କେନ୍ଦ୍ରାପଡା କେନାଲ କହେ କଟକର ଇତିହାସ
Advertisement
Article Detail0/zeeodisha/odisha1208225

କେନ୍ଦ୍ରାପଡା କେନାଲ କହେ କଟକର ଇତିହାସ

ଜଳସେଚନ ଓ ବାଣିଜ୍ୟ କାରବାରର ସେହି ଏକମାତ୍ର ବିକଳ୍ପ ଏବେ ବିପଦରେ । କେନାଲ ଉପରେ ଆମଦାନୀ ରପ୍ତାନି, ପରିବହନ ଓ ଆର୍ଥିକ ସ୍ଥିତି ନିର୍ଭର କରୁଥିଲା। ଆମ ରାଜ୍ୟର ସର୍ବ ପୁରାତନ ବ୍ରିଟିଶ ଅମଳର ଏହି କେନାଲ ବ୍ୟବସ୍ଥା କେବଳ ଏତିକିରେ ସୀମିତ ନଥିଲା ଭାତହାଣ୍ଡି କଥା ବି ବୁଝୁଥିଲା ସେ । ଏକଦା ପେଟରୁ ପକେଟ ପ୍ରଯ୍ୟନ୍ତ ପରିବ୍ୟାପ୍ତ ଥିବା ଏହି କେନାଲ ଏବେ ପରିତ୍ୟକ୍ତ । କିଛି ନହେଲେବି ଏହାର ପୁନରୁଦ୍ଧାର ହେଲେ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରନ୍ତା । 

 

କେନ୍ଦ୍ରାପଡା କେନାଲ କହେ କଟକର ଇତିହାସ

କଟକ: ଦିନ ଥିଲା ଜଳଧାରା ଉପରେ ନିର୍ଭର କରୁଥିଲା ଜୀବନ ଧାରା । ଜଳସେଚନ ଓ ବାଣିଜ୍ୟ କାରବାରର ସେହି ଏକମାତ୍ର ବିକଳ୍ପ ଏବେ ବିପଦରେ । କେନାଲ ଉପରେ ଆମଦାନୀ ରପ୍ତାନି, ପରିବହନ ଓ ଆର୍ଥିକ ସ୍ଥିତି ନିର୍ଭର କରୁଥିଲା। ଆମ ରାଜ୍ୟର ସର୍ବ ପୁରାତନ ବ୍ରିଟିଶ ଅମଳର ଏହି କେନାଲ ବ୍ୟବସ୍ଥା କେବଳ ଏତିକିରେ ସୀମିତ ନଥିଲା ଭାତହାଣ୍ଡି କଥା ବି ବୁଝୁଥିଲା ସେ । ଏକଦା ପେଟରୁ ପକେଟ ପ୍ରଯ୍ୟନ୍ତ ପରିବ୍ୟାପ୍ତ ଥିବା ଏହି କେନାଲ ଏବେ ପରିତ୍ୟକ୍ତ । କିଛି ନହେଲେବି ଏହାର ପୁନରୁଦ୍ଧାର ହେଲେ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରନ୍ତା । ଧୀରେ ଧୀରେ ନିଜର ଗାରିମା ହରାଉଥିବା ଏକ ଏଭଳି ପୁରାତନ କେନାଲ କେନ୍ଦ୍ରାପଡା କେନାଲ ।

ଇତିହାସରୁ ପୃଷ୍ଠା କହେ, କଟକ ଜଗତପୁର ବ୍ୟାରେଜରୁ ଜମ୍ବୁ ପର୍ଯ୍ୟନ୍ତ ଦୀର୍ଘ ୮୯ କିଲୋ ମିଟର ପରିବ୍ୟାପ୍ତ ଏ ହେଉଛି ସେହି ସର୍ବପୁରାତନ କେନ୍ଦ୍ରପଡା କେନାଲ । ୧୮୬୬ ମସିହା ନଁଙ୍କ ଦୃର୍ଭିକ୍ଷ ସମୟରେ ଓଡ଼ିଶାର ବିକଳ ଚିତ୍ର ବ୍ରିଟିଶର ମାନଙ୍କୁ ବାଧ୍ୟ କରିଥିଲା ଲୋକ ମାନଙ୍କ ଜୀବନ ଜିବିକା କଥା ଚିନ୍ତା କରିବାକୁ । ଆଉ ସେଇ ବ୍ରିଟିଶର ମାନଙ୍କ ଉଦ୍ୟମରେ ଦୃର୍ଭିକ୍ଷରେ ଅଧିକ ପ୍ରଭାବିତ ହୋଇଥିବା କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଜଳସେଚନ ବ୍ୟବସ୍ଥାକୁ କିଭଳି ସୁଦୁଢ କରାଯାଇ ପାରିବ ସେତେବେଳେ ମାଷ୍ଟର ପ୍ଲାନ କରାଯାଇ କେନ୍ଦ୍ରାପଡା କେନାଲର ପରିକଳ୍ପନା କରାଯାଇଥିଳା ଏବଂ ୧୮୭୮ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇ ୧ ଲକ୍ଷରୁ ଅଧିକ ହେକ୍ଟର ଚାଷ ଜମିକୁ ଜଳସେଚିତ କରିପାରିଥିଲା ।

କେବଳ ଏହା ଜଳସେଚନର ମୂଳଧାରା ନଥିଲା ଏହିଁ କେନାଲ ଲୋକଙ୍କ ଜୀବନ ଜୀବିକାର ମୁଖ୍ୟ ଧାରା ପାଲଟିଗଲା । ଗମନାଗମନ ପାଇଁ ଏହା ଥିଲା ସେତେବେଳେ ବଳିଷ୍ଠ ମାଧ୍ୟମ । ତାହା ସହିତ ଏହିଁ କେନାଲ ନୌବାଣିଜ୍ୟର ମୁଖ୍ୟ ମାଧ୍ୟମ ପାଲଟିଲା । ଜମ୍ବୁରୁ ଜଗତପୁର ପଯ୍ୟନ୍ତ ବଡ଼ ବଡ଼ ଡ଼ଙ୍ଗା ସାହାଯ୍ୟରେ ବାଣିଜ୍ୟ ପରିବହନ କାରବାର ଆରମ୍ଭ ହେଲା । ପାରବର୍ତ୍ତୀ ସମୟରେ ଏହି ବାଣିଜ୍ୟ ବ୍ୟବସାୟ ଓଡ଼ିଶାର ଆର୍ଥିନୀତିକୁ ସୃଦୁଢ କରିଥିଲା । 

ତେବେ ସମୟ ବଦଳିବ ସାଙ୍ଗକୁ ପରିବହନ ଓ ଯାତାୟତ ସରଳ ହେଲା ସ୍ଥଳପଥରେ ଏସବୁ କାରବାର ଓ ଯାତାୟତ ଆରମ୍ଭ ହେବା ପରେ ଏହି କେନାଲ ସେବେଠାରୁ ଆଜି ପର୍ଯ୍ୟନ୍ତ ଜଳସେଚନର ବୃହତ ମାଧ୍ୟମ ପାଲଟିଛି ଓ ଏହାରି ଉପରେ ଏବେ ୪ ଜିଲ୍ଲା କଟକ, କେନ୍ଦ୍ରଦପଡା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ଜଳ ସେଚିତ ହେଉଛି । ଏହି କେନାଲ ରହିଛି ୩୦ରୁ ଅଧିକ ଶାଖା କେନାଲ ଓ ୩୦୦ରୁ ଉର୍ଦ୍ଧ୍ବ ଉପ ଶାଖା କେନାଲ । ହେଲେ କେନ୍ଦ୍ରାପଡ଼ା କେନାଲ ଏବେ ତାହାର ଅସ୍ଥିତ୍ୱ ହରାଇବାକୁ ବସିଥିବା ଅଭିଯୋଗ ହୋଇଛି ।

