Cyclone Mocha: ଭୀଷଣ ବାତ୍ୟାର ରୂପ ନେବା ପରେ ଘଣ୍ଟା ପ୍ରତି ୭ କିମି ବେଗରେ ମାଡ଼ି ଆସୁଛି “ମୋକା”
Advertisement

Cyclone Mocha: ଭୀଷଣ ବାତ୍ୟାର ରୂପ ନେବା ପରେ ଘଣ୍ଟା ପ୍ରତି ୭ କିମି ବେଗରେ ମାଡ଼ି ଆସୁଛି “ମୋକା”

Cyclone Mocha News: ଦକ୍ଷିଣ-ପୂର୍ବ ତତ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା “ମୋକା” । ସମୁଦ୍ର ଭିତରେ ବଳ ଗୋଟାଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ଦିଗକୁ ୬ ଘଣ୍ଟା ଅର୍ଥାତ୍ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ବାତ୍ୟା “ମୋକା”। 

ସୌ(ସୋସିଆଲ ମିଡିଆ)

Cyclone Mocha Update: ଦକ୍ଷିଣ-ପୂର୍ବ ତତ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର (Bay of Bengal) ଅଞ୍ଚଳରେ ଅତି ଭୀଷଣ ବାତ୍ୟାରେ (Cyclone) ପରିଣତ ହେଲା “ମୋକା” । ସମୁଦ୍ର ଭିତରେ ବଳ ଗୋଟାଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ (Severe cyclonic storm) ବା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ଦିଗକୁ ୬ ଘଣ୍ଟା ଅର୍ଥାତ୍ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ବାତ୍ୟା (Cyclone) “ମୋକା”। ଏହା ପୋର୍ଟ ବ୍ଲେୟାରଠାରୁ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ୫୨୦ କିମି ଦୂରରେ ରହିଛି । ସେହିପରି ବାଂଲାଦେଶର କକ୍ସବଜାର ଠାରୁ ୧୦୩୦ କିଲୋମିଟର ଓ ମିଆଁମାରଠାରୁ ୯୫୦ କିଲୋମିଟର ଦୂରରେ ରହି ସମୁଦ୍ର ଭିତରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ମୋଡ଼ ବଦଳାଇ ବାତ୍ୟା “ମୋକା” ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ କରାଯାଇଛି । ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଦେଇ ଅତିକ୍ରମ କରିବ । ଏହି ସୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ ରହିବ । ସ୍ଥଳ ବିଶେଷରେ ସର୍ବାଧିକ ୧୭୫ କିମି ବେଗରେ ପବନ ବୋହିବା ନେଇ ବିଭାଗ (India Meteorological Department ) ପକ୍ଷରୁ ଆକଳନ କରାଯାଇଛି  l ଉପକୂଳ ଛୁଇଁବାରେ ପରେ ବାକ୍ୟା ଦୁର୍ବଳ ହୋଇଯାଇପାରେ । ତେବେ “ମୋକା” ବାଂଲାଦେଶ ଓ ମିଆଁମାର ମୁହାଁ ଓଡ଼ିଶା ଉପରେ ଏହା କୌଣସି ପ୍ରଭାବ ପଡିବ ନାହିଁ ।

ସେପଟେ ଓଡ଼ିଶାରେ ବାତ୍ୟା ପ୍ରଭାବ ପଡୁନଥିବା ବେଳେ ବିଗତ କିଛି ଦିନ ହେବ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରକୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଗୁରୁବାର ଦିନ ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (METEOROLOGICAL CENTRE BHUBANESWAR) ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ୪୩.୪ ଡିଗ୍ରୀ ସହ ବୌଦ୍ଧ ଓ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଅନ୍ୟପଟେ ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା (Highest Temperature) ୪୩.୦୩, ହୀରାକଦ ୪୨.୦୩, ସୁନ୍ଦଗଡ଼ରେ ୪୨.୦୧,  ରାଉଲକେଲା ୪୨.୦୨, ଅନୁଗୁଳ ୪୧.୦୭, ସୋନପୁର ୪୧.୦୩, ବଲାଙ୍ଗୀର ୪୧.୦୨, ଟିଟିଲାଗଡ଼ ୪୧.୦, ତାଳଚେର ୪୧.୦, ନୂଆପଡ଼ା ୪୧.୦, ବାରିପଦା ୪୦.୦୬, ବରଗଡ଼ ୪୦.୦୨, ନୟାଗଡ଼ ୪୦.୦୨ ଓ ମାଲକାନଗିରିରେ ତାପମାତ୍ରା ୪୦.୦ ଡ଼ିଗ୍ରୀ ପାର କରିଥିଲା ।

ଏବା ବି ପଢନ୍ତୁ-Heat Wave: ଆହୁରି କଲବଲ କରିବ ତାତି, ଗୁରୁବାର ୪୦ ଡିଗ୍ରୀ ଉପରେ ୧୬ଟି ସହର ତାପମାତ୍ରା

ସୂଚନାଯୋଗ୍ୟ, ଆସନ୍ତା ୧୩ ତାରିଖରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ବାତ୍ୟା (Cyclone mocha) “ମୋକା” । ଏହା ଉତ୍ତର- ଉତ୍ତର ପଶ୍ଚିମ ଆଡକୁ ଗତି କରୁଥିବା ବେଳେ ଆଜି ମଧ୍ଯ ରାତ୍ରିରେ ଭୀଷଣ ବାତ୍ୟାର ରୂପ ନେବ । ଏହାପରେ ସେ ଦିଗ ପରିବର୍ତ୍ତନ କରିବ। ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ୧୨ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର (Cyclone) ରୂପ ନେବ । ପରେ ୧୩ ତାରିଖ ସଂଧ୍ଯା ସୁଦ୍ଧା ଏହା ବଳ ଗୋଟାଇ ଶକ୍ତିଶାଳୀ ବାତ୍ୟାର ରୂପ ନେବ । ଏହାପରେ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଦେଇ ବାଂଲାଦେଶର କକ୍ସସ ବାଜାର ଦେଇ ଆଗକୁ ବଢିବ । ୧୪ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନରେ ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିମି ରହିବ । ଓଡିଶା ଉପରେ ବାତ୍ୟା ମୋକାର କୌଣସି ପ୍ରଭାବ ପଡ଼ିବ ନାହିଁ ।