Weather Update: ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ନେଇ ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
Advertisement

Weather Update: ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ନେଇ ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି

Weather Update: ଆଜି ରାଜ୍ୟର ୧୨ଟି ଜିଲ୍ଲା ବିଶେଷ କରି ଉପକୂଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ( Orange Alert) ଜାରି କରାଯାଇଛି । 

ସୌ(ସୋସିଆଲ ମିଡିଆ)

Weather Update: ଆସିଛି ଆଉ ଏକ ପଶ୍ଚିମା ଝଡ଼ ଏହାର ପ୍ରଭାବରେ ଆଜି ରାଜ୍ୟର ୧୨ଟି ଜିଲ୍ଲା ବିଶେଷ କରି ଉପକୂଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା(Hail rain) ହେବା ନେଇ ସମ୍ଭାବନା ରହିଛି । ଆଜି ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଆଦି ଜିଲ୍ଲାରେ ଝଡ଼ ବର୍ଷା ସହ କୁଆପଥର ବର୍ଷା(Rain) ନେଇ ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର(Bhubaneswar Metrology Department) ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ( Orange Alert) ଜାରି କରାଯାଇଛି । ଏହାସହ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ଦେବଗଡ, ସମ୍ବଲପୁର, ବୌଦ୍ଧ ଆଦି ଜିଲ୍ଲାରେ ଝଡ଼ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବୋହିବ । ତେଣୁ ଏହି ସବୁ ଜିଲ୍ଲାକୁ ମଧ୍ଯ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ଏପ୍ରିଲ ୧ ତାରିଖରେ କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଜଗତସିଂହପୁର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେଣୁ ଏହିସବୁ ଜିଲ୍ଲାକୁ ମଧ୍ଯ ୟେଲୋ ୱାର୍ଣ୍ଣିଂ( Yellow Alert) ଜାରି ହୋଇଛି । ଏହାପରେ ୨ ତାରିଖ ବେଳକୁ ପାଗ ଶୁଖିଲା ରହିବା ସହ ବର୍ଷାର(Rain) ପରିମାଣ କମିବ ।

ଏହାମଧ୍ଯ ପଢନ୍ତୁ-Sambalpur Accident: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଅକାଳରେ ଚାଲିଗଲା ୬ ଜୀବନ

ସେହିପରି ପୁଣିଥରେ ଦିଲ୍ଲୀ-ଏନସିଆରରେ( Delhi NCR) ପାଗରେ ପରିବର୍ତ୍ତନ ଆସିଛି । ଏଠାରେ ଗତକାଲି ଅର୍ଥାତ୍ ବୁଧବାର ଦିନ ପ୍ରବଳ ବର୍ଷା(Heavy Rain) ହେତୁ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ବର୍ଷା ଓ କୁଆପଥର ମାଡ଼ ହେବାର ମଧ୍ଯ ସମ୍ଭାବନା ରହିଛି। ଏଥିଲାଗି ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ(NCR) ୟେଲୋ ୱାର୍ଣ୍ଣିଂ (Yellow Alert) ଜାରି କରାଯାଇଛି । ଆଇଏମଡି( IMD) ଅନୁଯାୟୀ, ୩୦ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ କୁଆପଥର(Hail rain)  ମାଡ଼ ହେବ । ଏଥିସହିତ ତାପମାତ୍ରାରେ ଯଥେଷ୍ଟ ହ୍ରାସ ଘଟିବ। ଅନ୍ୟପକ୍ଷରେ, ଦିଲ୍ଲୀରେ ବୁଧବାର ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ସେଲସିୟସ୍ ଓ ସର୍ବାଧିକ ତାପମାତ୍ରା ୩୩.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଆଜି ଦିନସାରା ପାଗ ମେଘୁଆ ରହିବ । ଏହାସହ ରାତିରେ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ଅନ୍ୟପକ୍ଷରେ, ଆଜି ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ୍ ଓ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ରହିବା ନେଇ ଆଇଏମଡି(IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।