Weather Upadate: ୧୮ରେ ୬ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା, ସାମିଲ ରହିଛି ଏହି ସବୁ ଜିଲ୍ଲା
Advertisement

Weather Upadate: ୧୮ରେ ୬ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା, ସାମିଲ ରହିଛି ଏହି ସବୁ ଜିଲ୍ଲା

Weather Upadate: ତାତିରୁ ମିଳିଛି ଆଶ୍ବସ୍ତ୍ୟ । ଦୁଇଦିନ ହେବ ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ଦକ୍ଷିଣ ଓଡି଼ଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ଏଭଳି ପାଗ ରହିବା ସହ ଅଧିକାଂଶ ସ୍ଥାନରେ ବର୍ଷା (Rain alert)ହେବା ନେଇ ସମ୍ଭାବନା ରହିଛି । ୧୮ ତାରିଖରେ ରାଜ୍ୟର ୬ଟି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ ।

ସୌ(ସୋସିଆଲ ମିଡିଆ)

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବିକ,( Bhubaneswar metrology department) ବାଂଲାଦେଶ ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟ ଏକ ଟ୍ରଫଲାଇନ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ କିଛି ଦିନ ପାଗ କୋହଲା ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନ ଯଥା, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗରପୁର ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ହେବ । ୧୮ ତାରିଖ ଦିନ ରାଜ୍ୟରେ କୁଆପଥର ବର୍ଷା ନେଇ ମଧ୍ଯ ସମ୍ଭାବନା ରହିଛି । କେନ୍ଦୁଝର, ଯାଜପୁର, କଟକ, କୋରାପୁଟ, ମାଲକାନଗିରି, ଢେଙ୍କାନାଳରେ କୁଆପଥର(Hail) ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ସକାଳ ୮ଟା ଯାଏ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ୨୦ ତାରିଖ ଦିନ ବର୍ଷା କମିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ଅଞ୍ଚଳରେ ହାଲୁକା ବର୍ଷା ହେବ । ଆସନ୍ତା ୩ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୪ ଡ଼ିଗ୍ରୀ କମିବ । ୨୧ ତାରିଖ ବେଳୁ ରାଜ୍ୟର ପାଗ ପରିବର୍ତ୍ତନ ହୋଇପାରେ ।

ସେପଟେ ଦେଶର ଅନ୍ୟ କିଛି ରାଜ୍ୟରେ ମଧ୍ଯ ବଦଳିଛି ପାଗ । ପାଗ ପରିବର୍ତ୍ତନ ସହ କେତେକ ରାଜ୍ୟରେ ବର୍ଷା ସହ କୁଆପଥର ବର୍ଷା ହେବା ନେଇ ପାଣିପାଗ ବିଭାଗ(India Meteorological Department) ପକ୍ଷରୁ ଆର୍ଲଟ ଜାରି କରାଯାଇଛି । ଆଜିଠାରୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀ, ଏନସିଆର, ରାଜସ୍ଥାନ, ୟୁପି, ବିହାର, ମହାରାଷ୍ଟ, ଗୁଜୁରାଟ , ମଧ୍ଯପ୍ରଦେଶ, ଗୁଜୁରାଟ, ତେଲେଙ୍ଗାନା ଓ ହରିୟାଣାରେ ବର୍ଷା ହେବା ନେଇ ସମ୍ଭବନା ରହିଛି ।

Also Read-Khordha News: ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ଶତାଧିକ ମହିଳା

Also Read-Gajapati: ଦାଦନ ଶ୍ରମିକ ହତ୍ୟା ଘଟଣାରେ ନୂଆ ମୋଡ଼, ଜୀବିତ ହୋଇ କରିଥିଲେ ମୃତ୍ୟୁର ନାଟକ