Newly Married Couple Suicide: ସାତ ଜନ୍ମ ପାଇଁ ନେଇଥିଲେ ଶପଥ, ଦୁଇମାସରେ ଲିଭିଗଲା ନବଦମ୍ପତିଙ୍କ ଜୀବନ ଦୀପ
Advertisement
Article Detail0/zeeodisha/odisha1333954

Newly Married Couple Suicide: ସାତ ଜନ୍ମ ପାଇଁ ନେଇଥିଲେ ଶପଥ, ଦୁଇମାସରେ ଲିଭିଗଲା ନବଦମ୍ପତିଙ୍କ ଜୀବନ ଦୀପ

ଗତ କିଛିମାସ ପୂର୍ବରୁ ମଧୁପୁରା ଗାଁର ବିଭୁତି ଜେନାଙ୍କ ପୁଅ ହରିଶଙ୍କରଙ୍କ ବିବାହ ବେବିଙ୍କ ହୋଇଥିଲା। ଉଭୟ ଫେସବୁକରୁ ବନ୍ଧୁତା ସ୍ଥାପନ କରି ଧୀରେ ଧୀରେ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଆଉ ପରିବାର ଲୋକଙ୍କ ସହମତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 

Newly Married Couple Suicide: ସାତ ଜନ୍ମ ପାଇଁ ନେଇଥିଲେ ଶପଥ, ଦୁଇମାସରେ ଲିଭିଗଲା ନବଦମ୍ପତିଙ୍କ ଜୀବନ ଦୀପ

Newly Married Couple Suicide, ବାଲେଶ୍ବର: ସାତ ଜନ୍ମର ସାଥି ହେବାକୁ ଶପଥ ନେଇଥିଲେ କିନ୍ତୁ ମାତ୍ର ଦୁଇ ମାସ ଦାମ୍ପତ୍ୟ ଜୀବନରେ ପଡିଲା ପୂଣ୍ଣଚ୍ଛେଦ। ସୁଖ ସମୃଦ୍ଧ ସଂସାର ଛାଡି ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏଭଳି ଏକ ଚାଞ୍ଜଲ୍ୟ କର ଘଟଣା ବାଲେଶ୍ବର ଜିଲ୍ଲା ରେମୁଣା ଚଷାଖଣ୍ଡ ପଞ୍ଚାୟତ ମଧୂପୁରା ଗାଁରେ ଘଟିଛି। ଘରୋଇ କଳି ଯୋଗୁଁ ସ୍ୱାମୀ ସ୍ତ୍ରୀ ଉଭୟ ବିଷ ପିଇ ଆତହତ୍ୟା କରିଥିବା ଜଣାପଡିଛି। ପୋଲିସ ଉଭୟଙ୍କ ମୃତଦେହ ଜବତ କରିବା ସହ ମାମଲାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଗତ କିଛିମାସ ପୂର୍ବରୁ ମଧୁପୁରା ଗାଁର ବିଭୁତି ଜେନାଙ୍କ ପୁଅ ହରିଶଙ୍କରଙ୍କ ବିବାହ ବେବିଙ୍କ ହୋଇଥିଲା। ଉଭୟ ଫେସବୁକରୁ ବନ୍ଧୁତା ସ୍ଥାପନ କରି ଧୀରେ ଧୀରେ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଆଉ ପରିବାର ଲୋକଙ୍କ ସହମତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ବିବାହର ଦୁଇ ମାସ ନ ପୁରୁଣୁ ହରିଶଙ୍କର ଓ ବେବି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ। ଏମିତି କଣ ହେଲା ଯେ ଉଭୟ ଏଭଳି ନିଷ୍ପତ୍ତି ନେଲେ, ତାହା ଏବେ ରହସ୍ୟ ଘେରରେ ରହିଛି। ତେବେ ପାରିବାରିକ କଳହରୁ ନବଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Also Read: Pocso Court Judge Death Case: ବୋହୂ ନା'ରେ ହତ୍ୟା ଅଭିଯୋଗ ଆଣିଲେ ବିଚାରପତିଙ୍କ ମାଆ

ମାତ୍ର ବିବାହକୁ ଦୁଇମାସ ପୁରିନଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ହରିଶଙ୍କର ଓ ତାଙ୍କ ସ୍ତ୍ରୀ ବେବି ଜେନା କୌଣସି କାରଣରୁ ବିଷ ଖାଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଶୁକ୍ରବାର ରାତିରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା କାହିଁକି ଘଟିଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିବା ସହିତ ଉଭୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

NCRBର ରିପୋର୍ଟ ଅନୁସାରେ, କେବଳ ୨୦୨୧ ମସିହାରେ ଓଡିଶାରେ ମୋଟ ୫୬୫୧ଟି ଆତ୍ମହତ୍ୟା ମାମଲା ପଞ୍ଜିକୃତ ହୋଇଛି। ଯଦି ଦେଖାଯାଏ ତେବେ ପ୍ରତ୍ୟେକ ଦିନ ଓଡିଶାରେ ୧୫ ଜଣ ଆତ୍ମହତ୍ୟା କରନ୍ତି। ୨୦୧୯ ତୁଳନାରେ ୨୦୨୧ରେ ଆତ୍ମହତ୍ୟା ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ୪୫୮୨ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା 55୬୯କୁ ବୃଦ୍ଧି ପାଇଛି। ଅନ୍ୟ ଏକ ରିପୋର୍ଟ ରାଜ୍ୟରେ ପରକୀୟ ପ୍ରୀତି ପାଇଁ ଅଧିକ ଜୀବନ ଯାଉଛି। ଗତ ୪୨ ମାସ ମଧ୍ୟରେ ପରକୀୟା ପ୍ରୀତି ପାଇଁ ୯୪ ଜଣ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି।

Also Read: Sonali Phogat Murder Case: ବିଜେପି ନେତ୍ରୀଙ୍କ ହତ୍ୟା ମାମଲାରେ ହେଲା ବଡ଼ ଖୁଲାସା