ଦାଣ୍ଡିଆ ନାଚରେ ଦୁଲୁକିଲା ପାରାଦୀପ, ମା'ଙ୍କ ଆଗମନ ପାଇଁ ଉତ୍ସବମୁଖର ସହର
Advertisement

ଦାଣ୍ଡିଆ ନାଚରେ ଦୁଲୁକିଲା ପାରାଦୀପ, ମା'ଙ୍କ ଆଗମନ ପାଇଁ ଉତ୍ସବମୁଖର ସହର

ମା ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜାକୁ ନେଇ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଉତ୍ସବ ମୁଖର। ମା'ଙ୍କ ପାର୍ବଣ ପୂଜା କୁ ସାରା ଭାରତବର୍ଷ ରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ୱେଷ୍ଟ ବେଙ୍ଗଲ, ବିହାର, ଓଡିଶା ସହିତ ଅନ୍ୟ ରାଜ୍ୟମାନଙ୍କରେ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଉତ୍ତର ଭାରତରେ ନବରାତ୍ରୀ ପୂଜାକୁ ବଡ ଧୂମଧାମ ରେ ପାଳନ କରାଯାଏ। 

ଦାଣ୍ଡିଆ ନାଚରେ ଦୁଲୁକିଲା ପାରାଦୀପ, ମା'ଙ୍କ ଆଗମନ ପାଇଁ ଉତ୍ସବମୁଖର ସହର

ପାରାଦୀପ (ନାରାୟଣ ବେହେରା): ଗରୱା ଓ ଦାଣ୍ଡିଆ ନୃତ୍ୟରେ ଝୁମିଲେ କର୍ମଚାରୀ ଓ ଅଧିକାରୀ। ଛୋଟବଡ଼ ଉଚ୍ଚ ନିଚ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତାର ସୂତ୍ରରେ ବାନ୍ଧି ହୋଇ ଦାଣ୍ଡିଆ ଓ ଗରୱା ର ତାଳେ ତାଳେ ନାଚି ନାଚି ଇଫକୋ କମ୍ପାନୀ ର କର୍ମଚାରୀ ଠାରୁ ଅଧିକାରୀ ମାନେ ସପରିବାର ମହା ଧୂମାଧମରେ ପାଳନ କରିଛନ୍ତି ନବରାତ୍ରୀ। ପାରାଦୀପସ୍ଥିତ ଇଫ୍କୋ ପରିସରରେ ଥିବା ଚିତ୍ତବିନୋଦନ କେନ୍ଦ୍ର ରେ ନବରାତ୍ରି ପାଳନ ଅବସରରେ ଇଫକୋ କମ୍ପାନୀ ର ଭାଇଚାରାର ଏକ ନିଆରା ପ୍ରତିଛବି ଦେଖିବାକୁ ମିଳିଛି।

ମା ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜାକୁ ନେଇ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଉତ୍ସବ ମୁଖର। ମା'ଙ୍କ ପାର୍ବଣ ପୂଜା କୁ ସାରା ଭାରତବର୍ଷ ରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ୱେଷ୍ଟ ବେଙ୍ଗଲ, ବିହାର, ଓଡିଶା ସହିତ ଅନ୍ୟ ରାଜ୍ୟମାନଙ୍କରେ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଉତ୍ତର ଭାରତରେ ନବରାତ୍ରୀ ପୂଜାକୁ ବଡ ଧୂମଧାମ ରେ ପାଳନ କରାଯାଏ। ଏହି ନବରାତ୍ରୀ ଅବସରରେ ଗୁଜୁରାଟ ର ଗରଓ୍ବା ସହ ଦାଣ୍ଡିଆ ନୃତ୍ୟ ମହୋତ୍ସବ ପାଳନ କରାଯାଇଥାଏ, ନଅଦିନ ଧରି ନବରାତ୍ରି ପାଳନ କରିବା ସହିତ ଉପବାସ ରଖି ଏହି ନବରାତ୍ରି ସମୟରେ ଦାଣ୍ଡିଆ, ଗରୱା ଖେଳି ନଅ ଦିନର ଉତ୍ସବ କୁ ଆନନ୍ଦ ଉଲ୍ଲାସ ର ସହିତ ମହାଆଡମ୍ବର ସହକାରେ ପାଳନ କରିଥାନ୍ତି।

