Ghatgaon: ପରିଷ୍କାର ପରିଚ୍ଛନତା ଠାରୁ ଦୂରରେ ତାରିଣୀ ପୀଠ, ପ୍ରଶାସନ ପାଇଁ ବିଫଳ ହୋଇଛି ସ୍ୱଛ ଭାରତ ଅଭିଯାନ
Advertisement

Ghatgaon: ପରିଷ୍କାର ପରିଚ୍ଛନତା ଠାରୁ ଦୂରରେ ତାରିଣୀ ପୀଠ, ପ୍ରଶାସନ ପାଇଁ ବିଫଳ ହୋଇଛି ସ୍ୱଛ ଭାରତ ଅଭିଯାନ

Swachh Bharat Abhiyan: ଘଟଗାଁ ଭଳି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳରେ ଖୋଦ ପ୍ରଶାସନ ପାଇଁ ସ୍ୱଛ ଭାରତ ମିଶନ ବିଫଳ ହୋଇଛି। 

Ghatgaon: ପରିଷ୍କାର ପରିଚ୍ଛନତା ଠାରୁ ଦୂରରେ ତାରିଣୀ ପୀଠ, ପ୍ରଶାସନ ପାଇଁ ବିଫଳ ହୋଇଛି ସ୍ୱଛ ଭାରତ ଅଭିଯାନ

Swachh Bharat Mission: ସ୍ୱଛ ଭାରତ ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରି କୋଟି କୋଟି ବ୍ୟୟ କରୁଛନ୍ତି ସରକାର। ବାହାରେ ମଳ ମୂତ୍ର ତ୍ୟାଗ କରିବାକୁ ବନ୍ଦ କରିବା ପାଇଁ ପ୍ରଶାସନିକ ସ୍ଥରରେ ତତ୍ପରତା ପ୍ରକାଶ ପାଇବା ସହ ଲୋକଙ୍କୁ ସଚେତନ କରାଯାଉଛି। ସ୍ୱଛ ଭାରତ ଯୋଜନା ମାଧ୍ୟମରେ ଲୋକଙ୍କୁ ସହଯୋଗ କରାଯିବା ପରିଷ୍କାର ପରିଚ୍ଛନ ରହିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଉଛି। ମାତ୍ର ଘଟଗାଁ ଭଳି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳରେ ଖୋଦ ପ୍ରଶାସନ ପାଇଁ ସ୍ୱଛ ଭାରତ ମିଶନ ବିଫଳ ହୋଇଛି। 

ପ୍ରତ୍ୟେକ ଦିନ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ। ମାତ୍ର ବ୍ଲକ ପ୍ରଶାସନର ଅବହେଳା କାରଣରୁ ଏଠାରେ ଶୌଚାଳୟ ସୁବିଧାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ। ଘଟଗାଁ ବସ ଷ୍ଟାଣ୍ଡ ଠାରେ ଥିବା ପରିଶ୍ରାଗାର ଅବହେଳିତ ଅବସ୍ଥାରେ ପଡିରହିଛି। ଅନ୍ୟପଟେ ଶୌଚାଳୟ ମଧ୍ୟ ଭାଙ୍ଗିରୁଜି ଗଲାଣି। ଯାହା ଏବେ ଚିନ୍ତା କାରଣ ପାଲଟିଛି।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ ଅବସ୍ଥିତ ମାଆ ତାରିଣୀ ପୀଠ। ପ୍ରତ୍ୟକ ଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଦିନ ହେଉ କିମ୍ବା ରାତି ପ୍ରତ୍ୟକ ସମୟରେ ଯାତ୍ରୀ ଏଠାରେ ପହଁଚିବା ପରେ ପ୍ରଥମେ ଶୌଚ ହୋଇ ମାଆଙ୍କ ଦର୍ଶନ ପାଇଁ ଇଛା ପ୍ରକଟ କରିଥାଏ। ହେଲେ ଘଟଗାଁ ବସ ଷ୍ଟାଣ୍ଡ ଠାରେ ଥିବା ପରିଶ୍ରାଗାର ଅବହେଳିତ ହୋଇ ପଡିଥିବା ବେଳେ ଶୌଚାଳୟ ଭାଙ୍ଗିରୁଜି ଯିବା ସହ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। ଏହି ସମସ୍ୟା ଦିନେ କିମ୍ବା ମାସକର ନୁହେଁ ବରଂ ବର୍ଷ ବର୍ଷର। ସଠିକ ପରିଚାଳନା ଅଭାବରୁ ପରିଶ୍ରାଗାର ଅପରିଷ୍କାର ହୋଇ ପଡିଥିବା ଲୋକ ବାହାରେ ପରିଶ୍ରା କରିବାକୁ ଉଚିତ ମଣୁଛନ୍ତି। ଅନ୍ୟପଟେ ଶୌଚାଳୟ ଏକ ବର୍ଷ ଉର୍ଦ୍ଧ୍ୱ ସମୟ ହେବ ପାଣି ସମସ୍ୟା କାରଣରୁ ବ୍ୟବହାର ନହୋଇ ସମୟ କ୍ରମରେ ଭାଙ୍ଗିରୁଜି ଯାଇଛି। ଯାହା ଫଳରେ ଶୌଚାଳୟ ବ୍ୟବହାର ଆଶା ନେଇ ଆସୁଥିବା ଲୋକ ନିରାଶ ହୋଇ ଫେରୁଛନ୍ତି।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକ ପ୍ରଶାସନକୁ ବାରମ୍ବାର ଗୁହାରୀ କରିବା ସହ ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଫେରାଦ ହୋଇଛନ୍ତି। ଅଭିଯୋଗ ପାଇବା ପରେ ତୁରନ୍ତ କେନ୍ଦୁଝର ଜିଲ୍ଲାପାଳ ଘଟଗାଁ ବିଡିଓଙ୍କୁ ଶୌଚାଳୟ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ୨ ମାସ ହେବ ଘଟଗାଁ ବ୍ଲକ ପ୍ରଶାସନ କାର୍ଯ୍ୟ କରୁନଥିବା ଦେଖାଯାଇଛି। ଅନ୍ୟ ପଟେ ଏହି ଶୌଚାଳୟ ସ୍ଥାନୀୟ ପଞ୍ଚାୟତ ମାଧ୍ୟମରେ ପରିଚାଳିତ ହେଉଛି। ହେଲେ ଗୋଷ୍ଠୀ କନ୍ଦଳ କାରଣରୁ କାର୍ଯ୍ୟ ଆରମ୍ଭ ହେବା ପର ପରେ ଅଟକି ରହିଥିବା ବିଡିଓ କହିଛନ୍ତି। ମାତ୍ର ଯଥାଶିଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ। ଘଟଗାଁ ଭଳି ପର୍ଯ୍ୟଟନସ୍ଥଳୀ ସବୁବେଳେ ଲୋକାରଣ୍ୟ ରହୁଥିବା ବେଳେ ଏଠାରେ ପରିଷ୍କାର ପରିଚ୍ଛନତା ପ୍ରତି ସ୍ଥାନୀୟ ପ୍ରଶାସନ ବିଶେଷ ଯତ୍ନବାନ ହେବା ଆବଶ୍ୟକ।