Kalahandi Crime: ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତୁମ୍ଭିତୋଫାନ, ପରିବାର ଆଣିଲେ ହତ୍ୟା ଅଭିଯୋଗ
Advertisement
Article Detail0/zeeodisha/odisha1436816

Kalahandi Crime: ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତୁମ୍ଭିତୋଫାନ, ପରିବାର ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଟିଙ୍ଗିପଦର ଗ୍ରାମରେ ଗତକାଲି ଅପରାହ୍ନ ସମୟରେ ଗ୍ରାମ ନିକଟରେ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଯୁବତୀଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। 

Kalahandi Crime: ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତୁମ୍ଭିତୋଫାନ, ପରିବାର ଆଣିଲେ ହତ୍ୟା ଅଭିଯୋଗ

Kalahandi Crime:  ଧର୍ମଗଡ଼ (ବ୍ରଜେଶ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଟିଙ୍ଗିପଦର ଗ୍ରାମରେ ଗତକାଲି ଅପରାହ୍ନ ସମୟରେ ଗ୍ରାମ ନିକଟରେ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଯୁବତୀଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗରୁ ଜଣାଯାଏ ଯେ ଟିଙ୍ଗିପଦର ଗ୍ରାମର ଯାଦବ ମାଝୀଙ୍କ ଝିଅ ପ୍ରେମଶିଳା ମାଝୀ(୨୦) ଓ ଏହି ଗ୍ରାମର ତୀର୍ଥ ଦାସଙ୍କ ପୁଅ ସୁନିଲ ଦାସ (୨୧)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। 

ଦୁହେଁ ଗତ ଅଗଷ୍ଟ ମାସ ୧୮ ତାରିଖ ଦିନ ଘରୁ ଫେରାର ହୋଇ ଯାଇଥିଲେ। ଏନେଇ ଝିଅର ବାପା କେଗାଁ ଥାନରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ପୁଅର ବାପା ପୁଅ ଓ ଝିଅଙ୍କୁ ଯେଉଁଠି ଥିଲେ ମଧ୍ୟ ଧରି ଆଣି ଚଳିତ ମାସ ୯ ତାରିଖ ଦିନ କୋର୍ଟ ମ୍ୟାରେଜ କରାଇବି ବୋଲି ଚୁକ୍ତିନାମା କରିଥିଲେ। କିନ୍ତୁ ୯ ତାରିଖ ଦିନ ପୁଅ ଝିଅ ଆସିନଥିବା ବେଳେ ଗତକାଲି ୧୦ ତାରିଖ ଦିନ କେବଳ ଝିଅ ପୁଅ ଘରକୁ ଆସିଥିବା ବେଳେ ଅପରାହ୍ନ ସମୟରେ ଗାଁ ନିକଟରେ ଥିବା ଏକ କପା ବାଡ଼ି ମଧ୍ୟରେ ଥିବା ନିମ୍ବ ଗଛରେ ଝିଅର ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। 

ଉକ୍ତ ଘଟଣା ଦେଖି ଝିଅର ବାପା ତାଙ୍କ ଝିଅକୁ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିକ୍ତି କରି କେଗାଁ ଥାନା ଏସଆଇ ମେଘରାୟ ହାଁସଦା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ।  ଗତକାଲି ରାତ୍ର ହେବାରୁ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ହୋଇ ପାରିନଥିବା ବେଳେ ଆଜି ସକାଳ ସମୟରେ ସାଇଣ୍ଟିଫିକ ଟିମ ଜରିଆରେ ପ୍ରାଥମିକ ତଦନ୍ତ କରି ଶବଟିକୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପଠାଛନ୍ତି । ଏହି ସମୟରେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ମଧ୍ୟ ଉପସ୍ଥିତ ଥିଲେ ।

ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ତଦନ୍ତକାରୀ ଅଫିସର ଶ୍ରୀ ହାଁସଦା ସ୍ୱୀକାର କରିଥିବା ବେଳେ ପ୍ରାଥମିକ ଭାବେ ଥାନା କେସ ନମ୍ବର ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଅନେକ ଘଟଣା ଜଣାପଡିବ ବୋଲି ସୂଚନା ଦେଇଛନ୍ତି । ସମ୍ପୃକ୍ତ ପୁଅ ପୂର୍ବରୁ ଫେରାର ଥିବା ବେଳେ ଉକ୍ତ ଘଟଣାପରେ ପୁଅର ବାପା ଓ ମାଁ ମଧ୍ୟ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ସମ୍ପୃକ୍ତ ପୁଅ ଓ ତାର ବାପା ମାକୁ ତୁରନ୍ତ ଧରି ଆଇନ ଅନୁଯାୟୀ ଦଣ୍ଡିତ କରିବାରକୁ ଝିଅର ପରିବାର ଲୋକ ଦାବି କରିଛନ୍ତି ।

ଅଧିକ ପଢନ୍ତୁ: Archana Nag case: ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ED, ତେଜିଲା ରାଜ୍ୟ ରାଜନୀତି

ଅଧିକ ପଢନ୍ତୁ: ଜାତୀୟ ସଙ୍ଗୀତକୁ ଅବମାନନା କରିଥିବାରୁ ସାମ୍ବାଦିକାଙ୍କୁ ତିନି ମାସ ଜେଲ୍