ସ୍ୱାମୀର ମୃତଦେହକୁ ବାରିରେ ପୋତିଲେ ସ୍ତ୍ରୀ: ଏକା କରିଦେଲେ ସାହିଭାଇ, ସରକାରୀ ଯୋଜନା ବି ନାହିଁ ଗରିବ ପାଇଁ
Advertisement
Article Detail0/zeeodisha/odisha1396205

ସ୍ୱାମୀର ମୃତଦେହକୁ ବାରିରେ ପୋତିଲେ ସ୍ତ୍ରୀ: ଏକା କରିଦେଲେ ସାହିଭାଇ, ସରକାରୀ ଯୋଜନା ବି ନାହିଁ ଗରିବ ପାଇଁ

Keonjhar tribal women: ଗତ ଅଗଷ୍ଟରେ ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ ଠିକ ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଛୁଆଁ ଅଛୁଆଁ ଭେଦଭାବ ଆଗରେ ଫିକା ପଡିଥିଲା ମଣିଷପଣିଆ।

ସ୍ୱାମୀର ମୃତଦେହକୁ ବାରିରେ ପୋତିଲେ ସ୍ତ୍ରୀ: ଏକା କରିଦେଲେ ସାହିଭାଇ, ସରକାରୀ ଯୋଜନା ବି ନାହିଁ ଗରିବ ପାଇଁ

Keonjhar tribal women: କେନ୍ଦୁଝର: ମଣିଷ କେତେ ସ୍ୱାର୍ଥପର ହୋଇପାରେ ତାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ କେନ୍ଦୁଝର ଜିଲ୍ଲା ବଡ଼ନଇ ଗ୍ରାମରେ ଦେଖିବାକୁ ମିଳିଛି। ଜଣେ ଅସହାୟ ମହିଳା ନିଜେ କିଟି କିଟି ଅନ୍ଧାର ରାତିରେ ତାଙ୍କ ସ୍ୱାମୀଙ୍କ ଅନ୍ତିମସଂସ୍କାର କରିଛନ୍ତି। ସାହି ଭାଇ ନଆସିବାରୁ ସେ ଏକାକୀ ନିଜ ଘର ପଛପଟେ ଗାତ ଖୋଳି ସ୍ୱାମୀଙ୍କ ମୃତଦେହକୁ ପୋତି ଦେଇଛନ୍ତି। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତବେ ମହାପ୍ରଣୟ ଗାଡି ମଧ୍ୟ ମିଳିନଥିବା ଗରିବ ମହିଳା ପ୍ରକାଶ କରିଛନ୍ତି।

କୋରାପୁଟର ଜୟପୁର ପରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡ଼ନଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କୌଣସି ଲୋକ ନ ଆସିବାରୁ ଜଣେ ମହିଳା ନିଜେ ଏକାକୀ ତାଙ୍କ ସ୍ୱମୀର ଅନ୍ତିମସଂସ୍କାର କରିଛନ୍ତି। ମୃତକ ଜଣକଙ୍କ ନାମ ଭଞ୍ଜ ମୁଣ୍ଡା। ଗୁରୁବାର ରାତି ପ୍ରାୟ ୧୦ଟାରେ ଭଞ୍ଜଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁର ପ୍ରାୟ ୨୪ ଘଣ୍ଟା ପରେ ତାଙ୍କର ଅନ୍ତିମସଂସ୍କାର କରାଯାଇଛି। ତେବେ ମଶାଣୀ ନୁହଁ ବରଂ ତାଙ୍କର ଘର ପଛପଟେ ଭଞ୍ଜଙ୍କୁ ସ୍ତ୍ରୀ ବତୀ ମୁଣ୍ଡା କବର ଦେଇଛନ୍ତି।

Also Read: Viral Video: ସିନ୍ଦୂର ପାଇଁ ଓଷା କରିଥିଲେ ସ୍ତ୍ରୀ, ପ୍ରେମିକାକୁ ସପିଂ ନେଇ ଛେଚା ଖାଇଲା ସ୍ୱାମୀ

 

