Fake Certificate Racket: ବଲାଙ୍ଗୀର ପରେ ସମ୍ବଲପୁରରେ ଜାଲ ସାର୍ଟିଫିକେଟ୍, ୬ ଜଣଙ୍କ ନାମରେ ମାମଲା ରୁଜୁ କଲା ଡ଼ାକ ବିଭାଗ
Advertisement
Article Detail0/zeeodisha/odisha1643741

Fake Certificate Racket: ବଲାଙ୍ଗୀର ପରେ ସମ୍ବଲପୁରରେ ଜାଲ ସାର୍ଟିଫିକେଟ୍, ୬ ଜଣଙ୍କ ନାମରେ ମାମଲା ରୁଜୁ କଲା ଡ଼ାକ ବିଭାଗ

Fake Certificate Racket: ବଲାଙ୍ଗୀର ପରେ ସମ୍ବଲପୁରରୁ ସାମ୍ନାରୁ ଆସିଛି ନକଲି ସାର୍ଟିଫିକେଟ୍ ମାମଲା । ଡ଼ାକ ବିଭାଗରେ ଚାକିରି ଲାଗି ଆବେଦନ କରିଥିବା ୬ ଜଣ ଆଶାୟୀ ନାମରେ ମାମଲା ରୁଜୁ । 

ସୌ(ସୋସିଆଲ ମିଡିଆ)

Fake Certificate Racket: ସମ୍ବଲପୁର(Sambalpur) ଯାଏଁ ଲମ୍ବିଛି ନକଲି ସାର୍ଟିଫିକେଟ୍ (Fake Certificates) ଚେର । ଡ଼ାକ ବିଭାଗରେ ଚାକିରି ଲାଗି ଆଶାୟୀ ମାନେ ଦେଇଥିବା ଦସ୍ତାବିଜକୁ ସନ୍ଦେହ କରି ୬ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛି ବିଭାଗ । ସୂଚନା ଅନୁଯାୟୀ, ସମ୍ବଲପୁର ଡ଼ାକ ବିଭାଗରେ(sambapur postral department) ଖାଲିଥିବା ୯୬ଟି ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ଅନେକ ଆଶାୟୀ ଆବେଦନ କରିଥିବା ବେଳେ ୬ ଜଣ ଆଶାୟୀଙ୍କ ସାର୍ଟିଫିକେଟ୍ ରେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡ଼ରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି । ହେଲେ ଉକ୍ତ ଆଶାୟୀ ମାନେ ଓଡ଼ିଆ ବିଷୟ ରଖି ବୋର୍ଡ଼ ପରୀକ୍ଷାରେ (Board Exam) ପାସ କରିଥିବା ଏହି ସାର୍ଟିଫିକେଟ୍ ରେ ଉଲ୍ଲେଖ ରହିଛି । ତେବେ ଏହି ୬ ଜଣ ଆଶାୟୀ ପ୍ରଦାନ କରିଥିବା ସାର୍ଟିଫିକେଟ୍ (Certificates)  ଅନଲାଇନରେ ମଧ୍ଯ ଉପଲବ୍ଧ ନାହିଁ ।

