ପୁଣି ବଢ଼ିଲା ବସ୍ ଭଡ଼ା
Advertisement
Article Detail0/zeeodisha/odisha1156940

ପୁଣି ବଢ଼ିଲା ବସ୍ ଭଡ଼ା

Bus Fare Hike in Odisha: ସେହିପରି ସୁପର ପ୍ରିମିୟମ୍ ବସଭଡ଼ା ୬ ପଇସା ବୃଦ୍ଧି ପାଇ ୨.୫୩ ଟଙ୍କାକୁ ବୃଦ୍ଧି ପାଇଛି । ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Bus Fare Hike in Odisha: ତୈଳ ଦର ବୃଦ୍ଧି (Fuel Price Hike) ର ପ୍ରଭାବ ଏବେ ବସ୍ ଭଡ଼ା (Bus Fare) ଉପରେ ପଡ଼ିଛି । ସେଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତିନି ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ବସ୍ ଭଡ଼ାରେ ବୃଦ୍ଧି ଘଟିଛି ।

ପୂର୍ବରୁ ରାଜ୍ୟରେ ସାଧାରଣ ବସଭଡ଼ା କିମି ପିଛା ୯୦ ପଇସା ଥିବା ବେଳେ ଏବେ ୟାତ୍ରୀଙ୍କୁ ୯୨ ପଇସା ଦେବାକୁ ପଡ଼ିବ । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୪ରୁ ୯୬ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା କିମି ପିଛା ୧.୩୧ ଟଙ୍କାରୁ ୧.୩୫ ଟଙ୍କା ଓ ଏସି-ଡିଲକ୍ସ ବସଭଡ଼ା କିମି ପିଛା ୧.୫୯ ଟଙ୍କାରୁ ୧.୬୩ ଟଙ୍କାକୁ ବୃଦ୍ଧି ପାଇଛି । 

ଏହା ବି ପଢ଼ନ୍ତୁ:-ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର

ଏହା ବି ପଢ଼ନ୍ତୁ:-ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୩୫ ହଜାର ମିଳିବ ଦରମା

ଏହା ବି ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି କି ଆପଣ? ତ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପୂରା ପ୍ରକ୍ରିୟା...

ସେହିପରି ସୁପର ପ୍ରିମିୟମ୍ ବସଭଡ଼ା ୬ ପଇସା ବୃଦ୍ଧି ପାଇ ୨.୫୩ ଟଙ୍କାକୁ ବୃଦ୍ଧି ପାଇଛି । ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।