Anupam Kher: ‘ଜଗାକୁ ଦର୍ଶନ କରି କୃତାର୍ଥ ହୋଇଗଲି’
Advertisement
Article Detail0/zeeodisha/odisha1539519

Anupam Kher: ‘ଜଗାକୁ ଦର୍ଶନ କରି କୃତାର୍ଥ ହୋଇଗଲି’

Anupam Kher: ବଲିଉଡ ଅଭିନେତା ଅନୁପମ ଖେର । ଆଜି ଶ୍ରୀମନ୍ଦିର ଆସି ମହାବାହୁଙ୍କୁ ଦର୍ଶନ କରିଛନ୍ତି । ଏବଂ ଜଗାକୁ ଦେଖି ସେ ଭାବ ବିହ୍ବଳ ମଧ୍ୟ ହୋଇଯାଇଛନ୍ତି । ଏବଂ ନିଜକୁ କୁତାର୍ଥ ମନେ କରିଛନ୍ତି ବୋଲି ସେ କହିଛନ୍ତି । ବର୍ଷ ଆରମ୍ଭରୁ ଏବଂ ଆଗାମୀ ବର୍ଷ ଗୁଡିକରେ ସମସ୍ତ ତୀର୍ଥସ୍ଥଳୀରେ ଦର୍ଶନ କରିବାକୁ ତାଙ୍କର ଇଚ୍ଛା ରହିଛି। ଶ୍ରୀମନ୍ଦିରରେ ୧୨୨ ନୀତି ଏବଂ ମହାପ୍ରଭୁଙ୍କ ମାନବୀୟ ଲୀଳା କଥା ଶୁଣି ନିଜକୁ କୃତାର୍ଥ ମନେ କରିଥିବା କଥା ମଧ୍ୟ ସେ କହିଛନ୍ତି । ଏ ଦର୍ଶନ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ କରିଥିବା କଥା କହିଛନ୍ତି ।

Anupam Kher: ‘ଜଗାକୁ ଦର୍ଶନ କରି କୃତାର୍ଥ ହୋଇଗଲି’

Anupam Kher: ବଲିଉଡ ଅଭିନେତା ଅନୁପମ ଖେର । ଆଜି ଶ୍ରୀମନ୍ଦିର ଆସି ମହାବାହୁଙ୍କୁ ଦର୍ଶନ କରିଛନ୍ତି । ଏବଂ ଜଗାକୁ ଦେଖି ସେ ଭାବ ବିହ୍ବଳ ମଧ୍ୟ ହୋଇଯାଇଛନ୍ତି । ଏବଂ ନିଜକୁ କୁତାର୍ଥ ମନେ କରିଛନ୍ତି ବୋଲି ସେ କହିଛନ୍ତି । ବର୍ଷ ଆରମ୍ଭରୁ ଏବଂ ଆଗାମୀ ବର୍ଷ ଗୁଡିକରେ ସମସ୍ତ ତୀର୍ଥସ୍ଥଳୀରେ ଦର୍ଶନ କରିବାକୁ ତାଙ୍କର ଇଚ୍ଛା ରହିଛି।  ଶ୍ରୀମନ୍ଦିରରେ ୧୨୨ ନୀତି ଏବଂ ମହାପ୍ରଭୁଙ୍କ ମାନବୀୟ ଲୀଳା କଥା ଶୁଣି ନିଜକୁ କୃତାର୍ଥ ମନେ କରିଥିବା କଥା ମଧ୍ୟ ସେ କହିଛନ୍ତି ।  ଏ ଦର୍ଶନ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ କରିଥିବା କଥା କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ଅନୁପମ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସମ୍ପ୍ରତି ଅନୁପମଙ୍କ ଅଭିନୀତ ଫିଲ୍ମ ଆଇବି ୭୧, ସିଗନେଚର, କାଗଜ ୨ ଏବଂ ନୈଟଙ୍କି ଭଳି ଫିଲ୍ମ ଗୁଡିକର ସୁଟିଂ ଶେଷ ହୋଇଥିବା ବେଳେ ରିଲିଜ୍ ଅପେକ୍ଷାରେ ରହିଛି । ସେପଟେ ତେଲୁଗୁ ଫିଲ୍ମ ଜାର୍ତ୍ତିକେୟ ୨ ମଧ୍ୟ ସଫଳତା ସାଉଁଟିଛି । ସେପଟେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ନିକଟରେ ରିଲିଜ ୧୦ ତାରିଖରେ ହେବାକୁ ଥିବାବେଳେ ଦେଖିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି।

ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ତାଙ୍କର ଏକ ହିଟ ଚଳଚ୍ଚିତ୍ର ଥିଲା। ୨୦୨୨ ବର୍ଷର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର,ଯାହା ବକ୍ସ ଅଫିସରେ ଧମାଲ ମଚାଇଥିଲା ।  ଫିଲ୍ମରେ ତାଙ୍କ ଅଭିନୟ ବେଶ ଦମଦାର ରହିଥିଲା । ନିକଟରେ ବିବେକ ଅଗ୍ନିହୋତ୍ରୀ  ଫିଲ୍ମଟି ପୁଣି ଥରେ ରିଲିଜ୍ ହେବ ବୋଲି ନଜ ଟ୍ବିଟର ହ୍ୟାଣ୍ତେଲରେ ସୂଚନା ଦେଇଥିଲେ। ଯେଉଁଥିରେ ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି। ଏହା ସହିତ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ 'ଦ କାଶ୍ମୀର ଫାଇଲସ' ରିଲିଜ୍ ହେବାର କାରଣ କହିଛନ୍ତି। ସେ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହା ସମସ୍ତଙ୍କୁ ଜଣା ଯେ କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବା ଏବଂ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଫିଲ୍ମରେ ଅର୍ଥାତ 'ଦ କାଶ୍ମୀର ଫାଇଲ'ରେ ଦେଖାଯାଇଛି । ଏହି ସିନେମାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଯୋଶୀଙ୍କ ଭଳି ତାରକା ଅଭିନୟ କରିଛନ୍ତି।

 

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଜିକାଲି ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମ 'ଦ ଭ୍ୟାକ୍ସିନ୍ ଓ୍ବାର'(The Vaccine War)ରେ ବ୍ୟସ୍ତ ଅଛନ୍ତି ।  ଏହି ଚଳଚ୍ଚିତ୍ରଟି ଭାରତୀୟ ବୈଜ୍ଞାନିକମାନଙ୍କ କୋଭିଡ ମହାମାରୀ ବିରୋଧରେ ଟିକା ପ୍ରସ୍ତୁତ କରିବାରେ ଯେଉଁ ଉଦ୍ୟମ କରିଛନ୍ତି । ଫିଲ୍ମଟି ଏହାରି ଉପରେ ଆଧାରିତ ।  । ଖବର ଅନୁଯାୟୀ ଏହି ଘଟଣାଟି ପ୍ରକୃତ ଘଟଣା ଉପରେ ନିର୍ମିତ ହେଉଛି।  'ଦ ଭ୍ୟାକ୍ସିନ୍ ଓ୍ବାର ହେଉଛି ସେହି ଲୋକଙ୍କ କାହାଣୀ, ଯେଉଁମାନେ ଦୁଇ ବର୍ଷରୁ ଅଧିକ ସମୟ ଧରି ଦୁନିଆର ସବୁଠାରୁ ପ୍ରଭାବଶାଳୀ ଟିକା ବିକଶିତ କରିବାକୁ କାର୍ଯ୍ୟ କରିଥିଲେ। 'ଦ ଭ୍ୟାକ୍ସିନ୍ ଓ୍ବାର' ଫିଲ୍ମଟି  ଚଳିତ ବର୍ଷ  ଅଗଷ୍ଟ ୧୫ରେ ରିଲିଜ୍ ହେବ ।