Paradeep: କୋଲକାତାରୁ ଆସି ପାରାଦୀପରେ ରାଜ୍, କାହିଁକି ରାଜ୍ୟ ବାହାରକୁ ଚାଲାଣ ହେଉଛି ଖଇଁଗା ମାଛ ଯାଆଁଳ
Advertisement
Article Detail0/zeeodisha/odisha1529586

Paradeep: କୋଲକାତାରୁ ଆସି ପାରାଦୀପରେ ରାଜ୍, କାହିଁକି ରାଜ୍ୟ ବାହାରକୁ ଚାଲାଣ ହେଉଛି ଖଇଁଗା ମାଛ ଯାଆଁଳ

Paradeep News: ପ୍ରତ୍ୟେକ ଦିନ ସ୍ବତନ୍ତ୍ର ତିଆରି ଜାଲରେ ମୁହାଣରୁ ଧରାଯାଉଛି ଖଇଁଗା ମାଛ ଯାଆଁଳ। ସେହି ଯାଆଁଳକୁ ଲୁଣି ପାଣିରୁ ଆଣି ୨ରୁ୩ଦିନ ଧରି ମିଠାପାଣିରେ ରଖି ସବୁ ପ୍ରକାର ଜଳବାୟୁ ରେ ଖାପ ଖୁଆଇବା ପରେ ଯାଆଁଳ ସବୁକୁ ରାଜ୍ୟ ବାହାର କୋଲକାତା କୁ ପଠାଯାଉଛି। 

Paradeep: କୋଲକାତାରୁ ଆସି ପାରାଦୀପରେ ରାଜ୍, କାହିଁକି ରାଜ୍ୟ ବାହାରକୁ ଚାଲାଣ ହେଉଛି ଖଇଁଗା ମାଛ ଯାଆଁଳ

Paradeep: ପାରାଦୀପରୁ କୋଲକାତାକୁ ଚାଲାଣ ହେଉଛି ଖଇଁଗା ମାଛ ଯାଆଁଳ। ଯେଉଁ ମାଛର ମୂଲ୍ୟ କିଲୋ ପ୍ରତି ୪ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ପାରାଦୀପ ରେ ବିକ୍ରି ହୋଇଥାଏ । ସେହି ମାଛ ରାଜ୍ୟ ବାହାରେ ଅଧିକ ଚାହିଦା ଥିବାରୁ ତାର ମୂଲ୍ୟ ୫ଶହରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରୀ କରାଯାଇଥାଏ। ତେବେ ସେହି ଖଇଁଗା ମାଛର ଯାଆଁଳ ଏବେ ପାରାଦୀପ ରୁ କୋଲକାତା କୁ ଚାଲାଣ ହେଉଥିବାର ଦେଖିବାକୁ ମିଳିଛି। ଏମିତିକି ଓଡ଼ିଶାରେ ବିକ୍ରୀ ନହୋଇ ଲକ୍ଷ ଲକ୍ଷ ମାଛ ଯାଆଁଳ ସବୁ କୋଲକାତା, ଦୀଘା ଓ କାନ୍ଥୀ ଯାଉଥିବା ସାମ୍ନାକୁ ଆସିଛି। 

