ଓଡିଶାକୁ ମିଳିବ ରେଳବାଈର ଆଉ ଏକ ଭେଟି
Advertisement
Article Detail0/zeeodisha/odisha1319555

ଓଡିଶାକୁ ମିଳିବ ରେଳବାଈର ଆଉ ଏକ ଭେଟି

Balangir railway project: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ (Khordha-Balangir Rail line Project) କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ଅନୁମତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ (Review Meeting) ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । 

ଓଡିଶାକୁ ମିଳିବ ରେଳବାଈର ଆଉ ଏକ ଭେଟି

Balangir railway project: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ (Khordha-Balangir Rail line Project) କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ଅନୁମତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ (Review Meeting) ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏହା ହୋଇ ଯାଇଛି । ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ଏହି ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ୫ଟି ପର୍ଯ୍ୟାୟରେ ସମ୍ପାଦିତ ହେବ । ୦-୩୫ କିଲୋମିଟର ପର୍ଯ୍ୟନ୍ତ (୯.୦୯୫ ହେକ୍ଟର ଜଙ୍ଗଲ ଜମି) ହେବାକୁ ଥିବା ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ-୧ ଓ ଷ୍ଟେଜ୍‌-୨ ଅନୁମତି ମିଳି ସାରିଛି । ସେହିପରି ୩୬-୧୧୨ କିଲୋମିଟର (୫୯.୭୧୭ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ୍‌-୧ ଓ ଷ୍ଟେଜ୍‌-୨ ଅନୁମତି ମିଳିସାରିଛି । ପୂର୍ବତଟ ରେଳପଥକୁ ଏହି କାର୍ଯ୍ୟ ଆରମ୍ଭ କରିବାରେ କୌଣସି ସମସ୍ୟା ନାହିଁ । 

ନୟାଗଡ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ୧୧୨-୧୪୩ କିଲୋମିଟର (୧୯୨.୨୮୯ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁ ଥିବା ରେଳ ଲାଇନ ପ୍ରକଳ୍ପକୁ ଅଦ୍ୟାବଧି ଷ୍ଟେଜ୍-୧ ଅନୁମତି ମିଳିପାରି ନାହିଁ । ସେହିପରି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୮୦ କିଲୋମିଟର(୩୦୨.୩୨୯ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁ ଥିବା ରେଳ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ୍‌-୧ ଅନୁମତି ମିଳିପାରି ନାହିଁ । ଏ ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁ୍‌ଙ୍ଖ ଆଲୋଚନା ହୋଇଥିଲା । 

ଭାରତ ସରକାରଙ୍କ ସମ୍ପୃକ୍ତ ବିଭାଗ ସହ ତୁରନ୍ତ ଯୋଗାଯୋଗ କରି ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଷ୍ଟେଜ୍‌-୧ ଅନୁମତି ଆଣିବା ପାଇଁ ଯଥାବିଦ୍ଧି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ଅମାତ ମୁଖ୍ୟ ବନସଂରକ୍ଷକ  ଜି. ରାଜେଶ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୮୦-୨୩୮ କିଲୋମିଟର (୧୩.୨୨ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ୍‌-୧ ଅନୁମତି ମିଳିସାରିଛି । ସୁବର୍ଣ୍ଣପୁର ଓ ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ ୨୩୮-୨୮୯ କିଲୋମିଟର(୬୯.୭୭ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ୍ -୧ ଅନୁମତି ମିଳିସାରିଛି ବୋଲି ବୈଠକ ସୂତ୍ରରୁ ପ୍ରକାଶ । ଏହି ପ୍ରକଳ୍ପ ଶେଷ ହେଲେ ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଏବଂ ଆଖପାଖ ଜିଲ୍ଲାର ଜନସାଧାରଣ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଛନ୍ତି । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରାଉତଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଗୋଟିଏ ପରେ ଗୋଟିଏ ଉପହାର ଓଡିଶାକୁ ମଳୁଛି। ଓଡିଶାରେ କେଳର ଉନ୍ନତିକରଣ ସହିତ ନୂତନ ରେଳ ଲାଇନକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ହାତକୁ ନେଉଛି। ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଲେ ହଜାର ହଜାର ଲୋକ ଏହାଦ୍ବାରା ଉପକୃତ ହେବେ।