Weather Update: କମିବ କାଳବୈଶାଖୀର ପ୍ରଭାବ, ଡ଼ହ ଡ଼ହ ଖରାରେ ସିଝିବ ସାରା ରାଜ୍ୟ!
Advertisement

Weather Update: କମିବ କାଳବୈଶାଖୀର ପ୍ରଭାବ, ଡ଼ହ ଡ଼ହ ଖରାରେ ସିଝିବ ସାରା ରାଜ୍ୟ!

Heat waves: ପଣାସଂକ୍ରାନ୍ତି ବେଳକୁ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଫଳରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ତାପମାତ୍ର ବୃଦ୍ଧି ଫଳରେ ଅସହ୍ୟ ଖରା ସାଙ୍ଗକୁ ଗରମରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ ।

ସୌ(ସୋସିଆଲ ମିଡିଆ)

Heat waves: ଏଣିକି କମିବ କାଳବୈଶାଖୀର ପ୍ରଭାବ ଆଉ ବଢିବ ତାତି (Heat Waves) । କିଛି ଦିନ ହେବ ପଶ୍ଚିମା ଝଡ଼ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ପାଇଥିଲେ ରାଜ୍ୟବାସୀ । ତେବେ ଆଗକୁ ଆଉ ୨ ରୁ ତିନି ଦିନ ପରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ (Heat Waves) ବଢିବା ନେଇ ପାଣିପାଗ ବିଭାଗ (Bhubanewswr Mathology Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବା ପରେ ୧୧ ତାରିଖରୁ ତାପମାତ୍ରାରେ ବୃଦ୍ଧି ହେବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହାପରେ ତାପମାତ୍ରାରେ ବଢିବ। ପଣାସଂକ୍ରାନ୍ତି ବେଳକୁ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଫଳରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ତାପମାତ୍ର (Temperature) ବୃଦ୍ଧି ଫଳରେ ଅସହ୍ୟ ଖରା ସାଙ୍ଗକୁ ଗରମରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ ।

ସୂଚନା ଅନୁଯାୟୀ, ଶନିବାର ଦିନ କନ୍ଧମାଳ, ବାଲେଶ୍ବର, ମୟୂରଭଞ୍ଜ, ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ତେବେ ଆସନ୍ତା ୨ ଦିନରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ଢେଙ୍କାନାଳରେ ପବନ ଓ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସେପଟେ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶା କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା (Rain) ଲାଗି ରହୁଛି । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହୋଇପାରେ ।  ବିଶେଷ କରି, ବାଲେଶ୍ବର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ଯାଜପୁର, ସମ୍ବଲପୁର, ଭଦ୍ରକ, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭବନା ରହିଛି । ସେହିପରି ଏପ୍ରିଲ ୧୦ ତାରିଖରେ କନ୍ଧମାଳ, ମାଲକାନଗିରି, ଗଜପତି, ରାୟଗଡ଼ା, କେନ୍ଦୁଝର, କୋରାପୁଟ ଆଦି ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି । ଏହାପରେ ଅର୍ଥାତ୍ ୧୧ ତାରିଖ ବେଳକୁ ରାଜ୍ୟରେ ପାଗ ଶୁଖିଲା ହେବା ସହ ତାପମାତ୍ରାରେ ବୃଦ୍ଧି ଘଟିବ ।

ପ୍ରକାଶଥାଉ କି, କରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡ଼ ଅଙ୍କୁରାରେ ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରାଘାତରେ (Thunderstorm) ୩ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ମାନେ ମହିଳ ହୋଇଥିବା ଜଣାପଡ଼ିଛି । ଶନିବାର ଦିନ ଅପରାହ୍ନରେ ବିଜୁଳି ମାରିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ଯ ପଢନ୍ତୁ-Boudh News: ଜେଲ ଶୌଚାଳୟ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏହା ବି ପଢନ୍ତୁ-Retirement Age Hike: କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!

ଏହା ବି ପଢନ୍ତୁ-Kendrapara News: ଠକିଦେଲା ଫେସବୁକ୍ ଭାଇ, ଠକେଇର ଶିକାର ହେବା ପରେ ମହିଳାଙ୍କୁ ତଲାକ୍ ଦେଲେ ସ୍ୱାମୀ

ଏହା ବି ପଢନ୍ତୁ-Cuttack News: ଅଷ୍ଟପ୍ରହରି ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ

ଏହା ବି ପଢନ୍ତୁ-7th Pay Commission: ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...