ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ
Advertisement

ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ

ନବ ଦାସଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ବଡ଼ ପ୍ରମାଣ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସଙ୍କୁ ନେଇ ଏହି ପ୍ରମାଣ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ତଥା ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଛି। ଦେଖନ୍ତୁ ଓ ପଢନ୍ତୁ କଣ ସେହି ପ୍ରମାଣ... 

ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ
Naba Das Murder case ଝାରସୁଗୁଡ଼ା: ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ (Health Minister) ନବ ଦାସଙ୍କୁ (Naba Das) ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ଗତ ଜାନୁଆରୀ ମାସ ୨୯ ତାରିଖରେ ନବ ଦାସଙ୍କୁ (Nabakishore Das) ଗୁଳି କରି ହତ୍ୟା କରାଯାଇଥିଲା। ଏକ ସର୍ବସାଧାରଣ ବୈଠକରେ (General Public Meeting) ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରିଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରି ରାଜ୍ୟ କ୍ରାଇମ ବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏଥିପାଇଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୋଲିସ କର୍ମୀ ଗୋପାଳ ଦାସଙ୍କୁ ଗିରଫ କରି ଖୋଳତାଡ଼କୁ ଜୋରଦାର କରିଛି। 
 
ଅଭିଯୁକ୍ତ ଗୋପାଳ ମୁହଁରୁ ସତ ଉଗାଳିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି। କ୍ରାଇମ ବ୍ରାଞ୍ଚର ତଦନ୍ତ ଜାରି ରହିଥିବା ବେଳେ ଘଟଣାଦିନର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଫଟୋରେ ନବ ଦାସଙ୍କ ଖୁବ ନିକଟରେ ରହିଛି ଅଭିଯୁକ୍ତ ଗୋପାଳ ଦାସ। କିନ୍ତୁ ତାହା ହାତରେ ବନ୍ଧୁକ ଥିବା ନେଇ ଦେଖାଯାଉନାହିଁ। ନବଙ୍କର କେହି ପ୍ରଶଂସକ ତାଙ୍କୁ ଫୁଲମାଳ ପିନ୍ଧାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ଶାରିରୀକ ଅଙ୍ଗଭଙ୍ଗୀରୁ ଏହା ସ୍ପଷ୍ଟ ହେଉଛି ଯେ ନବ ଦାସଙ୍କୁ ଗୋପାଳ ହିଁ ଗୁଳି କରିଛି। ଅଭିଯୁକ୍ତ ଗୋପାଳ କାନ୍ଧକୁ ଏତେ ଟାଣ କରିଛି ଯେ ବେକର ଶିରାପ୍ରସିରା ବାହାରି ପଡ଼ିଛି। ମୁଁହର ମାଂସପେଶୀ ଟାଣି ହୋଇଯାଇଛି। ମୁଁହରେ ନିର୍ବିକାର ଭାବନାର କଠୋରତା ବେଶ ବାରି ହୋଇ ପଡୁଛି। ନବଦାସଙ୍କୁ ଦୁଇଜଣ ସମର୍ଥକ ଫୁଲମାଳ ଦେଉଥିବା ସମୟରେ କିଭଳି ଅତି ନିକଟରେ ଠିଆ ହୋଇ ସାମ୍ନାରୁ ସିଧାସଳଖ ଛାତିକୁ ଲକ୍ଷ କରି ମାରିଛି ଗୁଳି ।
 

 
ସେପଟେ ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ସବୁ ଦିଗରୁ ତଦନ୍ତ କରି ଅଭିଯୁକ୍ତକୁ ହେଉଛି ଘନଘନ ଜେରା  । ଗତ ୮ ତାରିଖରେ ଅଭିଯୁକ୍ତକୁ ନେଇ ଗୁଜରାଟର ଗାନ୍ଧିନଗର ଯାଇଥିଲା କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ । ସେଠାରେ ତା’ର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇଛି । ନାର୍କୋ ଟେଷ୍ଟରେ ଅନେକ ଗୁମର ଖୋଲିଛି ଗୋପାଳ । ଗୋପାଳର ହତ୍ୟାର ଉଦ୍ଦେଶ୍ୟ ଜାଣିବାକୁ ତିନି ତିନି ଥର ରିମାଣ୍ଡରେ ନେଇ ଜେରା କରିସାରିଲାଣି। ଏହି ସମୟରେ ଗୋପାଳ କେବଳ ଗୋଟିଏ କଥାକୁ ବାରମ୍ବାର ଦୋହରାଇଥିଲା। ନବ ଦାସଙ୍କ ଦ୍ୱାରା ଲୋକମାନେ ବେଶ ନିର୍ଯାତିତ ହେଉଥିଲେ। ତାଙ୍କୁ ମାରିଦେଲି ବୋଲି ଗୋପାଳ କହିଥିଲା।