Khordha News: ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ବନ୍ଦ ! ହନ୍ତସନ୍ତ ରୋଗୀ
Advertisement
Article Detail0/zeeodisha/odisha1637762

Khordha News: ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ବନ୍ଦ ! ହନ୍ତସନ୍ତ ରୋଗୀ

ଖୋର୍ଦ୍ଧା,(ସୂର୍ଯ୍ୟ ନାରାୟଣ ମହାନ୍ତି)Khordha News in Odia: ଖୋର୍ଦ୍ଧା (Khordha District Headquarters Hospital)ଜିଲ୍ଲା ସରକାରୀ ଚିକିତ୍ସାଳୟରେ ଡ଼ାକ୍ତର ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟଯୋଗୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ରୋଗୀଙ୍କର ସମସ୍ଯା ଶୁଣିବାକୁ ଏଠାରେ କେହି ନାହାନ୍ତି ।

Khordha News: ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ବନ୍ଦ ! ହନ୍ତସନ୍ତ ରୋଗୀ

ଖୋର୍ଦ୍ଧା,(ସୂର୍ଯ୍ୟ ନାରାୟଣ ମହାନ୍ତି)Khordha News in Odia: ଖୋର୍ଦ୍ଧା (Khordha District Headquarters Hospital)ଜିଲ୍ଲା ସରକାରୀ ଚିକିତ୍ସାଳୟରେ ଡ଼ାକ୍ତର ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟଯୋଗୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ରୋଗୀଙ୍କର ସମସ୍ଯା ଶୁଣିବାକୁ ଏଠାରେ କେହି ନାହାନ୍ତି । ଏହି ଚିକିତ୍ସାଳୟର ମୁଖ୍ୟ ତଥା ସିଡ଼ିଏମ୍‌ଓଙ୍କୁ ଅଭିଯୋଗ କଲେ କୌଣସି ଫଳପ୍ରଦ ହେଉନାହିଁ । କାରଣ ଯେଉଁ ସିଡ଼ିଏମ୍‌ଓ ମାନେ ଏଠାକୁ ଆସୁଛନ୍ତି । ତାଙ୍କର କାର୍ଯ୍ୟକାଳ ସରିବାକୁ ମାତ୍ର ୧/୨ବର୍ଷ ମଧ୍ୟରେ ଥିବା ବେଳେ, ସେମାନେ ନିଜର ପେନସନ୍ ପାଇଁ କାଗଜପତ୍ର ଓ ଜିଲ୍ଲାର ବିଭିନ୍ନ ସ୍କିମ୍‌ରେ ବିଭିନ୍ନ ଚିକିତ୍ସାଳୟକୁ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ଦେବା ଛଡ଼ା ଅନ୍ୟ କିଛି କାମ ନଥାଏ ।

ଏହି ଚିକିତ୍ସାଳୟରେ ପ୍ରତ୍ୟେହ ଦିନ ରାତି ଡ଼୍ୟୁଟିରେ ଏକାଧିକ ଡ଼ାକ୍ତର ନିଯୁକ୍ତି ହୋଇଥିବା ବେଳେ, ବହୁ ସମୟରେ ଜଣେ ଦୁଇଜଣ ଡ଼ାକ୍ତର ଡ଼୍ୟୁଟି କରୁଥିବା ଦେଖିବାକୁ ମିଳିଥାଏ । କାରଣ ଜଣେ ଡ଼ାକ୍ତର ଡ଼୍ୟୁଟି କରୁଥିବା ବେଳେ, ଅନ୍ୟଜଣେ ଡ଼ାକ୍ତର ନିକଟସ୍ଥ ନର୍ସିଂହୋମମାନଙ୍କରେ କୌଣସି ଅପରେସନ୍ କେସ୍ ଆସିଲେ ବିଭିନ୍ନ ଆଳ ଦେଖାଇ ୨ରୁ୪ଘଂଟା ଚିକିତ୍ସାଳୟ ଛାଡ଼ି ଚାଲିଯାଇଥାଆନ୍ତି । ପୁଣି ସେମାନଙ୍କ ନର୍ସିଂହୋମରେ ଅପରେସନ ଓ ବିଭିନ୍ନ ରୋଗୀଙ୍କୁ ଦେଖିସାରି ପୁଣି ଚିକିତ୍ସାଳୟକୁ ଫେରିଥାଆନ୍ତି । ତେବେ ଏତେ ବଡ଼ ଦୁଇ ମହଲା ବିଶିଷ୍ଟ ଡ଼ାକ୍ତରଖାନାରେ ଜଣେ ଦୁଇଜଣ ଡ଼ାକ୍ତର ଆଉଟଡ଼ୋର ସମତେ ତଳ ଓ ଉପର ମହଲା ବୁଲି ଡ଼୍ୟୁଟି କରିବା ସଂଭବପର ନୁହେଁ । 

fallback

Also Read :  Ambanis NMACC: ୫୦୦ ଟଙ୍କିଆ ଦନାରେ ହାଲୱା ଖାଇଲେ ଅତିଥି, ଜାଣନ୍ତୁ ଏହା ପଛର ରହସ୍ୟ