ବତୀଙ୍କ କହିବା ଅନୁସାରେ, କିଛି ଦିନ ହେବ ଭଞ୍ଜ ମୁଣ୍ଡା ଅସୁସ୍ଥ ହୋଇଥିଲେ। ସେ ତାଙ୍କୁ ପ୍ରଥମେ ଚମ୍ପୁଆ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଭଞ୍ଜ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇନଥିଲା। ସରକାରଙ୍କ ମହାପ୍ରଣୟ ଯୋଜନା ଥିବା ସତ୍ତ୍ୱେ ବତୀ ଧାର ଉଧାର କରି ୧୫୦୦ ଟଙ୍କା ଭଡା ଦେଇ ଏକ ଗାଡିରେ ସ୍ୱାମୀର ମୃତଦେହ ଘରକୁ ଆଣିଥିଲେ। ଭଞ୍ଜଙ୍କ ମୃତଦେହକୁ କାନ୍ଧ ଦେବାକୁ ତ ଦୂରର କଥା ଆଶ୍ୱାସନା ଦେବା ପାଇଁ ମଧ୍ୟ ବତୀଙ୍କ ନିକଟରେ କୌଣସି ଗ୍ରାମବାସୀ ଆସିନଥିଲେ।

ତେବେ ଦୀର୍ଘ ସମୟ ଧରି କୌଣସି ଲୋକ ନ ଆସିବାରୁ ବତୀ ନିଜେ ଘର ବାରିପଟେ କବର ଖୋଳିଥିଲେ। ଆଉ ମୃତ ଭଞ୍ଜଙ୍କ ଗୋଡରେ ରସି ବାନ୍ଧି ଗାତ ପର୍ଯ୍ୟନ୍ତ ଟାଣି ଟାଣି ଆଣିଥିଲେ। ଏହା ପରେ ସେ ଏକୁଟିଆ ଭଞ୍ଜଙ୍କ ଶେଷକୃତ୍ୟ କରିଥିଲେ। ତେବେ କାହିଁକି ଗ୍ରାମବାସୀ ତାଙ୍କ ଘରକୁ ଆସିଲେ ନାହିଁ, ସକଥା ବତୀ ଜାଣିନାହାନ୍ତି। ବତୀ କହିଛନ୍ତି ଯେ, ସେମାନଙ୍କର କୌଣସି ସନ୍ତାନ ନାହାନ୍ତି। ଭଞ୍ଜ ସବୁବେଳେ ଅସୁସ୍ଥ ରହୁଥିଲେ। ତେଣୁ ସେ କୁଲି ମଜୁରୀ କରି ଘର ଚଳାଉଥିଲେ। ଏବେ ଭଞ୍ଜଙ୍କ ମୃତ୍ୟୁ ପରେ ବତୀ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ହୋଇଯାଇଛନ୍ତି।

Also Read: Ranchi: ମାଆଙ୍କ ସହ ମିଶି ଏହି କାମ କରୁଥଲେ ମଡେଲ, ଟାର୍ଗେଟରେ ଥିଲେ କଲେଜ ଛାତ୍ର

ଗତ ଅଗଷ୍ଟରେ ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ ଠିକ ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଛୁଆଁ ଅଛୁଆଁ ଭେଦଭାବ ଆଗରେ ଫିକା ପଡିଥିଲା ମଣିଷପଣିଆ। ପୁଅ ମଙ୍ଗଳା ଅନ୍ୟଜାତିର ବ୍ୟକ୍ତି ଘରେ ଖାଇଥିଲେ ବୋଲି ମାଆ ମୁକ୍ତାଙ୍କ ମୃତଦେହକୁ ଗ୍ରାମବାସୀ କାନ୍ଧ ଦେଇନଥିଲେ। ଫଳରେ ମଙ୍ଗଳା ତାଙ୍କ ମାଆଙ୍କ କୋକେଇକୁ ଏକୁଟିଆ ଟାଣି ଟାଣି ନେଇଥିଲେ। ସ୍ୱାମୀଙ୍କର ଏପରି ଅସହାୟତାକୁ ବରଦାସ୍ତ କରି ନ ପାରି ବୋହୂ କୁନି ତାଙ୍କ ସହ ମିଶି କୋକେଇ ଧରିଥିଲେ।