MahaShivratri 2023: ଜାଗରରେ ଜାଣନ୍ତୁ, ପ୍ରସିଦ୍ଧ ଶୈବ ପୀଠ ସୋମନାଥ ମନ୍ଦିରର ନିର୍ମାଣ ନେଇ କ’ଣ କୁହେ ଇତିହାସ
Advertisement

MahaShivratri 2023: ଜାଗରରେ ଜାଣନ୍ତୁ, ପ୍ରସିଦ୍ଧ ଶୈବ ପୀଠ ସୋମନାଥ ମନ୍ଦିରର ନିର୍ମାଣ ନେଇ କ’ଣ କୁହେ ଇତିହାସ

Maha Shivratri 2023: ଆଜି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠରେ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ତେବେ ପାଖାପାଖି ସାଢେ ଚାରି ଶହ ବର୍ଷ ପୁରୁଣା ସମ୍ବଲପୁରର ବାବା ସୋମନାଥ ମନ୍ଦିର ବା ସମିଆଁ ଗୁଡ଼ି । ଏହାକୁ ସମ୍ବଲପୁରର ପ୍ରଥମ ଶୈବ ପୀଠ ବୋଲି କୁହାଯାଏ । ଏହିଠାରୁ ହିଁ ପ୍ରଥମେ ଜଗତ ପିତା ଶିବ ଓ ମାତା ପାର୍ବତୀଙ୍କ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରାର ଆୟାମରମ୍ଭ ହୋଇଥିଲା ।

ସୌ(ସୋସିଆଲ ମିଡିଆ)

Sambalpur News: ଆଜି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠରେ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ତେବେ ପାଖାପାଖି ସାଢେ ଚାରି ଶହ ବର୍ଷ ପୁରୁଣା ସମ୍ବଲପୁରର ବାବା ସୋମନାଥ ମନ୍ଦିର ବା ସମିଆଁ ଗୁଡ଼ି । ଏହାକୁ ସମ୍ବଲପୁରର ପ୍ରଥମ ଶୈବ ପୀଠ ବୋଲି କୁହାଯାଏ । ଏହିଠାରୁ ହିଁ ପ୍ରଥମେ ଜଗତ ପିତା ଶିବ ଓ ମାତା ପାର୍ବତୀଙ୍କ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରାର ଆୟାମରମ୍ଭ ହୋଇଥିଲା । ପୌରଣିକ ମତ ଅନୁଯାୟୀ, ସମ୍ବଲପୁରର ତୃତୀୟ ରାଜା ବଳଭଦ୍ର ଦେବ ୧୫୯୪ ମସିହାରେ ସିଂହାସନ ଆରୋହଣ କରିଥିଲେ । ତାଙ୍କ ରାଜୁତି ସମୟରେ ସେ ଏହି ମନ୍ଦିର ନିର୍ମାଣ କରିଥିଲେ। ରାଜା ବଳଭଦ୍ର ଦେବ ପରମ ଶୈବ ଭକ୍ତ ଥିଲେ । କୁହାଯାଏ ସେତେବେଳେ ସମ୍ବଲପୁରରେ କୌଣସି ଶିବ ମନ୍ଦିର ନ ଥିଲା । ସହର ଠାରୁ ଅନତି ଦୂରରେ ଥିବା ମାନେଶ୍ୱରଠାରେ ମାନ୍ଧାତା ବାବା ପୂଜା ପାଉଥିଲେ। ରାଜା ପ୍ରତ୍ୟେକ ଦିନ ସକାଳୁ ମାନ୍ଧାତା ବାବାଙ୍କ ଦର୍ଶନ କରି କରିବାକୁ ଯାଉଥିଲେ ଓ ସେଠାରୁ ଫେରିବା ପରେ ଅନ୍ନ ଜଳ ସ୍ପର୍ଶ କରୁଥିଲେ ।

