Koraput News: ଟଙ୍କା ଡବଲ କରିଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ
Advertisement
Article Detail0/zeeodisha/odisha1696353

Koraput News: ଟଙ୍କା ଡବଲ କରିଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

କୋରାପୁଟ: ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ। ଟଙ୍କା ଦ୍ଵିଗୁଣିତ କରାଇବା ଲୋଭ ଦେଖାଇ ମହିଳା କୋଟି କୋଟି ଟଙ୍କା ଠକି ନେଇଥିବା ଭଳି ଘଟଣା ଏବେ ସାମ୍ନା କୁ ଆସିଛି। ନାରାୟଣପାଟଣା ଥାନା ରେ ଏ ନେଇ ଅଭିଯୋଗ ହେବା ପରେ ଘଟଣା ସର୍ବସମ୍ମୁଖ କୁ ଆସି ପାରିଛି। ଏକଦା ମାଓ ଅଧ୍ୟୁଷିତ ରୂପେ ପରିଚିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ

Koraput News: ଟଙ୍କା ଡବଲ କରିଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

Koraput News: କୋରାପୁଟ: ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ। ଟଙ୍କା ଦ୍ଵିଗୁଣିତ କରାଇବା ଲୋଭ ଦେଖାଇ ମହିଳା କୋଟି କୋଟି ଟଙ୍କା ଠକି ନେଇଥିବା ଭଳି ଘଟଣା ଏବେ ସାମ୍ନା କୁ ଆସିଛି। ନାରାୟଣପାଟଣା ଥାନା ରେ ଏ ନେଇ ଅଭିଯୋଗ ହେବା ପରେ ଘଟଣା ସର୍ବସମ୍ମୁଖ କୁ ଆସି ପାରିଛି। ଏକଦା ମାଓ ଅଧ୍ୟୁଷିତ ରୂପେ ପରିଚିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ଭଳି ବ୍ଲକ ଅଂଚଳରେ ଏଭଳି ଘଟଣା ଘଟିଛି। ବିଭିନ୍ନ ସ୍ଥାନର ନୀରିହ ଲୋକଙ୍କୁ ପ୍ରଲୋଭିତ କରି ଜଣେ ବିବାହିତା ମହିଳା କୋଟି କୋଟି ଟଙ୍କାର ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି। 

ସଂମ୍ପୃକ୍ତ ମହିଳା ଜଣକ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ସରପୋଲି ଗାଁର ମମତା ଦେବରପଲ୍ଲୀ। ମହିଳା ଜଣକ ଏକ କମ୍ପାନୀ ଖୋଲିଥିବା ଓ ସେଥିରେ ଟଙ୍କା ଡିପୋଜିଟ କଲେ ଦ୍ଵିଗୁଣିତ ହେବା ନେଇ ଲୋଭ ଦେଖାଇ ଲୋକଙ୍କୁ ଠକିଛି। ଟଙ୍କା ଦ୍ଵିଗୁଣିତ ହେବା ଲୋଭ ରେ ଲୋକେ ଗଚ୍ଛିତ ଟଙ୍କା ତ ଆଉ କିଏ ଋଣ ଆଣିଥିବା ଟଙ୍କା ବାନ୍ଧି ଏବେ ଥାନାର ଦ୍ୱାରଷ୍ଟ ହୋଇଛନ୍ତି। ଟଙ୍କା ନେବା ପରେ ଦ୍ଵିଗୁଣିତ ଟଙ୍କା କଣ ହକ ବାନ୍ଧିଥିବା ଟଙ୍କା ମହିଳା ଜଣକ ଫେରସ୍ତ ନ କରିବାରୁ ଲୋକେ ଠକାମୀ ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଦୀର୍ଘ ବର୍ଷ ଧରି ସେ ଏହିଭଳି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକି ଟଙ୍କା କାରବାର ଚଳାଇ ଆସିଥିଲା। ସ୍ଥାନୀୟ ଅଂଚଳର ଜଣେ ମହିଳା ସ୍ଥାନୀୟ ଲୋକଙ୍କୁ ଠକିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରଥମେ ଠକାମୀ ର ଶିକାର ହୋଇଥିବା ଲୋକେ ନାରାୟଣପାଟଣା ଥାନା ଓ ଲକ୍ଷ୍ମୀପୁର ଏସଡିପିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ଲୋକେ। ପାରେ ଏ ନେଇ କୋରାପୁଟ ଏସ.ପି ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସଂମ୍ପୃକ୍ତ ଫେରାର ହୋଇଯାଇଥିବା ମହିଳାର ପରିବାର କୁ ଉଠାଇ ଆଣି ଅଟକ ରଖିଥିବା ବେଳେ ଆନ୍ଧ୍ର ପ୍ରଦେଶରୁ ମହିଳାକୁ ଉଠାଇ ଆଣିଛି ପୋଲିସ। ତେବେ ଜଣେ ନାଁ ଆଉ କିଏ କିଏ ଏହି ମାମଲାରେ ସଂମ୍ପୃକ୍ତ ଅଛନ୍ତି ତାକୁ ନେଇ ତଦନ୍ତ କରୁଛି ପୋଲିସ। ମହିଳାଙ୍କ ଦାଦା କୁ ଓ ପରିବାରକୁ ମଧ୍ଯ ପଚାରଉଚରା କରିଛି ପୋଲିସ।

ଠକେଇ ଅଭିଯୋଗ ରେ ସଂପୃକ୍ତ ମହିଳା ସମେତ ୪ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ନିଜ ଅର୍ଥ ଫେରି ପାଇବା ପାଇଁ ନାରାୟଣପାଟଣା ଥାନାରେ ଅଭିଯୋଗକାରିଙ୍କ ଉତ୍ତେଜନା ଲାଗିରହିଥିଲା। ତେବେ ସଂପୃକ୍ତ ମହିଳା କେତେ ଜଣଙ୍କ ଠାରୁ କେତେ ଟଙ୍କା ଠକି ନେଇଛି ତାର ସବିଶେଷ ତଥ୍ୟ ମିଳି ନ ଥିଲେ ବି କେବଳ ନାରାୟଣପାଟଣା ର ଏକ ସାହି ରୁ ପ୍ରାୟ ୧୫୦ ଜଣଙ୍କ ଠାରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି। ଠକାମୀ ର ଶିକାର ହୋଇଥିବା ଲୋକେ ସେମାନଙ୍କ ଅର୍ଥ ଫେରି ପାଇବେ କି ନାହିଁ ? ପ୍ରଶ୍ନବାଚୀ ହୋଇ ରହି ଯାଇଛି।

Also Read: କଣ ଏହି ଡାଇମଣ୍ଡ ଡକ ? ଡାଇମଣ୍ଡ ଡକ ଓ ଗୋଲ୍ଡେନ ଡକ ଭିତରେ କଣ ରହିଛି ପାର୍ଥକ୍ୟ...

Also Read: Bhubaneswar to Dubai flight: ଆଜି ଭୁବନେଶ୍ବରରୁ ଦୁବାଇକୁ ଉଡି଼ବ ଫ୍ଲାଇଟ୍,ଏତିକି ରହିଛି ଟିକେଟ୍ ମୂଲ୍ୟ

Also Read: Heat Wave warning: ୪୫ ଡ଼ିଗ୍ରୀ ପାର କରିବ ତାପମାତ୍ରା! ୪ ଜିଲ୍ଲାକୁ ଆଲର୍ଟ ଜାରି