୍କ (Krishna Balram) ବାଲ୍ୟଲୀଳା। ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବକୁ (Bargarh Dhanu Yatra Mahotsav) ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନିଅମ ଜୁବୁଲି ପାଳନ କରିବା ପାଇଁ ଧନୁଯାତ୍ରା କମିଟି ନିଷ୍ପତ୍ତି ନେଇଛି। ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଥାନ୍ତି ମହାରାଜା କଂସ। ଏହି  ଧନୁଯାତ୍ରା କମିଟି ଗାଇଡ ଲାଇନ ଅନୁସାରେ ଚଳିତ ଥର କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। କଂସ ସହ ବିଭିନ୍ନ ଚରିତ୍ର ପାଇଁ ମୋଟ ୨୧୯ ଜଣ କଳାକାର ଆବେଦନ କରିଛନ୍ତି। ଆସନ୍ତା ୧୦ ତାରିଖ ସୁଦ୍ଧା କଳାକାରଙ୍କ ଅଡିସନ କରାଯାଇ ସେମାନଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଧନୁଯାତ୍ରା କମିଟି (Bargarh Dhanu Yatra Committee) ସମ୍ପାଦକ ସୁରେଶର ଶତପଥୀ। ଯାହାକୁ ନେଇ କଳାକାର ନିଜକୁ ବେଶ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଥାନ୍ତି ମହାରାଜା କଂସ। ହେଲେ ଏଥର କିଏ ହେବ କଂସ ତାକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା। କଂସ ଚରିତ୍ର ପାଇଁ ମୋଟ ୫୬ ଜଣ କଳାକାର ଆବେଦନ କରିଥିବା ବେଳେ ଆସନ୍ତା ୧୦ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ ଅଡ଼ିସନ। କଳାକାର ଚୟନ ପାଇଁ ଜିଲ୍ଲା ବାହାରୁ ୪ ଜଣ ଏବଂ ବରଗଡ ଜିଲ୍ଲାର ୩ ଜଣ ଵିଚାରପତି ଅଡିସନ ପ୍ରକ୍ରିୟାରେ ସାମିଲ ହେବେ। ଆସନ୍ତା ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଚୟନ ପ୍ରକ୍ରିୟା ଶେଷ ହେବ। ଏଥର କିଏ କଂସ ହେବେ ତାହା ଜଣାପଡିବ। ଧନୁଯାତ୍ରା ପାଖେଇ ଆସୁଥିବାରୁ ବରଗଡବାସୀ ତଥା ଧନୁଯାତ୍ରାପ୍ରେମୀଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଧନୁଯାତ୍ରାରେ ମହାରାଜା କଂସଙ୍କ ଅଟ୍ଟହାସ୍ୟ ଶୁଣିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।