Odisha News: ସହରକୁ ଗ୍ରାସିଲାଣି ଦୂଷିତ ଖାଦ୍ୟ, ନିଘୋଡ଼ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ
Advertisement
Article Detail0/zeeodisha/odisha1652143

Odisha News: ସହରକୁ ଗ୍ରାସିଲାଣି ଦୂଷିତ ଖାଦ୍ୟ, ନିଘୋଡ଼ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ

khordha News:  ସହର ଓ ଏହାର ଆଖପାଖ ଅଞ୍ଚଳରେ ବଢିବାରେ ଲାଗିଛି ଦୂଷିତ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି । ଏହା ଉପରେ ରୋକ ଲଗାଇବା ନେଇ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ଯରେ ତିଳେମାତ୍ର ଚିନ୍ତା ନାହିଁ । 

Odisha News: ସହରକୁ ଗ୍ରାସିଲାଣି ଦୂଷିତ ଖାଦ୍ୟ, ନିଘୋଡ଼ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ

khordha News: ଖୋର୍ଦ୍ଧା (khordha) ସହର ଓ ଏହାର ଆଖପାଖ ଅଞ୍ଚଳରେ ବଢିବାରେ ଲାଗିଛି ଦୂଷିତ (Contaminated food) ଓ ଅପମିଶ୍ରିତ ଖାଦ୍ୟ ବିକ୍ରି । ଏହି ଖାଦ୍ୟ ଖାଇ ବହୁ ଲୋକେ ଅସୁସ୍ଥ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏହା ଉପରେ ରୋକ ଲଗାଇବା ନେଇ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ଯରେ ତିଳେମାତ୍ର ଚିନ୍ତା ନାହିଁ । ସହରର ରାସ୍ତା କଡ଼ ଦୂଷିତ ପରିବେଶ ମଧ୍ଯରେ ଠେଲା ଗାଡ଼ିରେ ଖାଦ୍ୟ ବିକ୍ରି ବହୁଳ ଭାବେ ବୃଦ୍ଧି ପାଇଛି । କିଏ ଡ୍ରେନ ଉପରେ ଠିକା କରି ଖାଦ୍ୟ ବିକ୍ରି କରିଛି ତ ଆଉ କିଏ ଦୂଷିତ ପାଣି ବ୍ୟବହାର କରି ଖାଦ୍ୟ ତିଆରି କରୁଛି । ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ତେଲ, ବେସନ, ମଇଦା ଆଦି ଅତ୍ୟନ୍ତ ନିମ୍ମମାନର ହୋଇଥିବା ବେଳେ ମାଛି ବସି ଖାଦ୍ୟକୁ ଆହୁରି ଦୂଷିତ କରିପକାଉଛନ୍ତି । ତେବେ ସହରର ପ୍ରାୟ ଗଳି କନ୍ଦିରେ ଥିବା ଅନେକ ଛୋଟ ବଡ଼ ଦୋକାନରେ ଏଭିଳି ଦୃଶ୍ୟ ଦେଖିବାକୁ ମିଳୁଛି ।

ସେପଟେ ଜିଲ୍ଲା ସିଡ଼ିଏମ୍‌ଓଙ୍କ (khordha district CDMO) ଅଧିନରେ କୌଣସି ସ୍ଥାୟୀ ଫୁଡ଼ ଇନସ୍‌ପେକ୍ଟର ନାହାନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଫୁଡ଼ ସେଲରେ ଥିବା କର୍ମଚାରୀଙ୍କୁ ଜିଲ୍ଲାରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହି କର୍ମଚାରୀକୁ ମଧ୍ୟ ବିଭିନ୍ନ ସ୍ଥାନକୁ ପଠାଯାଇଥିବାରୁ ଫଳରେ ସହରରେ ଫୁଡ଼ ଇନିସପେକ୍ଟର ପଦବୀଟି ଖାଲି ପଡ଼ିଛି । ଜଳଖିଆ ଦୋକାନଠାରୁ ଆରମ୍ଭ କରି ରାସ୍ତା କଡ଼ ଠେଲା ଦେକାନ, ଏପରିକି ହୋଟେଲ ମାନଙ୍କରେ ଦୂଷିତ ପରିବେଶ ମଧ୍ଯରେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଅବାଧରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏହି ଖାଦ୍ୟ ପଦାର୍ଥ ଖାଇ ଲୋକମାନେ ବହୁ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଖାଦ୍ୟ ନିରୀକ୍ଷକଙ୍କୁ ଏହି ଦୂଷିତ ଓ ଅପମିଶ୍ରିତ ଖାଦ୍ୟର ସାମ୍ପୁଲ୍ ସଂଗ୍ରହ ପାଇଁ ନିର୍ଦ୍ଧିଷ୍ଟ ଭାବେ କୁଆଡ଼େ ମନା କରାଯାଇଥିବା ବିଶେଷଃ ସୁତ୍ରରୁ ଜଣାଯାଇଛି । ତେବେ ଏନେଇ ଅନୁଧ୍ୟାନ କରିବା ପରେ ଜଣାଯାଇଛି ଯେ, ରାଜ୍ୟ ଜନ ସ୍ୱାସ୍ଥ୍ୟ ଗବେଷଣାଗାରରେ ପବ୍ଲିକ୍ ଆନାଲିସିଷ୍ଟ ପଦବୀରେ କିଏ ଅଛନ୍ତି, କଣ କରୁଛନ୍ତି, ତାହା ଜଣାପଡୁନାହିଁ । ଯାହା ଫଳରେ ସଂଗ୍ରହ ହେଉଥିବା ସାମ୍ପୁଲ୍ ପରୀକ୍ଷା ହେଉଛି କି ନାହିଁ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେଣୁ କୌଣସି ଦୋକାନରେ ଖାଦ୍ୟ ପଦାର୍ଥ ଯାଞ୍ଚ ତ ଦୂରରେ ଥାଉ, ସାମ୍ପୁଲ୍ ସଂଗ୍ରହ କରିବା କଥା ପଚାରୁଛି କିଏ ।

ଏହା ବି ପଢନ୍ତୁ- Odisha News: ଶ୍ରମ ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଜେଡ଼ି ମହିଳା ନେତ୍ରୀ

ସେହିପରି ଫାଷ୍ଟଫୁଡ଼ ଦୋକାନରେ ଅପମିଶ୍ରିତ ଖାଦ୍ୟ ବିକ୍ରି କରି ଲୋକମାନଙ୍କୁ ରୋଗ ମୁଁହକୁ ଠେଲି ଦେଉଛନ୍ତି ଦୋକନୀ । ସେହିଭଳି ନିମ୍ନମାନର ପରିବା, ତେଲ ମସଲାରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ମଧ୍ଯ ଖୁଲମଖୁଲା ବିକ୍ରି ଚାଲିଛି । ଏପରିକି ଖାଦ୍ୟରେ ରଙ୍ଗ ମିଶା ଯାଇ ତରକାରୀକୁ ଲାଲ କରାଯାଉଛି । ବହୁ ମିଠା ଦୋକାନରେ ବାସି ମିଠା ବିକ୍ରି ହେଉଥିବା ଦେଖାଯାଉଛି । ସହରରେ ଦିନକୁ ଦିନ ପେଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଜିଲ୍ଳା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଦୋକାନ ମାନଙ୍କରେ ଚଢାଉ କରାଗଲେ ଖାଦ୍ୟର ମାନ ବୃଦ୍ଧି ପାଆନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।