Sonepur News: ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସରିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାନଦୀ କୂଳରେ ସନ୍ଧ୍ୟା ଆଳତୀ
Advertisement
Article Detail0/zeeodisha/odisha1431933

Sonepur News: ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସରିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାନଦୀ କୂଳରେ ସନ୍ଧ୍ୟା ଆଳତୀ

ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ତ୍ରିବେଣୀ ସଂଗମରେ ମହାଆରତୀ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ପ୍ରଥମ ପର୍ଯ୍ୟାୟରେ ଛୋଟ ଆରତୀ ,କର୍ପୁର ଆରତୀ ,ଆଲଟ ସେବା ଓ ଚାମର ସେବା ପରେ ମହାଆରତୀ ଦିଆଯାଇଥିଲା।

Sonepur News: ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସରିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାନଦୀ କୂଳରେ ସନ୍ଧ୍ୟା ଆଳତୀ

Sonepur News: ସୁବର୍ଣ୍ଣପୁର(ନିରଞ୍ଜନ ମିଶ୍ର): ସଙ୍ଗମରେ ସନ୍ଧ୍ୟା ଆରତୀ। ଅପୂର୍ବ, ଅବର୍ଣ୍ଣନୀୟ। କେବଳ ଯେ ଆଧ୍ୟାତ୍ମିକ ମନୋଭାବ ନେଇ ଏହି ମହାଆରତୀର ଆୟୋଜନ କରାଯାଉଛି ତାହା ନୁହେଁ। ଚିର ସୌନ୍ଦର୍ଯ୍ୟମୟୀ ମହାନଦୀ, ତେଲ ନଦୀ ଓ କର୍ପୂର ନଦୀର ମିଳନ ସ୍ଥଳରେ ପୂଜାର୍ଚ୍ଚନା କରାଯାଇ ସ୍ୱଚ୍ଛ ଓ ସୁନ୍ଦର ମହାନଦୀ ପାଇ ଜନସାଧାରଣଙ୍କୁ ବାର୍ତ୍ତା ଦିଆଯାଇଛି। ସୁବର୍ଣ୍ଣପୁର ସହରର ପ୍ରାଚୀନ ଶୈବପୀଠ ରାମେଶ୍ବର ମନ୍ଦିର ପାର୍ଶ୍ବ ତ୍ରିବେଣୀ ସଂଗମରେ ମହାଆରତୀ ମହା ସମାରୋହର ପାଳିତ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଏହି ସଂଧ୍ୟା ଆରତୀ ଦର୍ଶନ କରିବା ସହିତ ମହାନଦୀକୁ ସ୍ୱଚ୍ଛ ଓ ନିର୍ମଳ ରଖିବାର ଶପଥ ନେଇଛନ୍ତି।

ଉତ୍କଳେଷୁ ତ୍ରୟୋପୂଣ୍ୟ, ପୂଣ୍ୟ ମାର୍ଜର କେଶରୀ ।ହିରଣାକ୍ଷ୍ୟା ପୁରୀ ପୂଣ୍ୟା , ପୂଣ୍ୟ ଚିତ୍ରୋତ୍ପଳା ନଦୀ । ସମଗ୍ର ଉତ୍କଳର ଜୀବନ ରେଖା ଭାବେ ପରିଚିତ ମହାନଦୀକୁ ସ୍ବଛ ଓ ନିର୍ମଳ କରିବାରେ ଆଜକୁ ଦଶ ବର୍ଷ ହେଲା ଉଦ୍ୟମ ଆରମ୍ଭ ହୋଇଛି । ସୁବର୍ଣ୍ଣପୁରର ତ୍ରିବେଣୀ ସଙ୍ଗମ ଆରତୀ କମିଟି ପକ୍ଷରୁ ମହାନଦୀରେ ଦଶମ ବାର୍ଷିକୀ ମହାଆରତୀର ଆୟୋଜନ କରି ପୁଣି ଜନସାଧାରଣଙ୍କ ଭିତରେ ସ୍ବଛତାର ପ୍ରୀତି ଜାଗ୍ରତ କରିଛି ।ସହରର ପ୍ରାଚୀନ ଶୈବପୀଠ ବାବା ରାମେଶ୍ବର ମନ୍ଦିର ପାର୍ଶ୍ବରେ ପ୍ରବାହିତ ଚିରସ୍ରୋତା ମହାନଦୀ , ତେଲନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ଜଳଦେବଙ୍କ ପୂଜା ଆରାଧନା କରିବା ସହିତ ଜନସାଧାରଣଙ୍କ ଭିତରେ ସ୍ବଛ ମହାନଦୀକୁ ନେଇ ସଚେତନତା ସୃଷ୍ଟି କରାଯାଇ ପାରିଛି ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ତ୍ରିବେଣୀ ସଂଗମରେ ମହାଆରତୀ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ପ୍ରଥମ ପର୍ଯ୍ୟାୟରେ ଛୋଟ ଆରତୀ ,କର୍ପୁର ଆରତୀ ,ଆଲଟ ସେବା ଓ ଚାମର ସେବା ପରେ ମହାଆରତୀ ଦିଆଯାଇଥିଲା। ତିନିଜଣ ପୂଜକଙ୍କ ସହ ଆରତୀ ଓ ହୁଳହୁଳି ହରିବୋଲ ଧ୍ବନିରେ ଫାଟି ପଡିଥିଲା ତ୍ରିବେଣୀ ସଂଗମ। ମହାଆରତୀ ଦର୍ଶନ କରିବା ସହିତ ବାବା ରାମେଶ୍ବରଙ୍କ କୃପା ପାଇବାକୁ ଜିଲ୍ଲା ତଥା ପଡୋଶୀ ବୌଦ୍ଧ, ଜିଲ୍ଲାରୁ ବି ବେଶ ଦେଖଣାହାରୀ ଛୁଟି ଆସିଥିଲେ ସଂଗମସ୍ଥଳକୁ। ମହାଆରତୀ ସହିତ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଶ୍ରଦ୍ଧାଳୁମାନେ। ସେପଟେ ମହାନଦୀକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ସମସ୍ତଙ୍କୁ ଆଧ୍ୟାତ୍ମିକ ହେବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଆୟୋଜକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ I

ସଂଗମରେ ମହାଆରତୀର ଆୟୋଜନ କରି ତ୍ରୀବେଣୀ ସଂଗମ ଆରତୀ କମିଟୀ ସମସ୍ତଙ୍କ ଭିତରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ସହିତ ଉତ୍କଳର ଜୀବନ ରେଖାକୁ ସ୍ବଛ ଓ ନିର୍ମଳ ରଖିବା ପାଇଁ ଆନ୍ତରିକତାର ସହିତ ଉଦ୍ୟମ କରିବାକୁ ଅନୁରୋଧ କରିଛି।

ଅଧିକ ପଢନ୍ତୁ: T20 World Cup: ସେମି ଫାଇନାଲ ନ ଖେଳି ମଧ୍ୟ ସିଧା ଫାଇନାଲରେ ପହଞ୍ଚିବ ଭାରତ, ବାଦ ପଡ଼ିବ ପାକିସ୍ତାନ

ଅଧିକ ପଢନ୍ତୁ: Demonetarization: ଠିକ୍ ଛଅ ବର୍ଷ ପୂର୍ବେ ଦେଶବାସୀଙ୍କୁ ଝଟକା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି