Alligation on Sonali Chakraborty: ମୃତ ସୋନାଲିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଜାଣନ୍ତୁ କଣ
Advertisement

Alligation on Sonali Chakraborty: ମୃତ ସୋନାଲିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଜାଣନ୍ତୁ କଣ

ପରେ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କର ଦ୍ବାରସ୍ଥ ହେବା ସହ ବ୍ୟାଙ୍କ ମିତ୍ର ସୋନାଲି ଚକ୍ରବର୍ତ୍ତୀଙ୍କୁ ଋଣ ବାବଦ ସମସ୍ତ ଟଙ୍କା ଦେଇଥିବା ଜଣାଇଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ଶୁଣି ନଥିଲେ।

Alligation on Sonali Chakraborty: ମୃତ ସୋନାଲିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଜାଣନ୍ତୁ କଣ

Alligation on Sonali Chakraborty: ଯାଜପୁର: ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଜଣେ ଟ୍ରକ୍ ଡ୍ରାଇଭର ପ୍ରତିଶୋଧ ପରାୟଣ ହୋଇ ମା ଝିଅଙ୍କୁ ଗାଡ଼ି ଚଢାଇ ହତ୍ୟା କରିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଥିଲା। ଏଥିରେ ମୃତ୍ୟୁବରଣ କରିଥିବା ସୁକିନ୍ଦା ଅଞ୍ଚଳର ମା ଶ୍ରିତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି ଚକ୍ରବର୍ତ୍ତୀଙ୍କ ପ୍ରତି ସମସ୍ତେ ସମବେଦନା ଜଣାଇଥିଲେ। ତେବେ ଏହି ଘଟଣା ମନରୁ ନ ଲିଭୁଣୁ ଏବେ ମୃତା ସୋନାଲି ଚକ୍ରବର୍ତ୍ତୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। 

ସୂଚନା ଅନୁଯାୟୀ ସେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଠାରୁ ୠଣ ବାବଦକୁ ଆଦାୟ କରିଥିବା କିସ୍ତି ଟଙ୍କା ବ୍ୟାଙ୍କରେ ପୈଠ କରିନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ବ୍ୟାଙ୍କ ଓ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ପ୍ରତିବାଦରେ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଭିଯୋଗ ମୁତାବକ ସୋନାଲି ଚକ୍ରବର୍ତ୍ତୀ ବଙ୍ଗଳା ଛକ ସ୍ଥିତ ୟୁନିୟନ୍ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଓଡ଼ିଶା ଜୀବିକା ମିଶନ୍ ବା ମିଶନ୍ ଶକ୍ତି ଜରିଆରେ ଲକ୍ଷାଧିକ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। 

ସୋନାଲି ପ୍ରତି ମାସରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଠାରୁ ଏହି ଋଣ ବାବଦକୁ କିସ୍ତି ଟଙ୍କା ଆଦାୟ କରି ବ୍ୟାଙ୍କରେ ପୈଠ କରୁଥିଲେ। ଗତ ଦେଢ଼ ବର୍ଷ ତଳେ ଋଣ ପରିଶୋଧ ହୋଇଯାଇଥିଲା। ହେଲେ ଗତ ଏକ ମାସ ତଳେ ସୋନାଲି ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପରିଶୋଧ କରିବାକୁ ନୋଟିସ୍ ଜାରି କରାଯାଇଥିଲା। ଋଣ ଟଙ୍କା ବ୍ୟାଙ୍କରେ ପୈଠ କରିବାକୁ ସେହି ନୋଟିସ ରେ ଉଲ୍ଲେଖ ରହିଥିଲା। ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡିଯାଇଥିଲା। 

ପରେ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କର ଦ୍ବାରସ୍ଥ ହେବା ସହ ବ୍ୟାଙ୍କ ମିତ୍ର ସୋନାଲି ଚକ୍ରବର୍ତ୍ତୀଙ୍କୁ ଋଣ ବାବଦ ସମସ୍ତ ଟଙ୍କା ଦେଇଥିବା ଜଣାଇଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ଶୁଣି ନଥିଲେ। ବାରମ୍ବାର ଋଣ ଟଙ୍କା ପୈଠ କରିବାକୁ ବାଧ୍ୟ କରିବାରୁ ମହିଳାମାନେ ଏହା ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କୁ ନ୍ୟାୟ ଦେବାକୁ ମହିଳାମାନେ ଦାବି କରିଛନ୍ତି। ସେପଟେ ଏହାର ଅନୁଧ୍ୟାନ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କର ଶାଖା ପ୍ରବନ୍ଧକ କହିଛନ୍ତି।

ଅଧିକ ପଢନ୍ତୁ: ICC Rankings: ପାକିସ୍ତାନକୁ ଧୋଇ ଚମକିଲେ ହାର୍ଦ୍ଦିକ

ଅଧିକ ପଢନ୍ତୁ: Asia Cup 2022: ଭାରତ-ପାକିସ୍ତାନ ଉପରେ ଜରିମାନା ଲଗାଇଲା ICC, ଜାଣନ୍ତୁ କ'ଣ ରହିଛି କାରଣ

ଅଧିକ ପଢନ୍ତୁ: ପାଞ୍ଚ ବର୍ଷ ବଡ ଥିବା 'ସାରା'ଙ୍କୁ ଡେଟ୍ କରୁଛନ୍ତି ଶୁଭମନ ଗିଲ! ଦେଖନ୍ତୁ VIDEO