ସମୁଦ୍ରରୁ ମାଛ ଓ ଚିଙ୍ଗୁଡ଼ି ଯାଆଁଳ ଧରିବା ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ଏହାକୁ କିପରି ପ୍ରୋତ୍ସାହନ ଦିଆଯାଉଛି ସେନେଇ ଚର୍ଚ୍ଚା ହେଉଛି। ପାରାଦୀପ ଜଟାଧାରୀ ମୁହାଣ ଥାନା ଅଧିନ ଜଟାଧାରୀ ମୁହାଣ ନିକଟରେ ଡେରା ପକାଇଛନ୍ତି କୋଲକାତା ରୁ ଆସିଥିବା ଶତାଧିକ ବଙ୍ଗୀୟ ମତ୍ସ୍ୟଜୀବୀ। ପ୍ରତ୍ୟେକ ଦିନ ସ୍ବତନ୍ତ୍ର ତିଆରି ଜାଲରେ ମୁହାଣରୁ ଧରାଯାଉଛି ଖଇଁଗା ମାଛ ଯାଆଁଳ। ସେହି ଯାଆଁଳକୁ ଲୁଣି ପାଣିରୁ ଆଣି ୨ରୁ୩ଦିନ ଧରି ମିଠାପାଣିରେ ରଖି ସବୁ ପ୍ରକାର ଜଳବାୟୁ ରେ ଖାପ ଖୁଆଇବା ପରେ ଯାଆଁଳ ସବୁକୁ ରାଜ୍ୟ ବାହାର କୋଲକାତା କୁ ପଠାଯାଉଛି। ହଜାରେ ଖଇଁଗା ମାଛ ଯାଆଁଳ ର ମୂଲ୍ୟ ଅଢେ଼ଇ ରୁ ୩ହଜାର ଟଙ୍କା ହୋଇଥିବା ବେଳେ କୋଲକାତାରେ ୭ରୁ୮ହଜାର ଟଙ୍କାରେ ବିକ୍ରୀ କରାଯାଉଛି। 

ତେବେ ପ୍ରତ୍ୟେକ ୩ରୁ ୪ଦିନ ମଧ୍ୟରେ ଲକ୍ଷ ଲକ୍ଷ ମାଛ ଯାଆଁଳ ପିକ୍ଅପ୍ ଭ୍ୟାନ୍ ରେ କୋଲକାତା ପଠା ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏସବୁ ହେଉଥିବା ପ୍ରକାଶ କରିଛନ୍ତି ଯାଆଁଳକୁ ଜଗି ରହିଥିବା କର୍ମଚାରୀ। ତେବେ ବର୍ଷକର ୭ମାସ ନଭେମ୍ବର୧ ରୁ ମେ'ମାସ ପର୍ଯ୍ୟନ୍ତ କଇଁଚ ଙ୍କ ପାଇଁ ମାଛଧରା ଉପରେ କଟକଣା ଓ ଏପ୍ରିଲ୧୫ରୁ ଜୁନ୍୧୫ତାରିଖ ଦୁଇ ମାସ ମାଛବଂଶ ବୃଦ୍ଧି ନିମନ୍ତେ ସମ୍ପୂର୍ଣ୍ଣ ମାଛଧରା ଉପରେ କଟକଣା ଥିବା ବେଳେ ଟ୍ରଲର ବ୍ୟବସାୟୀ ମାନେ ଏହାକୁ ମାନିଥାନ୍ତି। ହେଲେ ରାଜ୍ୟ ବାହାରୁ ଆସି ଜଟାଧାରୀ ମୁହାଣ ନିକଟରେ ଡେରା ପକାଇ ଖଇଁଗା ମାଛ ଯାଆଁଳ ଚୋରା ଚାଲାଣ କରୁଥିବା ବଙ୍ଗୀୟ ଲୋକଙ୍କ ଉପରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି। 

ଲକ୍ଷଲକ୍ଷ ମାଛ ଯାଆଁଳ ଧରାହୋଇ ବାହାର କୁ ଚୋରା ଚାଲାଣ ହେବା ଫଳରେ ସମୁଦ୍ରରେ ମାଛର ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଯାହାକି ମତ୍ସ୍ୟଜୀବୀ ମାନଙ୍କ ଭାତହାଣ୍ଡି ଉପରେ ପ୍ରଶ୍ନ ଉଠୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ଉଠୁଛି। ଯଦିଓ ମାଛ ଯାଆଁଳ ଚୋରା ଚାଲାଣ କୁ ରୋକା ନଯାଏ ତାହା ହେଲେ ଧୀରେଧୀରେ ମାଛ ଶୀଳ୍ପ ବନ୍ଦ ହୋଇଯିବ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି। 

Also Read: Chilika Lake: ବନ୍ଦ ହୋଇଯିବ ଚିଲିକାର ଆଇଁଷ ଢାବା! ଅନ୍ଧାରରେ ଜୀବନ

Also Read: Nepal Plane Crash Update: ବିମାନରେ ଥିବା ସମସ୍ତ ୭୨ ଯାତ୍ରୀ ମୃତ, ୫ ଭାରତୀୟ ଥିବା ସୂଚନା !