ହାତୀଙ୍କୁ ସୁରକ୍ଷା ପାଇଁ ବନବିଭାଗ ନେଲା ଏଭଳି ପଦକ୍ଷେପ, ଆପଣ ଜାଣନ୍ତି କି କ୍ରେଚ ହଟିଂ କଣ
Advertisement
Article Detail0/zeeodisha/odisha1386026

ହାତୀଙ୍କୁ ସୁରକ୍ଷା ପାଇଁ ବନବିଭାଗ ନେଲା ଏଭଳି ପଦକ୍ଷେପ, ଆପଣ ଜାଣନ୍ତି କି କ୍ରେଚ ହଟିଂ କଣ

ଚମ୍ପୁଆ ବନାଞ୍ଚଳରେ ହାତୀ ଉପଦ୍ରବରେ ବେଶି କ୍ଷୟକ୍ଷତିର ଶିକାର ହେଉଛନ୍ତି ଯୋଡା ବ୍ଲକର ବିଭିନ୍ନ ପଞ୍ଚାୟତ ବାସିନ୍ଦା। ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ଏହି ଉପଦ୍ରବ ରୋକାଯିବାକୁ ଦାବି କରାଯାଉଥିଲା

ହାତୀଙ୍କୁ ସୁରକ୍ଷା ପାଇଁ ବନବିଭାଗ ନେଲା ଏଭଳି ପଦକ୍ଷେପ, ଆପଣ ଜାଣନ୍ତି କି କ୍ରେଚ ହଟିଂ କଣ

Elephant Safety: ଯୋଡ଼ା (ସୁନୀଲ ଦାସ): କେନ୍ଦୁଝର ଜିଲ୍ଲା ଯୋଡା କ୍ରେଚ ହଟିଂରେ ବନ ବିଭାଗ ପକ୍ଷରୁ ହାତୀମାନଙ୍କ ସୁରକ୍ଷା ନିମନ୍ତେ ସୋଲାର ଫେନସିଂର ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଗତ ଦିନରେ ହାତୀମାନେ ଟ୍ରେନ ଧକ୍କା ତଥା ହାଇୱେରେ ମୃତ୍ୟୁ ମୁଖରେ ପଡ଼ିବା ଭଳି ଘଟଣା ଦେଖାଯିବା ପରେ ବନ ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

କେନ୍ଦୁଝର ବନଖଣ୍ଡର ଚମ୍ପୁଆ ବନାଞ୍ଚଳରେ ବର୍ଷର ସବୁ ସମୟରେ ହାତୀମାନେ ବିଚରଣ କରିଥାନ୍ତି। ନିକଟସ୍ଥ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଏହି ବନାଞ୍ଚଳକୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି।ଫଳରେ ବର୍ଷ ତମାମ ଚମ୍ପୁଆ ବନାଞ୍ଚଳରେ ହାତୀପଲ ଘୁରି ବୁଲୁଛନ୍ତି। ତେବେ ଏହି ହାତୀ ଘୁରି ବୁଲିବା ସମୟରେ ବେଳେବେଳେ ଜନବସତି ମୁଁହା ହୋଇ ବ୍ୟାପକ କ୍ଷୟକ୍ଷତି ମଧ୍ୟ କରିଥାନ୍ତି। ଏବେ ଏହି ବନାଞ୍ଚଳରେ ପ୍ରାୟ ୭୨ଟି ହାତୀ ଥିବା ବନବିଭାଗ ପକ୍ଷରୁ ସୂଚନା ରହିଛି।

ତେବେ ହାତୀମାନଙ୍କୁ କେବଳ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ରଖିବାକୁ ବିଭାଗ ପକ୍ଷରୁ ଏବେ ସୋଲାର ଫେନସିଂ ସିଷ୍ଟମ ଲଗା ଯାଇଛି। ଯେଉଁ ସିଷ୍ଟମ ଦ୍ୱାରା ହାତୀମାନେ ରେଳ ଧାରଣା ତଥା ଜନବସତି ଆଡକୁ ଆଉ ଯାଇ ପାରିବେ ନାହିଁ ବୋଲି ବନ ବିଭାଗ ପକ୍ଷରୁ ଆଶା ପୋଷଣ କରାଯାଇଛି। ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସିଷ୍ଟମକୁ ଆଜି କେନ୍ଦୁଝର ଡିଏଫଓ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। ଏହି ସିଷ୍ଟମ ଅଗାମୀ ସମୟରେ ହାତୀମାନଙ୍କୁ ସୁରକ୍ଷିତ ରଖିବା ତଥା ହାତୀ ଉପଦ୍ରବ କମ କରିବାରେ ବେଶ ସହାୟକ ହୋଇ ପାରିବ ବୋଲି ଡିଏଫଓ ଆଶା କରିଛନ୍ତି।

ଚମ୍ପୁଆ ବନାଞ୍ଚଳରେ ହାତୀ ଉପଦ୍ରବରେ ବେଶି କ୍ଷୟକ୍ଷତିର ଶିକାର ହେଉଛନ୍ତି ଯୋଡା ବ୍ଲକର ବିଭିନ୍ନ ପଞ୍ଚାୟତ ବାସିନ୍ଦା। ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ଏହି ଉପଦ୍ରବ ରୋକାଯିବାକୁ ଦାବି କରାଯାଉଥିଲା। ଆଜି ସୋଲାର ସିଷ୍ଟମ ଲାଗିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଯୋଡା ବ୍ଲକ ଅଧ୍ୟକ୍ଷ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସିଷ୍ଟମର ସଫଳ ରୂପାୟନ କିଭଳି ହେବ ତାକୁ ନେଇ ବେଶ ଆଶାବାଦୀ ଅଛନ୍ତି ଯୋଡା ବ୍ଲକର ଅଧ୍ୟକ୍ଷ।

ହାତୀ ଉପଦ୍ରବ ତଥା ହାତୀ ମଣିଷ ଲଢେଇର ଦୃଶ୍ୟ ସବୁ ସମୟରେ ଚମ୍ପୁଆ ବନାଞ୍ଚଳରେ ଦେଖିବାକୁ ମିଳିଥାଏ। କେବେ ମଣିଷର ଜୀବନ ଯାଏ ତ କେବେ ହାତୀର। ତେବେ ଦେଖିବାକୁ ବାକି ରହିଲା ସୋଲାର ଫେନସିଂ ସିଷ୍ଟମ କେତେ ଦୂର ସୁଦୂର ପ୍ରସାରି ହୋଇ ପାରୁଛି ଓ ସ୍ଥାନୀୟ ଲୋକଙ୍କ ସମସ୍ୟାର ଅନ୍ତ କେବେ ଘଟୁଛି।

ଅଧିକ ପଢନ୍ତୁ: Dussehra 2022: କାହିଁକି ଜଳିଲାନି ଲଙ୍କାପତିର ଦଶ ମୁଣ୍ଡ? କିରାଣୀ ନିଲମ୍ବିତ, ଇଂଜିନିୟରକୁ କାରଣ ଦର୍ଶଅ ନୋଟିସ୍

ଅଧିକ ପଢନ୍ତୁ: Lady Blackmailer: 'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ? ପୋଲିସ ହାତରେ ଲାଗିଲା ପ୍ରମାଣ

ଅଧିକ ପଢନ୍ତୁ: Smart Chicken Farming: କାକୁଡ଼ି ଭଳି ମାଟିରେ ଫଳିବ କୁକୁଡ଼ା! Gregg Martin ବତାଇଲେ ସ୍ମାର୍ଟ ଫଣ୍ଡା