ଦିନଥିଲା ଏହି କେନାଲରେ ଜଳସେଚନ ବ୍ୟବସ୍ଥା ପାଇଁ କଟକରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ପ୍ରଚୁର ମାତ୍ରାରେ ଝୋଟ, ଚିନାବାଦାମ, ଆଳୁ ଓ ଧାନ ଚାଷ ହେଉଥିଲା । ଏହି କେନାଲ ମାଧ୍ୟମରେ ବଡ଼ ବଡ଼ ଡ଼ଙ୍ଗା ସାହାଯ୍ୟରେ ଅନ୍ୟ ରାଜ୍ୟକୁ ଝୋଟ ସହ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ଦ୍ରବ୍ୟ ରପ୍ତାନି ଓ ଆମଦାନୀ ହେଉଥିଲା । ଆଜି  ସମୟ ବଦଳିବା ସହିତ ସେସବୁ ବାଣିଜ୍ୟ ବ୍ୟବସାୟ କେବେ ଠାରୁ ବନ୍ଦ ହୋଇଯାଇଛି ।

ତେବେ ଜଳସେଚନ ଏକମାତ୍ର ବିକଳ୍ପ ଭାବେ ଏହି କେନାଲ ବ୍ୟବହାର ହେଉଛି । ହେଲେ ଦିନକୁ ଦିନ ଏହି କେନ୍ଦ୍ରାପଡା କେନାଲ ପୋତି ହେବାକୁ ଲାଗିଛି । ଏହା ଦେଇ  ପାଖାପାଖି ୪ ହଜାର କ୍ୟୁସେକ ଜଳ ଏଥିରେ ପ୍ରଭାବିତ ହେଉଥିଲା ଏବେ ଏହାର ଜଳ ଧାରଣାର କ୍ଷମତା ଅଧାରୁ ଅଧିକ କମି ଯାଇଛି । ଏହାର ଏକମାତ୍ର କାରଣ କେନାଲର ରକ୍ଷଣାବେକ୍ଷଣ ଠିକ ଭାବେ ହେଉନାହିଁ । ସ୍ଥାନେ ସ୍ଥାନେ ବାଲି, ମାଟି, ଅଳିଆ ଆବର୍ଜନା ଦ୍ୱାରା ପୋତି ହୋଇ ଗଲାଣି କେନାଲ । ଏ ଦୃଶ୍ୟ ହେଉଛି କେନ୍ଦ୍ରପଡା କେନାଲର ଶାଖା ଜମ୍ବୁ- ମାର୍ଶାଘାଇ କେନାଲ, କେନାଲରେ ଭର୍ତ୍ତି ହୋଇଗଲାଣି ଦଳ । ଏହି କେନାଲର ଶେଷ ମୁଣ୍ଡରେ ବେଆଇନ ଚୁଙ୍ଗୁଡି ଘେରି କରି ଜଳ ଓ ପରିବେଶକୁ ପ୍ରଦୂଷିତ କରିଛନ୍ତି କିଛି ଚିଙ୍ଗୁଡି ମାଫିଆ । ଖାଲି ସେତିକି ନୁହେଁ ଅଳିଆ ଆବର୍ଜନାରେ ଭରା ଏହି କେନାଲର ଦୂଷିତ ପାଣି ଅନେକ ରୋଗର ମଧ୍ଯ କାରଣ ପାଲଟିଛି ।

ସମାନ ଅବସ୍ଥା ଏହାର ଶାଖା ତଥା ଗଣ୍ଡାଖିଆ କେନାଲର । ସଫେଇ ପାଇଁ ଟଙ୍କା ଆସୁଛି ହେଲେ କାମ କେବଳ କାଗଜ କଲମରେ ବୋଲି ଅଭିଯୋଗ ଆଣିଛନ୍ତି ଚାଷୀ ।  କେନାଲ ସଫେଇ ଓ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯଉଛି ହେଲେ ତାହା କେଉଁ ଆଧାରରେ ଜଳସେଚନ ବିଭାଗ କରିଛି ତାହା ସ୍ଥିତିରୁ ସ୍ପଷ୍ଟ ଜାଣି ହେଉଛି । ଯାହାକୁ ନେଇ କେବଳ କଟକ ଜିଲ୍ଲା ନୁହେଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଦେଖାଦେଲାଣି ଅସନ୍ତୋଷ ।