Byasangar Municipality: ମୁଁହ ଖୋଲିଲେ କାର୍ଯ୍ୟନିର୍ବାହୀ ଅଧିକାରୀ, ହେଲା ରାତାରାତି ବଦଳି
Advertisement

Byasangar Municipality: ମୁଁହ ଖୋଲିଲେ କାର୍ଯ୍ୟନିର୍ବାହୀ ଅଧିକାରୀ, ହେଲା ରାତାରାତି ବଦଳି

ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବା ନିମନ୍ତେ ୱାର୍ଡବାସୀ ପୌର କାର୍ଯ୍ୟନିର୍ବାହୀଙ୍କୁ ଅନୁମତି ମାଗିଥିଲେ । ୮ ନମ୍ବର ୱାର୍ଡର କାଉନସିଲର ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି। 

ପ୍ରତିକାତ୍ମକ ଫଟୋ

Byasangar Municipality: ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ଦବଙ୍ଗଗିରି ବିରୋଧରେ ମୁହଁ ଖୋଲିଲେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। ପୌରାଧ୍ୟକ୍ଷା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଅନ୍ତର୍ଦ୍ବନ୍ଦ୍ୱ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ନିକଟରେ ଅଧ୍ୟକ୍ଷା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫିଙ୍ଗୁଥିବାର ଭିଡ଼ିଓ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି। ପରିଣାମ ସ୍ବରୂପ ଗତକାଲି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରାତିଅଧିଆ ବଦଳି ହୋଇଥିବା ସୂଚନା ମିଳିଛି । ଯାହାକି ଘଟଣାକ୍ରମକୁ ଅଧିକ ରୋମନ୍ଥନ କରିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ ପୌରପରିଷଦର କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଅଧକ୍ଷାଙ୍କ ଫାଇଲ ଫୋପାଡିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଲାଇଭ୍ ଭିଜୁଆଲ୍ସ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଗତ ଜୁନ ମାସରୁ ହିଁ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେବା ଆରମ୍ଭ ହୋଇଥିଲା। ମାତ୍ର ଗତ ଅକ୍ଟୋବର ମାସରେ ବାୟୋମେଟ୍ରିକ ମେସିନ ସଂଯୋଗ ଓ ଜିଓ ଟାୱାର ସ୍ଥାପନକୁ ନେଇ ଏହି ଫାଇଲ୍ ଫିଙ୍ଗା ଘଟଣା ଘଟିଥିବା ବେଳେ ଏହା ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାର ଲାଇଭ୍ ଭିଜୁଆଲ୍ସ ଚାରିଆଡେ ଭାଇରାଲ ହେବା ସହ ତାଙ୍କୁ ଅନ୍ୟତ୍ର ରାତିଅଧିଆ ବଦଳି କରାଯିବା ଫଳରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ୍ ଏବେ ମୁହଁ ଖୋଲିଛନ୍ତି । ସେପଟେ ଭିଜୁଆଲ୍ସ ଭାଇରାଲ ହେବା ପରେ ବି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟନିର୍ବାହୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବା ନିମନ୍ତେ ୱାର୍ଡବାସୀ ପୌର କାର୍ଯ୍ୟନିର୍ବାହୀଙ୍କୁ ଅନୁମତି ମାଗିଥିଲେ । ୮ ନମ୍ବର ୱାର୍ଡର କାଉନସିଲର ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି। ପୌରପରିଷଦ ପକ୍ଷରୁ ଏହାର ସରଜମିନ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୋକ କୁମାର ରାଉତ ଏଥିପାଇଁ ଅନୁମତି ଦେଇଥିଲେ । ପରେ ଉକ୍ତ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାୱାର ନିର୍ମାଣକୁ ବିରୋଧ କରି ଅଧକ୍ଷାଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏତି ମଧ୍ୟରେ ନିର୍ବାହୀ ଅଧିକାରୀଙ୍କ ଗତକାଲି ଖଣ୍ଡପଡା ବଦଳି ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ: 8th Pay Commission Update: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିବ ୪୪ ପ୍ରତିଶତ ଦରମା

ଅଧିକ ପଢନ୍ତୁ: G20 Summit: ପିଏମ ମୋଦିଙ୍କୁ ସାଲ୍ୟୁଟ କରୁଥିବା ନଜର ଆସିଲେ ଜୋ ବାଇଡେନ, ମଙ୍ଗଳବାର ନିଜେ ଆସି ମିଳାଇ ଥିଲେ ହାତ