ଗଣେଶ ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାରି ହେଲା ୧୪୪ ଧାରା
Advertisement
Article Detail0/zeeodisha/odisha1328161

ଗଣେଶ ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାରି ହେଲା ୧୪୪ ଧାରା

 Group Clash Over Ganesh Puja Pandal: ଏଠାରେ କହି ରଖୁଛୁ ଯେ, ଧାମନଗର ବେଦପୁର ଛକରେ ଗତକାଲି ବାଜପେୟୀ କ୍ଲବରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟା ସମୟରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ତଥା ଦୁଇ ଗୋଷ୍ଠୀ ପକ୍ଷରୁ ହାତାହାତି ହେବା ସହ କିଛି ଧାମନଗର ତହସିଲଦାରଙ୍କ ସମ୍ମୁଖରେ କ୍ଲବ ନିକଟରେ ମାରଣାସ୍ତ୍ର ଧରି ଅସାମାଜିକ ଯୁବକମାନେ ଉନ୍ମତକାଣ୍ଡ ଘଟାଇଛନ୍ତି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Group Clash Over Ganesh Puja Pandal: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବେଦପୁର ଛକ ନିକଟରେ ଥିବା ବାଜପେୟୀ କ୍ଲବରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜା ମଣ୍ଡପରେ ଲାଗିଲା ୧୪୪ ଧାରା । ଅଗଷ୍ଟ ୩୦ରୁ ସେପ୍ଟେମ୍ୱର ୨ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲେ ଭଦ୍ରକ ଉପଜିଲ୍ଲାପାଳ । ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । 

ଏଠାରେ କହି ରଖୁଛୁ ଯେ, ଧାମନଗର ବେଦପୁର ଛକରେ ଗତକାଲି ବାଜପେୟୀ କ୍ଲବରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟା ସମୟରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ତଥା ଦୁଇ ଗୋଷ୍ଠୀ ପକ୍ଷରୁ ହାତାହାତି ହେବା ସହ କିଛି ଧାମନଗର ତହସିଲଦାରଙ୍କ ସମ୍ମୁଖରେ କ୍ଲବ ନିକଟରେ ମାରଣାସ୍ତ୍ର ଧରି ଅସାମାଜିକ ଯୁବକମାନେ ଉନ୍ମତକାଣ୍ଡ ଘଟାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ମୃତୟନ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।

ସେହିପରି କୋଣାର୍କରେ ଗଣେଶ ପୂଜା ଉପରେ ଲାଗିଲା କର୍ଫ୍ୟୁ । ପୂଜା ବନ୍ଦ କଲା ପ୍ରଶାସନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମରେ ଦେଖାଦେଇଛି ଗୋଷ୍ଠୀ ବିବାଦ । ପୂଜାକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛି । ଗୋଟେ ଗୋଷ୍ଠୀ ଗ୍ରାମୀଣ ପାର୍କକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଗଣେଶ ପୂଜାକୁ ବିରୋଧ କରିଛି । ଯାହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା । ପ୍ରଶାସନ ନିକଟରେ ଅଭିଯୋଗ ପରେ ଗତକାଲି ରାତିରେ ଅସ୍ତରଙ୍ଗ ତହସିଲଦାର ଓ ପୋଲିସ ପହଁଚି ପୂଜା ମଣ୍ତପରେ ୧୪୪ ଧାରା ଲାଗୁ କରିଛନ୍ତି ।

ଏହା ବି ପଢ଼ନ୍ତୁ:-'ଗରମ ତାୱାରେ ମାଡ଼ ମାରିଛି, ଦାନ୍ତ ଭାଙ୍ଗିଛି, ପରିସ୍ରା ଚଟାଇଛି', ଚାକରାଣୀ ଉପରେ ଅତ୍ୟାଚାର ଅଭିଯୋଗରେ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

ଏହା ବି ପଢ଼ନ୍ତୁ:-୨୦୨୪ରେ ନରେନ୍ଦ୍ର ମୋଦିଙ୍କୁ କିଏ ଦେବେ ଟକ୍କର? ଏହି ନେତା ବିଗାଡ଼ିବ ରାହୁଲ ଗାନ୍ଧୀଙ୍କ ଖେଳ!

ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ଟ୍ୱିଟ୍ କରି ସରକାର କଲେ ଘୋଷଣା

ସେପଟେ ରାଜ୍ୟ ସମେତ ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ । ଆଜି ଅର୍ଥାତ ଅଗଷ୍ଟ ୩୧ରେ ଗଣେଶ ପୂଜା କରାଯାଉଛି । ଚଳିତ ବର୍ଷ ଅଗଷ୍ଟ ୩୧ରେ ଗଣେଶ ଚତୁର୍ଥୀରେ ଗଣେଶ ପ୍ରତିଷ୍ଠା ଓ ପୂଜା ପାଇଁ ଦିନସାରା ସମୁଦାୟ ୫ଟି ଶୁଭ ସମୟ ରହିବ । ସକାଳ ୧୧.୨୦ରୁ ୧.୨୦ ପର୍ଯ୍ୟନ୍ତ ସର୍ବୋତ୍ତମ ସମୟ ରହିବ, କାରଣ ଏହା ମଧ୍ୟାହ୍ନ ସମୟ ହେବ, ଏହି ସମୟରେ ଗୌରୀ ପୁତ୍ର ଗଣେଶ ଜନ୍ମ ହୋଇଥିଲେ ।

ତିରୁପତିର ଜ୍ୟୋତିଷ ଡକ୍ଟର କୃଷ୍ଣ କୁମାର ଭାର୍ଗବ ଓ ପୁରୀର ଜ୍ୟୋତିଷ ଡକ୍ଟର ଗଣେଶ ମିଶ୍ର କହିଛନ୍ତି ଯେ, ଏମିତିରେ ଗଣେଶ ଜୀଙ୍କୁ ଦିପହରରେ ପ୍ରତିଷ୍ଠା କରାଯାଇ ପୂଜା କରାଯିବା ଉଚିତ୍ । ଯଦି ସମୟର ଅଭାବ ରହିଛି, ତେବେ ଗଣପତି ଯେକୌଣସି ଶୁଭ ଲଗ୍ନ କିମ୍ବା ମୁହୂର୍ତ୍ତରେ ପ୍ରତିଷ୍ଠିତ କରିପାରିବେ । ଚଳିତ ଥର ଗଣେଶ ଚତୁର୍ଥୀ ଅବସରରେ ୩୦୦ ବର୍ଷ ପରେ ଗ୍ରହମାନଙ୍କର ଶୁଭ ସ୍ଥିତି ସୃଷ୍ଟି ହେଉଛି ଓ ଲମ୍ବୋଦର ଯୋଗ ମଧ୍ୟ ଅଛି ।