Weather Update: ଆସୁଛି ଆଉ ଏକ ପଶ୍ଚିମା ଝଡ଼! ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement

Weather Update: ଆସୁଛି ଆଉ ଏକ ପଶ୍ଚିମା ଝଡ଼! ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ଆସନ୍ତକାଲି ଉତ୍ତର-ପଶ୍ଚିମ ଭାରତରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବ ଅନୁଭୂତ ହେବାକୁ ଥିବାବେଳେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବ।

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ପଶ୍ଚିମା ଝଡ଼ (Westerly storm) ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ସହ କେତେକ ଲୋକେ ମୃତାହତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ପଶ୍ଚିମା ଝଡ଼ର ତାଣ୍ତବ ନ କମୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼ର ଆଗମନ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତାକାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବା ନେଇ ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ(Bhubaneswar Metrology Department)ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭବନା ରହିଛି । 

ସୂଚନା ଅନୁଯାୟୀ, ଗତକିଛି ଦିନ ହେବ ରାଜ୍ୟବାସୀଙ୍କୁ ଟାଇଁ ଟାଇଁ ଖରା ଓ ପ୍ରବଳ ଗରମରୁ ମିଳିଛି ଆଶ୍ବସ୍ତି । ଗତ ଦୁଇଦିନ ମଧ୍ଯରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ସହ ଝଡ଼ ତୋଫାନ ଓ କୁଆପଥର ବର୍ଷା ହୋଇଛି । ଏଥିରେ କେତେକ ଲୋକେ ମୃତାହତ ହୋଇଥିବା ବେଳେ  କେତେକ ଜାଗାରେ ଛାଳ ଛପର ଏମିତି କି ଆଜବେଷ୍ଟସ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ଆଉ କିଛି ସ୍ଥାନରେ କୁଆପଥର ବର୍ଷା ଯୋଗୁଁ ଚାଷ ଉପରେ ଏହାର ପ୍ରଭାବ ପଡ଼ିଛି ।  କିଛି ସ୍ଥାନରେ ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଏହି ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ତରେ ହାତ ଦେଇ ବସିଛନ୍ତି ।

ସେହିପରି ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ବର୍ଷାର ତାଣ୍ତବ । ପ୍ରବଳ ବର୍ଷା ଫଳରେ ତାପମାତ୍ର ୩୩.୬ ଡ଼ିଗ୍ରୀରୁ ହଠାତ୍ ୨୦.୦୮ ଡି଼ଗ୍ରୀକୁ ଖସିଯାଇଥିଲା । ଅନ୍ୟପଟେ ଖୋର୍ଦ୍ଧା, କଟକ, କେନ୍ଦ୍ରପଡ଼, ପୁରୀ, ବାଲେଶ୍ବର, ଜଗତସିଂହପୁର ଓ ଗଞ୍ଜାମ ଆଦି ଜିଲ୍ଲାରେ କୁଆପଥର ବର୍ଷା ହୋଇଥିଲା । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବୋହିଥିଲା । ଏହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ଏହାମଧ୍ଯ ପଢନ୍ତୁ- Odisha News: ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ, ବାହାରେ ମଳତ୍ୟାଗ କଲେ ଏତିକି ଟଙ୍କାର ଜରିମାନା ଗଣିବେ ମାଲିକ

ଏହାମଧ୍ଯ ପଢନ୍ତୁ- Selfie Death: ସେଲ୍ଫି ହେଲା କାଳ, ଫଟୋ ଉଠାଇବା ବେଳେ ପାଣିରେ ବୁଡ଼ି ୨ ଭାଇ ସମେତ ୪ ମୃତ

ସେପଟେ ଆସନ୍ତକାଲି ଉତ୍ତର- ପଶ୍ଚିମ ଭାରତରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବ ଅନୁଭୂତ ହେବାକୁ ଥିବାବେଳେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବ । ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିବ । ଆସନ୍ତା ୪ରୁ ୫ ଦିନ ପରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ ।