Gold Mines In Odisha: ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା
Advertisement

Gold Mines In Odisha: ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା

Gold Mines In Odisha: ରାଜ୍ୟର ୩ଟି ଜିଲ୍ଲାରେ ସୁନା ଖଣି ମିଳିଛି ବୋଲି ଇସ୍ପାତ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆହୁରି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ୩ଟି ଜିଲ୍ଲାରେ ମାଟି ତଳେ ସୁନା ଭଣ୍ଡାର ରହିଥିବା ଜଣାପଡ଼ିଛି । 

Gold Mines In Odisha: ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା

Gold Mines In Odisha: ଓଡ଼ିଶାରେ ସୁନା ଖଣି ମିଳିଛି । ରାଜ୍ୟର ୩ଟି ଜିଲ୍ଲାରେ ସୁନା ଖଣି ମିଳିଛି ବୋଲି ଇସ୍ପାତ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ (Prafulla Mallik) ସୂଚନା ଦେଇଛନ୍ତି । ଆଜି (ସୋମବାର) ଅର୍ଥାତ ଫେବୃଆରୀ ୨୭ରେ ଓଡିଶା ବିଧାନସଭାରେ ରାଜ୍ୟର ସୁନା ଭଣ୍ଡାର (Gold Mines) ସମ୍ବନ୍ଧୀୟ ସୂଚନା  ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରଦାନ କରିଛନ୍ତି । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ (Prafulla Mallik) ଆହୁରି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ୩ଟି ଜିଲ୍ଲାରେ ମାଟି ତଳେ ସୁନା ଭଣ୍ଡାର (Gold Mines) ରହିଥିବା ଜଣାପଡ଼ିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ଦେଓଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର (Gold Mines) ରହିଛି ।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ (Prafulla Mallik) ଗୃହରେ ସୂଚନା ଦେଇଛନ୍ତି ଯେ,  କେନ୍ଦୁଝର ଜିଲ୍ଲାର ଡିମିରିମୁଣ୍ଡା, କୁଶାକାଲା, ଗୋଟିପୁର ଏବଂ ଗୋପୁର; ମୟୂରଭଞ୍ଜ ଜିଲ୍ଲାର ଯୋଶିପୁର, ସୁରିଆଗୁଡା, ରୁଆନସିଲା, ଧସୁରା ପାହାଡ଼ ଏବଂ ଦେଓଗଡ଼ ଜିଲ୍ଲାର ଆଦାସ ଅଞ୍ଚଳରେ ସୁନା ଖଣି ରହିଛି । ତିନୋଟି ଜିଲ୍ଲାରେ ସୁନା ପଥରର ଉପସ୍ଥିତି ସମ୍ପର୍କରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ ଓଡିଶାବାସୀଙ୍କ ପାଇଁ ଏକ ନୂଆ ଆଶା ଆଣିଦେଇଛି । 

ସୂଚନାଯୋଗ୍ୟ, ୮୦ ଦଶକରେ କେନ୍ଦୁଝର ଜିଲ୍ଲାରେ ସୁନା ଖଣି (Gold Mines) ପାଇଁ ପ୍ରଥମ ସର୍ଭେ କରାଯାଇଥିଲା । ସେତେବେଳେ ଉପଲବ୍ଧ ଟେକ୍ନୋଲୋଜି ସହିତ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI) କେନ୍ଦୁଝର ଜିଲ୍ଲାର ବନସାପାଲ ବ୍ଲକର ତାରମାକାନ୍ତ ଓ ନାଆକୋଟେ ପଞ୍ଚାୟତ ଅନ୍ତର୍ଗତ କୁଶାକଲା, ଗୋପୁର ଏବଂ ଜାଲାଡିହା ଗ୍ରାମ ପରି ଅଞ୍ଚଳରେ ସର୍ଭେ କରିଥିଲା । ତେବେ ସର୍ଭେର ଫଳାଫଳକୁ ଗୁପ୍ତ ରଖାଯାଇଥିଲା ।

ଅଧିକ ପଢ଼ନ୍ତୁ:-ସରକାରଙ୍କ ବଡ଼ ଉପହାର; ଏହି ଲୋକମାନଙ୍କୁ ମିଳିବ ବର୍ଦ୍ଧିତ ପେନସନର ଲାଭ, ମେ ୩ ସୁଦ୍ଧା କରନ୍ତୁ ଆବେଦନ

ଅଧିକ ପଢ଼ନ୍ତୁ:-ଭାରତର ଏହି କ୍ରିକେଟରଙ୍କ ୩ ବର୍ଷ ପରେ ହଠାତ୍ ଖୋଲିଲା ଭାଗ୍ୟ, ସିଧାସଳଖ ହେଲେ ଦଳର ଅଧିନାୟକ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ପେନସନରେ ହେବ ଏତେ ବୃଦ୍ଧି!

ପରେ ୨୦୨୧-୨୨ରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI) ସମସ୍ତ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ କେନ୍ଦୁଝର ଜିଲ୍ଲାର ସେହି ଅଞ୍ଚଳରେ ଆଉ ଏକ ସର୍ଭେ କରିଥିଲା । ସେହି ସମୟରେ ମଧ୍ୟ ଅଧିକାରୀମାନେ ସର୍ଭେରୁ ମିଳିଥିବା ତଥ୍ୟକୁ ଗୁପ୍ତ ରଖିଥିଲେ । ତେବେ ଗୃହରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ (Prafulla Mallik ଙ୍କ ବୟାନ ପରେ କେନ୍ଦୁଝର, ମୟୂରଭଞ୍ଜ ଏବଂ ଦେଓଗଡ଼ରେ ସୁନା ଖଣି (Gold Mines) ଥିବା ଜଣାପଡ଼ିଛି ।