Gajapati: ଦାଦନ ଶ୍ରମିକ ହତ୍ୟା ଘଟଣାରେ ନୂଆ ମୋଡ଼, ଜୀବିତ ହୋଇ କରିଥିଲେ ମୃତ୍ୟୁର ନାଟକ
Advertisement
Article Detail0/zeeodisha/odisha1612919

Gajapati: ଦାଦନ ଶ୍ରମିକ ହତ୍ୟା ଘଟଣାରେ ନୂଆ ମୋଡ଼, ଜୀବିତ ହୋଇ କରିଥିଲେ ମୃତ୍ୟୁର ନାଟକ

Odisha Migrant Worker News: ଖବର ଅନୁଯାୟୀ ଗତ ୬ ମାର୍ଚ୍ଚରେ ପ୍ରବାସୀ ଶ୍ରମିକ ଜଣଙ୍କ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ଭିଡିଓ କଲ କରିଥିଲେ। ଯେଉଁଥିରେ ତାମିଲନାଡୁର କିଛି ଲୋକ ତାଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପରିବାର ତାଙ୍କ ପାଖରୁ ପଠାଯାଇଥିବା ଏକ ଫଟୋ ପାଇଥିଲେ।

Gajapati: ଦାଦନ ଶ୍ରମିକ ହତ୍ୟା ଘଟଣାରେ ନୂଆ ମୋଡ଼, ଜୀବିତ ହୋଇ କରିଥିଲେ ମୃତ୍ୟୁର ନାଟକ

Odisha Migrant Worker Death Case: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାରିଆପଦା ଗ୍ରାମର ଦାଦନ ଶ୍ରମିକ ଶରତ ପରିଚ୍ଛାଙ୍କୁ ଗତ ୫ ତାରିଖରେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଅଡବା ପୋଲିସ ପକ୍ଷରୁ ହୋଇଥିବା ତଦନ୍ତ ପରେ ସେ ମୁମ୍ବାଇସ୍ଥିତ ଏକ ମାଛ ମାର୍କେଟ ଠାରେ କାମ କରୁଥିବା ବେଳେ ଗିରଫ କରାଯାଇଛି। ସେଠାରେ ସେ ଜଣେ ଓଡ଼ିଆ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ଯେତେବେଳେ ଯୁବତୀ ଜଣଙ୍କ ଜାଣିଲେ ଯେ ଶରତ ବିବାହିତ ସେ ତା'ଠାରୁ ଦୂରେଇ ଯାଇଥିଲା। 

ହେଲେ ଶରତ ପରିଚ୍ଛା ଜୋର୍ ଜବରଦସ୍ତ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା। ନିଜ ସ୍ତ୍ରୀ ଏବଂ ତିନି ଛୁଆଙ୍କ ଠାରୁ ଦୂରେଇବା ପାଇଁ ନିଜେ ନିଜର ମୃତ୍ୟୁର ନାଟକ ରଚିଥିଲା। ଖାଲି ସେତିକି ନୁହେଁ ଗ୍ରାମର କିଛି ଲୋକଙ୍କ ଠାରୁ ଧାର ଉଦ୍ଧାର କରି ଟଙ୍କା ନେଇଥିଲା। ଯାହା ପରବର୍ତ୍ତୀ ସମୟରେ ଶୁଝିବାକୁ ନେଇ ମଧ୍ୟ ଏଭଳି ନାଟକ ରଚିଥିଲା ବୋଲି ଆର୍ ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଜଣାଇଛନ୍ତି।

ପ୍ରବାସୀ ଶ୍ରମିକ ଶରତ ପରିଚ୍ଛା ତାଙ୍କ ପତ୍ନୀଙ୍କ ଠାରୁ ଦୂରେଇ ରହିବା ପାଇଁ ନିଜେ ନିଜର ହତ୍ୟା ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ମୁମ୍ବାଇରୁ ଓଡିଶା ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ବାରିଆପଦା ଗ୍ରାମର ଶରତ ପରିଚ୍ଛା ତାଙ୍କ ପତ୍ନୀଙ୍କ ଠାରୁ ଦୂରରେ ରହିବାକୁ ଏପରି ଏକ ନାଟକ ରଚିଥିଲେ। ମୁମ୍ବାଇରୁ ଶରତ ପରିଚ୍ଛାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ଅଡବା ଥାନାରେ ଅଟକ ରଖାଯିବା ସହ ପଚରାଉଚରା କରାଯାଉଛି।

ଖବର ଅନୁଯାୟୀ, ଗତ ୬ ମାର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କ ଜଣଙ୍କ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ଭିଡିଓ କଲ କରିଥିଲେ। ଯେଉଁଥିରେ ତାମିଲନାଡୁର କିଛି ଲୋକ ତାଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପରିବାର ତାଙ୍କ ପାଖରୁ ପଠାଯାଇଥିବା ଏକ ଫଟୋ ପାଇଥିଲେ। ଏହି ଘଟଣାକୁ ନେଇ ଆତଙ୍କିତ ହୋଇଉଠିଥିବା ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ଖୋଜିବା ପାଇଁ ପ୍ରଶାସନ ପାଖରେ ଅନୁରୋଧ ଜଣାଇଲେ।

ଅଭିଯୋଗ ଆଧାରରେ ଗଜପତି ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମୋବାଇଲ୍ ଫୋନ୍ ଟ୍ରାକିଂ କରିବା ପରେ ଦେଖିବାକୁ ମିଳିଥିଲା ଯେ ଭିଡିଓ ତାମିଲନାଡୁ ନୁହେଁ ବରଂ ମୁମ୍ବାଇ ଠାରୁ କରାଯାଇଛି। ପରବର୍ତ୍ତୀ ସମୟରେ, ଗଜପତି ଜିଲ୍ଲା ପୋଲିସ୍ ଟିମ୍ ମୁମ୍ବାଇରେ ପହଞ୍ଚି ଶରତଙ୍କୁ ଓଡିଶା ଆଣିଥିଲେ। ତାଙ୍କୁ ଅଡ଼ବା ପୋଲିସ ପକ୍ଷରୁ ଗିରଫ କରାଯାଇଛି। ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ଉଦ୍ଧାର କରାଯାଇଛି। ସେ ନିଜ ହତ୍ୟାକାଣ୍ଡର ଗୁଜବ ପ୍ରଚାର କରି ପ୍ରଶାସନକୁ ଅସୁବିଧାରେ ପକାଇଛନ୍ତି। ତାଙ୍କୁ ବର୍ତ୍ତମାନ ଜେରା କରାଯାଉଛି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋହନା ଥାନା ଆଇଆଇସି ଶୁଭକାନ୍ତ କୁମାର ପଣ୍ଡା କହିଛନ୍ତି।