Goods Train Derailed: ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୧ ବଗି
Advertisement

Goods Train Derailed: ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୧ ବଗି

Goods Train Derailed: କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶର ଆରାକୁ ନିକଟସ୍ଥ ଶିବଲିଙ୍ଗପୁରମ ଠାରେ କିରଣ୍ଡୁଲରୁ ବିଶାଖାପାଟଣା ଯାଉଥିବା ଏକ ମାଲ ବୋଝେଇ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ସେହି ବାଟ ଦେଇ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନକୁ ଆଜି ପାଇଁ ବାତିଲ କରାଯାଇଛି। କିଛିଦିନ ପୂର୍ବେ ଏହି ଷ୍ଟେସନ ନିକଟରେ ଅନ୍ୟ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା।

ନିକଟରେ ଯାଜପୁର କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଥିଲା। ଦ୍ରୁତ ବେଗରେ ଯାଉଥିବା ମାଲଗାଡି ଟ୍ରେନର ହଠାତ୍ ୮ଟି ବଗି ଲାଇନଚ୍ୟୁତ ହୋଇ ପ୍ଲାଟ୍ଫର୍ମ ଓ ଟିକେଟ୍ କାଉଣ୍ଟର ଉପରକୁ ମାଡି ଯାଇଥିଲା । ଆଉ ଆଖି ପିଛୁଳାକେ ଚାଲିଯାଇଥିଲ ୩ଜଣଙ୍କ ଜୀବନ । ତେବେ କିଭଳି ଓ କାହିଁକି ଏତେ ବଡ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଛି । 

Also Read : Naba Das Assassination: ନବଙ୍କୁ ହତ୍ୟା ପାଇଁ ଥାନାରୁ ପ୍ଲାନ୍ କରିଥିଲା ଗୋପାଳ, ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ

Also Read : Asaram Bapu Total Assets Worth: ଆଶାରାମ ବାପୁ ପାଖରେ ଅଛି ୧୦ ହଜାର କୋଟି ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ ବର୍ତ୍ତମାନ କିଏ ଏହାର ପ୍ରକୃତ ମାଲିକ

ଭୁବନେଶ୍ୱର ଅଭିମୁଖେ ମାଡ଼ି ଆସୁଥିଲା ମାଲବାହୀ ଟ୍ରେନ । ହଠାତ୍ ଟ୍ରେନରୁ ଛିଡ଼ି ପଡିଥିଲା ୮ଟି ବଗି । ପ୍ରଚଣ୍ଡ ବିସ୍ଫୋରଣରେ କମ୍ପି ଉଠିଥିଲା ପୂରା ଅଞ୍ଚଳ । ଆଉ ତା’ପରର ଦୃଶ୍ୟ ଥିଲା ଛାତି ଥରାଇ ଦେବା ଭଳି । ଇଞ୍ଜିନ ସହ ଲାଗିଥିବା କିଛି ବଗି ଆଗକୁ ଚାଲି ଯାଇଥିବା ବେଳେ ଲାଇନଚ୍ୟୁତ ହୋଇଥିବା ବଗି ଉପରକୁ ଉଠି ପ୍ଲାଟଫର୍ମ ଆଡକୁ ମାଡ଼ି ଯାଇଥିଲା । ପ୍ରତ୍ୟକ୍ଷଦର୍ଶୀ ଯାହା କହିଛନ୍ତି,ତାହା ହୋସ ଉଡାଇଦେବା ଭଳି । ୫୪ଟି ବଗି ଧରି ଯେତିକି ଦ୍ରୁତ ଗତିରେ ଟ୍ରେନ ଆସୁଥିଲା, ସେତିକି ସ୍ପିଡରେ ଉପରକୁ ଉଠି ଯାଇଥିଲା ଲାଇନଚ୍ୟୁତ ହୋଇଥିବା ୮ଟି ବଗି । ଫୁଟ ଓଭର ବ୍ରିଜ,ଟିକେଟ କାଉଣ୍ଟର ଉପରେ ଚଢ଼ିଯାଇଥିଲା ଏବଂ ଯାତ୍ରୀ ବିଶ୍ରାମାଗାର ଉପରେ ମାଡ଼ିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଗଲା ଦୁର୍ଘଟଣା । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କୁ କୋରେଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଏହା ପୂର୍ବରୁ, ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ଫଳରେ ୨ଟି ଲାଇନ୍ ବ୍ଲକ୍ ହୋଇଯାଇଥିଲା।  ମିଳିଥିବା ସୂଚନା ଅନୁସାରେ ଭାଇଜାଗ୍‌ରୁ ସିମେଣ୍ଟ ନେଇ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଏବଂ କଟକ ଆସୁଥିଲା ଏହି ମାଲବାହୀ ଟ୍ରେନ୍‌। ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହେବା କାରଣରୁ  ଭୁବନେଶ୍ବର ରେଲୱେ  ଷ୍ଟେସନରେ ଟ୍ରେନ୍‌ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା। 

Also Read : MLA Santosh Singh Saluja son Arrested: ବନ୍ଧା ହେଲେ ବିଧାୟକଙ୍କ ପୁଅ

କୋରାପୁଟରୁ ନିରୋଜ ଶତପଥି, ଜି ଓଡିଶା ନ୍ୟୁଜ୍