Koraput: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁର ଠାରେ ଭୁଶୁଡି ପଡିଲା ବ୍ରିଟିଶ ଅମଳର ବ୍ରିଜ୍
Advertisement
Article Detail0/zeeodisha/odisha1679150

Koraput: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁର ଠାରେ ଭୁଶୁଡି ପଡିଲା ବ୍ରିଟିଶ ଅମଳର ବ୍ରିଜ୍

British Made Bridge Collapses: ବୁଧବାର ସକାଳେ ଏକ ଟ୍ରକ୍ ଗ୍ରାନାଇଟ୍ ପଥର ନେଇ ଯାଉଥିବା ବେଳେ ବ୍ରିଜ୍ ଭୁଶୁଡି ପଡିଥିଲା। ଏହି ଘଟଣାରେ କୌଣସି ଜୀବନ ହାନି ହୋଇନାହିଁ। 

Koraput: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁର ଠାରେ ଭୁଶୁଡି ପଡିଲା ବ୍ରିଟିଶ ଅମଳର ବ୍ରିଜ୍

Bridge Collapse in Andhra-Odisha Border: ପଡୋଶୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଇଛାପୁରମ୍ ଠାରେ ବହୁଦା ନଦୀ ଉପରେ ନିର୍ମିତ ହୋଇଥିବା ଏକ ବ୍ରିଜ୍ ଭୁଶୁଡି ପଡିଛି। ବୁଧବାର ସକାଳେ ଏକ ଟ୍ରକ୍ ଗ୍ରାନାଇଟ୍ ପଥର ନେଇ ଯାଉଥିବା ବେଳେ ବ୍ରିଜ୍ ଭୁଶୁଡି ପଡିଥିଲା। ଓଡିଶାର ଆସ୍କା ଠାରୁ ଗ୍ରାନାଇଟ୍ ପଥର ବୋଝେଇ ଏକ ଟ୍ରକ୍ ଜାତୀୟ ରାଜପଥ ବଦଳରେ ଇଚ୍ଛାପୁର ସହର ମଧ୍ୟକୁ ଯାଇଥିବା ରାସ୍ତା ଦେଇ ଯିବାବେଳେ ଏପରି ଅଘଟଣ ଘଟିଛି। ଭାରୀ ଯାନକ ସାଧାରଣତ ସଂଲଗ୍ନ ଜାତୀୟ ରାଜପଥ ଦେଇ ଯାଇଥାଏ। ହେଲେ ଗ୍ରାନାଇଟ୍ ବୋଝେଇ ଏକ ଟ୍ରକ୍ ଇଛାପୁର ଟାଉନ୍ ସହ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବା ସମୟରେ ବାହୁଦା ନଦୀ ବ୍ରିଜ ଉପରେ ପହଞ୍ଚିବା ପରେ ସେତୁ ଭୁଶୁଡି ପଡିଥିଲା।

ଯାାହାର ଫଳ ସ୍ୱରୂପ ଟ୍ରକ୍ ନଦୀ ମଧ୍ୟକୁ ଖସିଯାଇଥିଲା। ନଦୀରେ ପାଣି ନ ଥିବାରୁ ସେପରି କିଛି ଜୀବନ ହାନି ହୋଇନାହିଁ। ହେଲେ ଦୁର୍ଘଟଣା ଘଟିବା ସମୟରେ ବ୍ରିଜ ଉପରେ କୌଣସି ଯାନବାହାନ ଚଳାଚଳ କରୁ ନ ଥିବାରୁ ଜୀବନହାନି ଘଟିନାହିଁ। ଏହି ଦୁର୍ଘଟଣାରେ ଟ୍ରକ୍  ଡ୍ରାଇଭର ଏବଂ କ୍ଲିନର୍ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସେତୁ ଭୁଶୁଡ଼ିବା ହେତୁ ଇଛାପୁରମ ସହରକୁ (Ichchapuram Town) ଯାଉଥିବା ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ବିକଳ୍ପ ଭାବରେ ଜାତୀୟ ରାଜପଥ ପାର୍ଶ୍ୱରୁ ବସ୍ ଏବଂ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି। 

ବାହୁଦା ନଦୀ (Bahuda River) ଉପରେ ଥିବା ଏହି ସେତୁ ୧୯୨୯ ମସିହାରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ (British Govt) ଦ୍ୱାରା ନିର୍ମିତ ହୋଇଥିଲା। ଏହି ବ୍ରିଜ ବହୁ ପୁରୁଣା ହୋଇଥିବା ସତ୍ତ୍ୱେ ଏହାର ସ୍ଥାୟୀତ୍ବ ଏବଂ ସ୍ଥିତି ଉପରେ ପ୍ରଶାସନ ଦୃଷ୍ଟି ଦେଇନଥିବା ଯୋଗୁଁ ଏପରି ଘଟଣା ଘଟିଛି। ସୌଭାଗ୍ୟକୁ କାହାର ଜୀବନ ହାନି ଘଟିନାହିଁ। ଆନ୍ଧ୍ର ପ୍ରଦେଶର (Andhra Pradesh) ଶ୍ରୀକାକୁଲମ୍ ଜିଲ୍ଲାର (Srikakulam District) ଇଛାପୁରମ୍ (Ichapuram) ଠାରେ ବହୁଦା ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ରିଜ୍ ଉପରେ ଏକ ଟ୍ରକ୍ ଗ୍ରାନାଇଟ୍ ପଥର ନେଇ ଯାଉଥିବା ବେଳେ ଏହା  ଭୁଶୁଡି ଯାଇଥିଲା।