Odisha News: ୩୮ ଫୁଟ ଛାତରୁ ଖସି +୨ ଛାତ୍ରୀ ମୃତ
Advertisement
Article Detail0/zeeodisha/odisha1606110

Odisha News: ୩୮ ଫୁଟ ଛାତରୁ ଖସି +୨ ଛାତ୍ରୀ ମୃତ

Odisha News: ଗତକାଲି (ଶନିବାର) ଅପରାହ୍ନରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ସଙ୍କଟାପନ୍ନ ଅବସ୍ଥାରେ ରୁଚିଙ୍କୁ ଉଦ୍ଧାର କରି  ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ ପ୍ରାୟ ଏକ ବର୍ଷ ହେବ ନିଜ ପରିବାର ସହିତ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୀବ କୁମାର ମିଶ୍ରଙ୍କ ଉପର ମହଲାରେ ଘର ଭଡ଼ା ନେଇ ରହିଆସୁଥିଲେ ସବଲ ଝା ।

Odisha News: ୩୮ ଫୁଟ ଛାତରୁ ଖସି +୨ ଛାତ୍ରୀ ମୃତ

Odisha News: ୩୫ ଫୁଟ ଉଚ୍ଚ ଛାତ ଉପରୁ ଖସିଲା +୨ ଛାତ୍ରୀ । ଫଳରେ ଛାତ୍ରୀ ଜଣଙ୍କ ମୃତ୍ୟୁ (+2 College Girl Death) ଘଟିଛି । କେନ୍ଦୁଝର (Keonjhar) ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି ।  ମୃତ ଛାତ୍ରୀ ଏକ ଘରୋଇ ଖଣି କମ୍ପାନୀ JSWର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସବଲ କୁମାର ଝାଙ୍କ ବଡ଼ ଝିଅ ରୁଚି ଝା । ଗତକାଲି (ଶନିବାର) ଅପରାହ୍ନରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ସଙ୍କଟାପନ୍ନ ଅବସ୍ଥାରେ ରୁଚିଙ୍କୁ ଉଦ୍ଧାର କରି  ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଗତ ପ୍ରାୟ ଏକ ବର୍ଷ ହେବ ନିଜ ପରିବାର ସହିତ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୀବ କୁମାର ମିଶ୍ରଙ୍କ ଉପର ମହଲାରେ ଘର ଭଡ଼ା ନେଇ ରହିଆସୁଥିଲେ ସବଲ ଝା । ତେବେ ଆଜି ରୁଚି ବିଲ୍ଡିଂର ତୃତୀୟ ମହଲା ଛାତ ଉପରୁ ତଳକୁ କିପରି ଖସି ପଡ଼ି ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି । ତଳ ମହଲାରେ ରହୁଥିବା ଘର ମାଲିକଙ୍କ କହିବା କଥା, ହଠାତ୍ ସେ ଏକ ଶବ୍ଦ ଶୁଣି ଘର ବାହାରକୁ ଆସି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ  ଅବସ୍ଥାରେ ରୁଚି ପଡ଼ିରହିଥିଲେ । ରୁଚିଙ୍କ ମୁଣ୍ଡ ପଛପଟେ ମାଡ଼ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା । 

ବଡ଼ବିଲ ପୋଲିସ୍ ଏନେଇ ଖବର ପାଇବା ପରେ ଘଟଣାର ଛାନଭିନ ଆରମ୍ଭ କରିଛି । ଜଣେ +୨ ଛାତ୍ରୀଙ୍କ ଏଭଳି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବା ସ୍ଵାଭାବିକ । ଋଚି ଝାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ ।

ଅଧିକ ପଢ଼ନ୍ତୁ:-ଅକ୍ସର ପଟେଲଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଏହି ଘାତକ ଖେଳାଳିଙ୍କ ଶେଷ ହେଲା କ୍ୟାରିୟର! ବର୍ତ୍ତମାନ ଅବସର ନେବା ପଥରେ...

ଅଧିକ ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ସମୟରେ ଧରାପଡ଼ିଲେ ପ୍ରେମୀ ଯୁଗଳ

ଅଧିକ ପଢ଼ନ୍ତୁ:-୬୧୭ ବର୍ଷ ପରେ ଏକାସାଙ୍ଗରେ ସୃଷ୍ଟି ହେଉଛି ୪ ରାଜଯୋଗ, ଏହି ୪ଟି ରାଶିର ଲୋକ ହଠାତ୍ ହୋଇଯିବେ ଧନୀ, ଟଙ୍କାର ହେବ ବର୍ଷା!