Cyclone Mocha: ବଳ ଗୋଟାଉଛି ଅବପାତ, ଆଜି ନେଇପାରେ ବାତ୍ୟାର ରୂପ!
Advertisement

Cyclone Mocha: ବଳ ଗୋଟାଉଛି ଅବପାତ, ଆଜି ନେଇପାରେ ବାତ୍ୟାର ରୂପ!

Cyclone Mocha: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର (Bay of Bengal) ଓ ଦକ୍ଷିଣ ଆଣ୍ତାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ଆଜି ବାତ୍ୟାର ରୂପ ନେବ । ପ୍ରଥମେ ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ଏହା ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବମୁହାଁ ହେବ । ୧୨ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ସମ୍ଭାବ୍ୟୟ ବାତ୍ୟା ଦିଗ ବଦଳାଇ ବାଂଲାଦେଶ (Bangladesh) ଓ ମିଆଁମାର (Myanmar coast ) ଆଡ଼କୁ ମୁହାଁଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Cyclone Mocha: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର (Bay of Bengal) ଓ ଦକ୍ଷିଣ ଆଣ୍ତାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ଆଜି ବାତ୍ୟାର ରୂପ ନେବ । ପ୍ରଥମେ ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ଏହା ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବମୁହାଁ ହେବ । ୧୨ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ସମ୍ଭାବ୍ୟୟ ବାତ୍ୟା ଦିଗ ବଦଳାଇ ବାଂଲାଦେଶ (Bangladesh) ଓ ମିଆଁମାର (Myanmar coast ) ଆଡ଼କୁ ମୁହାଁଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିନ୍ତୁ ପ୍ରକୃତରେ କେଉଁଠି ବାତ୍ୟାଟି  ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ଆଣ୍ଡାମାନ ନିକୋବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (India Meteorological Department )। ଏହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଓଡି଼ଶା ଉପରେ କିପରି ରହିବ ପ୍ରଭାବ

ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା (Cyclone Mocha ) ଭାରତ କିମ୍ବା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କାରଣ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। କିନ୍ତୁ ବୁଧବାର ଓ ଗୁରୁବାର ଦିନ ପବନର ବେଗ ୬୦ରୁ ୭୦ କିମି ରହିବ ଓ ମଝିରେ ମଝିରେ ୮୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ। ତେଣୁ ଗଭୀର ସମୁଦ୍ରକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ବାତ୍ୟା (Cyclone) ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।  ଏନେଇ ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଜ୍ରାପାତ ନେଲା ୩ ଜୀବନ

ନୟାଗଡ଼ ଜିଲ୍ଲା ଶରଣକୂଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଭାଲିଆଡ଼ିହି ଗାଁର ଧନେଶ୍ବର ପରିଡ଼ା ଗାଈ ଚରାଇବାକୁ ଯାଇଥି୍ବାବେଳେ ବ୍ରଜପାତରେ ତାଙ୍କର ମୃତ୍ୟୁ ହୋଇଛି । ସେପରି ମହୁଲିଆ ଗାଁର ଜିତେନ୍ଦ୍ର ଦୋରା ଆମ୍ବୋତୋଟାରେ ଥିବାବେଳେ ବ୍ରଜପାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଜାକେଡ଼ା ଗାଁର ପଦ୍ମା ପ୍ରଧାନ କାଜୁ ତୋଟାର ଥିବା ସମୟରେ ବ୍ରଜପାତ ଘଟି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

ପୁଣି ବଢିଲା ତାତି

ସେପଟେ ରାଜ୍ୟରେ ତାପମାତ୍ରା ପୁଣି ବୃଦ୍ଧି ପାଇଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । କିଛି ଦିନର ବ୍ରେକ୍ ପରେ ପୁଣି ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବା ନେଇ ବିଭାଗ (Bhubanneswr Methodology Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଗତକାଲି ବୌଦ୍ଧ ଓ ଝାରସୁଗୁଡ଼ା ୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲ୍ଲା ରହିଥିଲା । ସେହିପରି ସମ୍ବଲପୁରରେ ୪୧.୪ ଡିଗ୍ରୀ, ବଲାଙ୍ଗୀରରେ ୪୧.୭ ଓ ତାଳଚେରରେ ୪୧.୬ ଡିଗ୍ରୀ ରେର୍କଡ଼ କରାଯାଇଛି । ତେବେ ଆଗକୁ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବା ସହ ତାତି (Heat wave) ଆହୁରୀ ବଢିବା ନେଇ ଆକଳନ କରାଯାଇଛି ।

Also Read-Jharsuguda by-election 2023: ଭୋଟ ଦେଉଛି ଝାରସୁଗୁଡ଼ା, ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା