Sambalpur: ଲେବର କାର୍ଡ଼ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ! ଜାଣନ୍ତୁ ମାମଲା
Advertisement

Sambalpur: ଲେବର କାର୍ଡ଼ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ! ଜାଣନ୍ତୁ ମାମଲା

Labour card Scam:  ଲେବର କାର୍ଡ଼ ନାଁରେ ମିଳିଥିଲା ୟୁନିଅନ କାର୍ଡ଼  । ନକଲି ଲେବର କାର୍ଡ଼ ଦେଇ ମହିଳାଙ୍କଠାରୁ ଲୁଟିଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି  ସମ୍ବଲପୁର ଜିଲ୍ଲା ମାଝୀପାଲି ଅଞ୍ଚଳରୁ ।

Sambalpur: ଲେବର କାର୍ଡ଼ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ! ଜାଣନ୍ତୁ ମାମଲା

Sambalpur Labour card Scam: ଲେବର କାର୍ଡ଼ କରାଇଦେବା ନାଁରେ ମହିଳା ମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ଜିଲ୍ଲା ମାଝୀପାଲି ଅଞ୍ଚଳର ରୁନୁ ଥାପା ନାମଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ମହିଳା ଜଣଙ୍କ ଧନକଉଡା଼ ବ୍ଲକର ବିଶାଳ ଖିଣ୍ଡା ପିଥମପୁର ଓ ଆଖପାଖ ଅଞ୍ଚଳର ଶହ ଶହ ମହିଳାଙ୍କ ଠାରୁ ଲେବର କାର୍ଡ଼ କରାଇ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୨୦୧୬ ମସିହାରୁ ମହିଳା ଜଣଙ୍କ ଏପରି ଠକେଇ କରିଆସୁଛନ୍ତି । ଏନେଇ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଞ୍ଚିଲେ ଠକେର ଶିକାର ହୋଇଥିବା ମହିଳା ।

fallback

ସୂଚନା ଅନୁଯାୟୀ, ପୂର୍ବରୁ ୨୦୧୭ ମସିହାରେ ଏହି ମହିଳା ମାନେ ନକଲି ଲେବର କାର୍ଡ଼ ପାଇଥିଲେ । ସମ୍ବଲପୁର ଶ୍ରମ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କୁ ପ୍ରଦାନ କରାଯାଇଥିବା କାର୍ଡ଼ ନକଲି ଅଟେ । ଏନେଇ ସେମାନେ ରୁନୁଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଇ ରୁନୁ ଥାପା ଘଣ୍ଟ ଘୋଡା଼ଇ ଶ୍ରମ କାର୍ଯ୍ୟାଳୟରେ ଲୁଚାଇ ଦିଆ ଯାଇଥିବା ସେମାନେ ପୁର୍ନବାର ଅଭିଯୋଗ କରିଛନ୍ତି ।

ବାରମ୍ବାର ତାଙ୍କ ଟଙ୍କା ଫେରସ୍ତ ନେଇ ମହିଳା ମାନେ ରୁନୁ ଥାପାଙ୍କ ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ଟଙ୍କା ଫେରସ୍ତ ନ କରି ଓଲଟା ନାଲି ଆଖି ଦେଖାଇବା ସହ ଧମକାଇ ଥିଲେ । ଏନେଇ ମହିଳା ରୁନୁ ଥାପାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଘଟଣାରେ ମୋର କୌଣସି ସମ୍ପୃକ୍ତି ନାହିଁ। ସେଥିରେ ଯାହାର ଦସ୍ତଖତ ଓ ସିଲ ରହିଛି ତାଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ । ତେବେ ଆଶ୍ଚର୍ଯ୍ୟର କଥା , ମହିଳା ମାନଙ୍କୁ ଲେବର କାର୍ଡ଼ କହି ଯେଉଁ କାର୍ଡ଼ ଦିଆଯାଇଛି ତାହା ପ୍ରକୃତରେ ଲେବର କାର୍ଡ଼ ନୁହେଁ ତାହା ୟୁନିଅନ କାର୍ଡ଼ ଅଟେ । ସେଥିରେ ରୁନୁ ଥାପାଙ୍କ ଦସ୍ତଖତ ବଦଳରେ ଇନ୍ଦ୍ରଜିତ ତାଣ୍ଡି ନାମକ ଜଣେ ବ୍ୟକ୍ତିଙ୍କ ନାମ ଓ ଦସ୍ତଖତ ରହିଛି ।

fallback

ଏନେଇ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି, ନକଲି ଲେବର କାର୍ଡ଼ରେ ଚଞ୍ଚକତା କରି ଜଣେ ମହିଳା ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ତାଙ୍କ ପାଖକୁ ଆସିଛି । ଏ ବାବଦରେ ସେ ଶ୍ରମ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଘଟଣାରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦିନକୁ ଦିନ ଏଭଳି ଜାଲିଆତିର ପ୍ରସଙ୍ଗ ସାମ୍ନାକୁ ଆସୁଛି । ତେବେ କେହି ମଧ୍ୟ କାହାରିକୁ ହାତାହାତି ଲେବର କାର୍ଡ଼ ଦେଇପାରିବେ ନାହିଁ । ଲେବର କାର୍ଡ଼ ନେଇ ସମସ୍ତ କାମ ଓ ଆବେଦନ ଅନଲାଇନ ମାଧ୍ୟମରେ ହୋଇଥାଏ ବୋଲି ସରକାରୀ ସ୍ତରରେ ସୂଚନା ଦିଆଯାଇଛି ।