ଖାଲି ଏତିକି ନୁହେଁ, ଡ଼ିଜି ଲକରରେ ମଧ୍ଯ ଏନେଇ କୌଣସି ତଥ୍ୟ ନାହିଁ ।  ତେବେ ଏନେଇ ଡ଼ାକ ବିଭାଗକୁ ସନ୍ଦେହ ହୋଇଥିଲା । ସତ୍ୟସତ୍ୟ ଜାଣିବା ଲାଗି ବିଭାଗ ପକ୍ଷରୁ ଏହାର ଯାଞ୍ଚ କରିବା ନେଇ ଥାନାରେ ଏତଲା ଦିଆଯାଇଛି । ବିଭାଗ ପକ୍ଷରୁ ଅଭିଯୋଗ (complaint) ହେବା ପରେ ଉତ୍ତରପ୍ରଦେଶ ବୋର୍ଡ଼କୁ(Uttar pradesh board) ତଥ୍ୟ ମାଗିଛି ପୋଲିସ । ତଥ୍ୟ ଆସିବା ପରେ  ଉଚ୍ଚ ଅଧିକାରୀଙ୍କ ସହ ଏନେଇ ସବେଶେଷ ଆଲୋଚନା କରାଯିବ ।ପ୍ରକାଶ ଥାଉ କି, ଅଭିଯୋଗ ଆସିଥିବା ୬ ଜଣଙ୍କ ଘର ଜଗତସିଂହପୁର, ଦେବଗଡ଼, ବରଗଡ଼, କଳାହାଣ୍ତି, ଓ ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡ଼ିଛି । ତେବେ ଦାଖଲ ହୋଇଥିବା ସାର୍ଟିଫିକେଟ୍ ଗୋଟିଏ ସ୍ଥାନରୁ ଆସିଛି ନା ଅଲଗା ସ୍ଥାନରୁ ଆସିଛି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

ସେପଟେ, ବଲାଙ୍ଗୀର (Balangir) ନକଲି ସାର୍ଟିଫିକେଟ୍ (Fake Certificates)  ମାମଲାରେ ଆଉ ପାଦେ ଆଗେଇଛି ପୋଲିସ । ଇତି ମଧ୍ଯରେ ମାଷ୍ଟର ମାଇଣ୍ତ ମନୋଜ ମିଶ୍ରର ରିମାଣ୍ତ ଅବଧି ଶେଷ ହୋଇଛି। କ୍ରାଇମବ୍ରାଞ୍ଚ (Crime branch) ମନୋଜ ମିଶ୍ରର ପ୍ରାୟ ଦେଢ କୋଟି ସମ୍ପତ୍ତି ଜବତ କରିଥିବା ସୂଚନା ମିଳିଛି । ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଥିବା ୫ଟି ପ୍ଲଟ୍ ଉପରେ ମଧ୍ଯ ନଜର ରଖିଛି ତଦନ୍ତକାରୀ ସଂସ୍ଥା । ଏଥିସହ ନକଲି ସାର୍ଟିଫିକେଟ୍ ବିକ୍ରି କରି ମନୋଜ ଯେଉଁ ସବୁ ଜମି ଜବତ କରିଥିଲା ତାକୁ ମଧ୍ଯ ଜବତ କରିଛି କ୍ରାଇମବ୍ରାଞ୍ଚ । ମନୋଜ ରାଜ୍ୟ ବାହାରର ସ୍କୁଲ ଓ ବିଶ୍ବ ବିଦ୍ୟାଳୟ ନାଁରେ ପାଖାପାଖି ପାଞ୍ଚ ହଜାରରୁ ଅଧିକ ଜାଲ ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ସେ ଗୋଟିଏ ସାର୍ଟିଫିକେଟ୍ କୁ ପ୍ରାୟ ଦେଢରୁ ୨ ଲକ୍ଷ ଟଙ୍କା ବିକ୍ରି କରୁଥିବା ଜଣାପଡ଼ିଛି ।  ପ୍ରକାଶ ଥାଉ କି, ଗତ ୫ ତାରିଖ ଦିନ ନକଲି ସାର୍ଟିଫିକେଟ୍ ମାମଲାରେ କ୍ରାଇମବ୍ରାଞ୍ଚ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କୁ ୩ ଦିନିଆ ରିମାଣ୍ତରେ ଆଣିଥିଲା । ତେବେ ଏହି ରିମାଣ୍ତ ଅବଧି ଆଜି ଶେଷ ହେଉଥିବା ବେଳେ ଏନେଇ ଆଜି କ୍ରାଇମବ୍ରାଞ୍ଚ Crime branch) ସବିଶେଷ ତଥ୍ୟ ଉପସ୍ଥାପନା କରିବା ନେଇ ସୂଚନା ମିଳିଛି ।

ଏହା ବି ପଢନ୍ତୁ-Road Accident: ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଚାଲିଗଲା ୩ ଜୀବନ