ଆଇପିଏଲ ବେଟିଂ ଗ୍ୟାଙ୍ଗ ଉପରେ ପୋଲିସ ଚଢାଉ; ୫ ଗିରଫ
Advertisement
Article Detail0/zeeodisha/odisha1202537

ଆଇପିଏଲ ବେଟିଂ ଗ୍ୟାଙ୍ଗ ଉପରେ ପୋଲିସ ଚଢାଉ; ୫ ଗିରଫ

ପ୍ରଥମ ଥର  ଲାଗି ବରଗଡ଼ ଜିଲ୍ଲାରେ କ୍ରିକେଟ ଜୁଆ ଉପରେ ପୋଲିସ କରିଥିବା ଅତର୍କିତ ଚଢ଼ାଉ ବେଶ ପ୍ରଶଂସନୀୟ ହୋଇଛି। 

ଆଇପିଏଲ ବେଟିଂ ଗ୍ୟାଙ୍ଗ ଉପରେ ପୋଲିସ ଚଢାଉ; ୫ ଗିରଫ

ବଳରାମ ଦୀପ, ବରଗଡ଼: ଜିଲ୍ଲାରେ ପୋଲିସ ବିଭାଗକୁ ମିଳିଲା ବଡ଼ ସଫଳତା। ବରଗଡ଼ ଟାଉନ ଥାନା ଅମ୍ବାପାଳି ଗଜପତି ମଣ୍ଡପରେ ବେଇଆନ ଭାବେ ଚାଲିଥିବା ଆଇପିଏଲ ବେଟିଂ ଜୁଆ ଉପରେ ଚଢ଼ାଉ କରି ୬ ଲକ୍ଷ ୧୪ ହଜାର ଟଙ୍କା ଜବତ କରିବା ସହ ୨ ଲାପଟପ୍, ୩୦ ମୋବାଇଲ, ୨ ଛୁରୀ,ତାସ ମୁଠା ସହ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ କରିଛି ବରଗଡ଼ ଟାଉନ ଥାନା ପୋଲିସ। 

ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବରଗଡ଼ ଅମ୍ବାପାଲି ଗଜପତି ମଣ୍ଡପରେ ବେଆଇନ ଭାବେ ଆଇପିଏଲ କ୍ରିକେଟ ଜୁଆ ଚାଲିଥିବା ବରଗଡ଼ ଏସପି ଙ୍କ ପାଖରେ ଅଭିଯୋଗ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ଏସପି ପରମାର ସ୍ମିଥ ପରୋସତ୍ତମ ଦାଶଙ୍କ ନିର୍ଦେଶ କ୍ରମେ ବରଗଡ଼ ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ଯୋଜନା ଅନୁସାରେ ଆଇପିଏଲ କ୍ରିକେଟ ଜୁଆ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ କରିଛି। ପ୍ରଥମ ଥର  ଲାଗି ବରଗଡ଼ ଜିଲ୍ଲାରେ କ୍ରିକେଟ ଜୁଆ ଉପରେ ପୋଲିସ କରିଥିବା ଅତର୍କିତ ଚଢ଼ାଉ ବେଶ ପ୍ରଶଂସନୀୟ ହୋଇଛି।