ଦିନକର କଥା, ସେଦିନ ପାଗ ଶୁଖିଲା ରହିଥିଲା ପ୍ରତ୍ୟେକ ଦିନ ପରି ସେଦିନ ମଧ୍ଯ ବଡି଼ ଭୋରରୁ ରାଜା ବଳଭଦ୍ର ଦେବ ମାନ୍ଧାତା ବାବାଙ୍କ ଦର୍ଶନ ପାଇଁ ମାନେଶ୍ଵର ଅଭିମୁଖେ ବାହାରିଥିଲେ । ସେ ଯାଉଥିବା ବାଟରେ ଏକ ନାଳ ପଡ଼ିଥାଏ । ସେଦିନ ଆକସ୍ମିକ ଭାବରେ ସେ ନାଳରେ ହଠାତ୍ ପାଣି ଭର୍ତି ହୋଇଯାଇଥିଲା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ରାଜା। ଆକାତ କାତ ପାଣି ଦେଖି ଚିନ୍ତାରେ ପଡ଼ିଯାଇଥିଲେ ରାଜା । ସମୟ ଅତିବାହିତ ହେଉଥିଲେ ମଧ୍ଯ ନାଳରୁ ପାଣି କମୁନଥିଲା । ନିୟମ ଅନୁଯାୟୀ ସେ ଭଗବାନ ଶିବଙ୍କୁ ଦର୍ଶନ ନ କଲେ ସେ ଅନ୍ନ ଜଳ ସ୍ପର୍ଶ କରିବେ ନାହିଁ । କୌଣସି ଉପାୟ ନ ପାଇ ଓପାସରେ ରହିଥିଲେ ରାଜା । ରାଜା ଅନ୍ନ ଜଳ ସ୍ପର୍ଶ କରୁନଥିବା ଯୋଗୁଁ ରାଜ ମହଲରେ ଭାଳେଣି ପଡି଼ଯାଇଥିଲା । ରାଜାଙ୍କୁ ପୂର୍ବ ଅବସ୍ଥାକୁ ଫେରିବା ଆଣିବା ଲାଗି ସମସ୍ତେ ପ୍ରୟାସ କରିଥିଲେ ମଧ୍ଯ ବିଫଳ ହୋଇଥିଲେ । ରାଜାଙ୍କର ଗୋଟିଏ ଜିଦ ସେ ନିୟମ ଭାଙ୍ଗିବେ ନାହିଁ । ପ୍ରଭୁ ମାନ୍ଧାତା ବାବାଙ୍କର ଦର୍ଶନ ନ କରି ସେ ଅନ୍ନ ଜଳ ସ୍ପର୍ଶ କରିବେ ନାହିଁ ବୋଲି ସୋ ରୋକଠୋକ ଶୁଣାଇଦେଇଥିଲେ । ଦିନ ଗଡ଼ି ଚାଲିଥିଲେ ମଧ୍ଯ ନାଳରୁ ପାଣି ଶୁଖୁନଥିଲା। କିଛି ଦିନ ପରେ ରାଜାଙ୍କୁ ମାନ୍ଧାତା ବାବାଙ୍କ ସ୍ୱପ୍ନାଦେଶ ହୋଇଥିଲା । ମାନ୍ଧାତା ବାବା ସ୍ୱପ୍ନରେ ଆସି ରାଜାଙ୍କୁ କହିଥିଲେ ମୁଁ ତୁମ ପ୍ରଗାଢ ଭକ୍ତିରେ ସନ୍ତୁଷ୍ଟ ହୋଇ ତୁମ ମହଲ ନିକଟରେ ଉଭା ହୋଇଛି । ସେ ସ୍ଥାନରେ ମୋର ମନ୍ଦିର ନିର୍ମାଣ କରିବା ସହ ଯଥାରୀତି ପୂଜାର୍ଚ୍ଚନା କରାଯାଉ।

ପରବର୍ତ୍ତୀ ସମୟରେ ରାଜା ବଳଭଦ୍ର ଦେବ ମହାନଦୀ ପାଖରେ ବାଲିବନ୍ଧାଠାରେ ଏହି ସୋମନାଥ ମନ୍ଦିର ନିର୍ମାଣ କରିଥିଲେ । ଏହାପରେ ନାଳରୁ ପାଣି ଶୁଖି ଯାଇଥିଲା । ତେବେ ଏଭଳି ଭାବରେ ସୋମନାଥ ମନ୍ଦିରର ପ୍ରତିଷ୍ଠା ହୋଇଥିଲା । ବର୍ତମାନ ଏହା ସମ୍ବଲପୁରର ସର୍ବ ପୁରାତନ ଶିବ ମନ୍ଦିର ଅଟେ । ଶିବାରାତ୍ରି ଓ ଶୀତଳ ଶଷ୍ଠୀକୁ ଏଠାରେ ମହାସମାରୋହରେ ପାଳନ କରାଯାଏ ।