Also Read : Sambalpur News: ସ୍ବାମୀ କଲା ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ, ଆଉ ତା'ପରେ...

ସେହିପରି ଅଲଟ୍ରା ସାଉଣ୍ଡ ଓ ଇସିଜି କଥା ନକହିବା ଭଲ । ଏଗୁଡିକ କେତେବେଳ ଖୋଲୁଛି, କେତେବେଳ ବନ୍ଦ ହେଉଛି, ତାହା କେହି ଦେଖିବାକୁ ନାହାନ୍ତି । ସବୁଠାରୁ ବଡ଼କଥା ଲକ୍ଷାଧିକ ଟଙ୍କାର ଅଲଟ୍ରା ସାଉଣ୍ଡ ମେସିନ ଚିକିତ୍ସାଳୟରେ ଥିଲେ ମଧ୍ୟ ଦୀର୍ଘ ୮ବର୍ଷ ହେଲା ବନ୍ଦ ହୋଇ ରହିଛି । ଫଳରେ ଏବେ ମେସିନ ଅଚଳାବସ୍ଥାରେ ରହିଛି । ଯାହା ଫଳରେ ଗର୍ଭବତୀ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ବହୁ ହୃଦ୍‌ରୋଗୀମାନେ ନାହି ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଶିଶୁ ବିଭାଗରେ ଥିବା ଡ଼ାକ୍ତର ବିଳମ୍ବରେ ଚିକିତ୍ସାଳୟକୁ ଆସି ଅଳ୍ପ ରୋଗୀଙ୍କୁ ଦେଖି ଅନ୍ୟରୋଗୀମାନଙ୍କୁ ଦଳାଲଙ୍କ ମାଧ୍ୟମରେ ଘରକୁ ଯାଇ ଦେଖାଇବା ପାଇଁ ପରାମର୍ଶ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ରୋଗୀ ଘରେ ଯାଇ ୩୦୦ଟଙ୍କା ଫିସ୍ ଦେଇ ଚିକିତ୍ସା କରିବା ସଂଭବ ନୁହେଁ ।

ତେବେ ଏହି ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସା କେନ୍ଦ୍ରରେ (eye Department)ପ୍ରାୟ ଶତାଧିକ ରୋଗୀମାନେ ପ୍ରତ୍ୟେହ ଦିନ ଚକ୍ଷୁ ପରୀକ୍ଷା କରିବା ପାଇଁ ଯାଇଥାଆନ୍ତି । କିନ୍ତୁ ରବିବାର ଦିନ ଚକ୍ଷୁ ପରୀକ୍ଷା ହେଉ ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।  ଏବଂ ପ୍ରାଇଭେଟ୍ କ୍ଲିନିକରେ ଚକ୍ଷୁ ପରୀକ୍ଷା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି। ମେଡିକାଲରେ ଥିବା ଚକ୍ଷୁ ବିଭାଗ ବନ୍ଦ ଥିବାରୁ ଏହାକୁ ରବିବାର ଦିନ ଖୋଲିବାକୁ ଦାବି ହୋଇଛି। ସେହିପରି ଦୀର୍ଘ ୧୦ବର୍ଷ ତଳୁ ଟ୍ରୋମାକେୟାର ସେଂଟର ଏହି ଚିକିତ୍ସାଳୟରେ ଖୋଲାଯାଇଛି । କିନ୍ତୁ ଏବେ ସୁଧା, ନାଁ ଅଛନ୍ତି ଡ଼ାକ୍ତର, ନାଁ ଅଛି ଆନୁସଂଗିକ ସରଞ୍ଜାମ । ଯାହା ଫଳରେ ଟ୍ରୋମା କେୟାର ସେଂଟରଟି (Trauma Care Center) ଏବେ କୋମାରେ(coma) ପଡ଼ିଛି । କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଳ୍ଲା ମୁଖ୍ୟ ଚିକିତ୍ସାଳୟ। ତେଣୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।