ଯାହାକୁ ନେଇ ଗୁଜୁରାଟ ର ଗରୱା ବା ଦାଣ୍ଡିଆ ନୃତ୍ୟ ସାରା ବିଶ୍ୱରେ ମାନ୍ୟତା ପାଇଛି। ଏହି ନବରାତ୍ରି ସମୟରେ ପାରାଦୀପ ଇଫକୋ କମ୍ପାନୀରେ କାର୍ଯ୍ୟ କରୁଥିବା ସାରା ଭାରତ ବର୍ଷ ର ବିଭିନ୍ନ ରାଜ୍ୟ ର ବାସିନ୍ଦା ପାରାଦୀପ ଇଫକୋ କମ୍ପାନୀ ରେ କାର୍ଯ୍ୟ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ପର୍ବପର୍ବାଣି ସମୟରେ ଭାଇଚାରାର ନିଦର୍ଶନ ସ୍ୱରୂପ ସର୍ବ ଧର୍ମ ନିର୍ବିଶେଷରେ ଏକ ମନ ଏକ ଚିତ୍ତରେ ବିଭିନ୍ନ ଭାଷାଭାଷୀର ଲୋକମାନେ ଏକାଠି ହୋଇ ବିଭିନ୍ନ ପର୍ବ ପାଳନ କରିଥାନ୍ତି। 
ଯାହାଦ୍ୱାରା ପରସ୍ପର ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହିତ ଏକତାର ସୂତ୍ରରେ ବାନ୍ଧି ହୋଇଥାନ୍ତି l ଇଫକୋ ରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣି ଭିତରେ ପ୍ରମୁଖ ପର୍ବ ଭିତରେ ନବରାତ୍ରି କୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯିବା ସହିତ ପାରାଦୀପ ବନ୍ଦର ସମେତ ବିଭିନ୍ନ ଶିଳ୍ପସଂସ୍ଥା ର ଅଧିକାରୀ ମାନଙ୍କୁ ଆମନ୍ତ୍ରଣ କରାଯାଇ ସାମୁହିକ ଭାବରେ ଗରୱା ର ତାଳେ ତାଳେ ନବରାତ୍ରି ପାଳନ କରାଯାଏ l

ଦୁଇବର୍ଷ ଧରି ନବରାତ୍ରୀର ମାହୋଲକୁ କରୋନା ମହାମାରୀ ଛଡାଇ ନେଇଥିଲା। ଚଳିତ ବର୍ଷ କରୋନା ଦୁରେଇ ଯିବା ସହିତ ଇଫକୋ କମ୍ପାନୀ ତରଫରୁ ମହା ଧୂମାଧାମ ରେ ପାଳନ କରାଯାଉଛି ଏହି ମହୋତ୍ସବ। ନବରାତ୍ରି ର ପଞ୍ଚମ ଦିନରେ ପାରାଦୀପ ବନ୍ଦର ର ଉପାଧ୍ୟକ୍ଷ ଙ୍କ ସହିତ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଇଫକୋ ତରଫରୁ ଆମନ୍ତ୍ରିତ କରାଯିବା ସହିତ ନବରାତ୍ରି ଉତ୍ସବ ର ଗରୱା ନୃତ୍ୟ ରେ ସପରିବାର ସାମିଲ ହୋଇ ଏହା ଏକ ସ୍ୱତନ୍ତ୍ର ଅନୁଭୂତି ବୋଲି କହିଛନ୍ତି ପାରାଦୀପ ବନ୍ଦର ଉପାଧ୍ୟକ୍ଷ।

ମା'ଙ୍କ ପୂଜା ସହିତ ଗରୱା, ଦାଣ୍ଡିଆ ର ତାଳେତଳେ କର୍ମଚାରୀ ଠାରୁ ଆରମ୍ଭ କରି କମ୍ପାନୀ ର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇ ଏହି ଅନନ୍ୟ ଉତ୍ସବ ଆୟୋଜନ କରି ଆନନ୍ଦିତ ହୋଇଛନ୍ତି ଇଫକୋ କମ୍ପାନୀ ର ୟୁନିଟ ମୂଖ୍ୟ ଅଧିକାରୀ କେ ଜେ ପଟେଲ। ବର୍ଷ ରେ ଥରେ ମା ଙ୍କ ଏହି ନବରାତ୍ରି ଅବସରରେ ପାରାଦୀପ ଇଫକୋ ପରିବାର ଉତ୍ସବମୁଖର ହେବା ସହିତ ପରସ୍ପର ପରସ୍ପର କୁ ଭେଟିବାର ଏକ ନିଆରା ମୁହୂର୍ତ୍ତ ବୋଲି କହିଛନ୍ତି ଇଫକୋ ଜ୍ୟୋତି ଲେଡ଼ିଜ କ୍ଳବ ର ଅଧ୍ୟକ୍ଷା ମମତା ପଟେଲ।

ମା ଙ୍କ ଆଗମନ କୁ ନେଇ ଇଫକୋ କମ୍ପାନୀ ର ନବରାତ୍ରି ପାଳନ ଅବସରରେ ଦାଣ୍ଡିଆ ର ତାଳେ ତାଳେ ଭାଇଚାରା ର ଏକ ସୁନ୍ଦର ଉଦାହରଣ ଦେଇଛି ଇଫକୋ l ଯାହାକୁ ନେଇ କମ୍ପାନୀ ର ସମସ୍ତ ବର୍ଗ ର ସର୍ବ ଧର୍ମ ନିର୍ବିଶେଷରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ନବରାତ୍ରିକୁ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରିଛନ୍ତି l