Trending Photos
୪ ଅକ୍ଟୋବରରେ ଘଟିଥିବା ଭୂକମ୍ପରେ ପୁରା ଉତ୍ତର ଭାରତ ସହ ଦିଲ୍ଲୀ ଏନସିଆର ମଧ୍ୟ ୧୫ ସେକେଣ୍ହ ପାଇଁ ଥରି ଉଠିଥିଲା । ସେହି ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୨ ଥିଲା । ସେବେଠାରୁ ୧୪ ଦିନ ମଧ୍ୟରେ ଦିଲ୍ଲୀର ଆଖପାଖ ଅଂଚଳରେ ତିନି ଥର ଭୂକମ୍ପ ହୋଇସାରିଲାଣି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦିଲ୍ଲୀ ଏନସିଆରରେ ହୋଇଥିବା ୬୩ ବର୍ଷର ଭୂକମ୍ପକୁ ନେଇ ଆକଳନ କରିଛି । ରିପୋର୍ଟ କହୁଛି ୧୯୬୦ ଜାନୁଆରୀରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ୬୭୫ ଥର ଭୂକମ୍ପ ସୃଷ୍ଟି ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ୨୦୦୦ ମସିହା ପର୍ଯ୍ୟନ୍ତ ୭୩ ଭୂକମ୍ପ ହୋଇଥିବା ବେଳେ ଏହାପରେ ମାନେ ୨୨ ବର୍ଷରେ ୬୦୨ ଥର ଭୂକମ୍ପ ହୋଇଛି । କେବଳ ୨୦୨୦ରେ ୫୧ ଥର ଭୂକମ୍ପ ସୃଷ୍ଟି ହୋଇଛି ।
ଭାରତର ୫୯ ପ୍ରତିଶତ କ୍ଷେତ୍ର ଭୂକମ୍ପ ସମ୍ଭାବିତ ଅଂଚଳ ବୋଲି ଚିହ୍ନଟ କରାଯାଇଛି । ଦିଲ୍ଲୀକୁ ୪ ନମ୍ବର ବିପଦ ଜୋନରେ ରଖାଯାଇଛି କାରଣ ଏଠାରେ ଭୂକମ୍ପ ହେବାର ଆଶଙ୍କା ଅଧିକ । ଧନ ଜୀବନ ନଷ୍ଟ କରିବା ଦିଗରେ ଭୂକମ୍ପ ହେଉଛି ପୃଥିବୀର ସବୁଠୁ ବଡ଼ ପ୍ରାକୃତିକ ଦୁର୍ବିପାକ । ପ୍ରଥମତଃ ଏହାର ପୂର୍ବ ଆକଳନ କରିବା ସମ୍ଭବ ହେଉନଥିବା ବେଳେ ଏଥିରୁ ସୁରକ୍ଷିତ ରହିବା ପାଇଁ ମଧ୍ୟ କୌଣସି ଉପାୟ ନାହିଁ । କେବଳ ସର୍ତ୍ତକତା ହିଁ ଏକମାତ୍ର ବିକଳ୍ପ । ଆମ ପୃଥିବୀ ୭ଟି ଟେକ୍ଟୋନିକ ପ୍ଲେଟରେ ମଜବୁତ ହୋଇ ରହିