Magha Saptami: ଆଜି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି
Advertisement
Article Detail0/zeeodisha/odisha1547380

Magha Saptami: ଆଜି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି

Magha Saptami: ଆଜି ପବିତ୍ର ମାଘ ସପ୍ତମୀ । ଏନେଇ ଚଳଚଞ୍ଚଳ ପୁର ପଲ୍ଲୀ । ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ମେଳାରେ ପବିତ୍ର ତିର୍ଥ ପୁଷ୍କରୀଣୀରେ ଲକ୍ଷ ଲକ୍ଷ ଭକ୍ତ,ସାଧୁସନ୍ଥ ବୁଡ ପକାଇଛନ୍ତି। ମାଘବୁଡକୁ ନେଇ ଗତକାଲି ଠାରୁ କୋଣାର୍କ, ଚନ୍ଦ୍ରଭାଗା, ନବଗ୍ରହ ପିଠ,ଚନ୍ଦ୍ରଭାଗାର ବାଲୁକା ଶଯ୍ଯା ସହ ମେଳା ପଡିଆରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ମାଘସପ୍ତମୀରେ ଭକ୍ତଙ୍କ ଗହଳି ସମଗ୍ର ଅଞ୍ଚଳକୁ ଚଳଚଞ୍ଚଳ କରିଛି।

ପୌରାଣିକ କିମ୍ବଦନ୍ତୀ ଆଧାରରେ ମହିଳା ମାନେ ଷଷ୍ଠୀ ତିଥିରେ ମାଟିହାଣ୍ଡିରେ ଶୁଖୁଆ, ଡାଲମା,ଭାତ କିମ୍ବା ଖିଚୁଡି ରାନ୍ଧିବା ପରେ ଏହାର କିଛି ଅଂଶକୁ  ଅର୍କାଶୁରକୁ ସମର୍ପଣ କରି ନିଜ ପରିବାରର ସୁଖସମୃଦ୍ଧି କାମନା କରିଥାନ୍ତି। ପରେ ବଳକା ଖାଦ୍ଯକୁ ନିଜେ ଭୋଜନ କରିଥାନ୍ତି। ପରେ ଉକ୍ତ ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡିଆରେ ଭାଙ୍ଗି ଶନିବାର ପ୍ରତ୍ଯୁଷରୁ ତୀର୍ଥ ସ୍ନାନ ସାରି ସୂର୍ଯ୍ୟ ପୂଜା କରିଥାନ୍ତି। 

ମାଘସପ୍ତମୀ ବୁଡ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଆଗରୁ ଆସି ମେଳନ ପଡିଆରେ ନଡିଆ ବରଡାପତ୍ର ଓ ଜରିପାଲରେ ଅସ୍ଥାୟୀ ତମ୍ବୁ ମାରି ରହିଛନ୍ତି। ତେବେ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡରେ ସକଳ ଜୀବଜଗତର ଆରାଧ୍ୟ ମହାପ୍ରଭୁ ସୂର୍ଯ୍ଯନାରାୟଣଙ୍କ ସହିତ ମହାଦେବ ଏକତ୍ର ପୂଜା ହେବା ଘଟଣା ମାଘମେଳାର ନିଆରା ପରମ୍ପରା। ମାଘମେଳା ପାଇଁ ଲକ୍ଷଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନଙ୍କର ସମାଗମ ପରିବେଶକୁ ଆଧ୍ଯାତ୍ମିକତାର ରୂପ ପ୍ରଦାନ କରିଛି। ସେପଟେ ମାଘମେଳାର ତିନି ଆରାଧ୍ୟ ଠାକୁର ମାଧିପୁରର ବାବା ତ୍ରୀବେଣିଶ୍ୱର,ସନ୍ଥପୁରର ବାବା ଐଶାନେଶ୍ୱର ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ବିମାନ ବିଜେ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବା ପାଇଁ ସମସ୍ତ ପୂଜାନୀତି ସରିବା ପରେ ଆଜି ନିର୍ଧାରିତ ଭୋର ୪ଟାରେ ଶ୍ରଦ୍ଧାଳୁ ମାନଙ୍କ ତୀର୍ଥ ସ୍ନାନ ଆରମ୍ଭ କରାଯାଇଛି। 

fallbackAlso Read: ଆଇନର ପଶାପାଲିରେ ଛନ୍ଦି ହୋଇଥିବା କୋଟିଆର ପଥୁରିଆ ଜମିରେ ଲାଲ ଟହଟହ ଷ୍ଟ୍ରବେରୀ ଚାଷ

fallback

ଏହାପରେ ଚନ୍ଦ୍ରଭାଗାରେ ଜନସମୁଦ୍ରର ସୁଅ ଛୁଟିଛି। ସେପଟେ ଚନ୍ଦ୍ରଭାଗାରେ ବୁଡ ପକାଇ ଶ୍ରଦ୍ଧାଳୁ ମାନେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ପୁଣ୍ୟ ଲଭିଛନ୍ତି। ସେପଟେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ଓ ଶ୍ରୀମନ୍ଦିରରେ ବ୍ଯାପକ ପୋଲିସ ମୁତୟନ ହେବା ସହ ନିଜେ ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂ ଉପସ୍ଥିତ ଅଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନିତିନିର୍ଘଣ୍ଟ ଅନୁଯାୟୀ ନୀତିକାନ୍ତିର ତଦାରଖ କରିବା ସହ ଗହଳି ନିୟନ୍ତ୍ରଣ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ, କୁହାଯାଏ ଯେ, ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ କୋଟିପୁଣ୍ୟ ପ୍ରାପ୍ତ ହେବା ସହ ସମସ୍ତ ପାପ ଧୋଇ ହୋଇଥାଏ । ସେଇଥି ପାଇଁ ଶ୍ରଦ୍ଧାଳୁ ଏହି ଦିନଟିକୁ ଚାତକ ପରି ଚାହିଁ ରହିଥାନ୍ତି । 

ପୁରୀରୁ ସଞ୍ଜୟ ମହାପାତ୍ର, ଜି ଓଡ଼ିଶା ନ୍ୟୁଜ୍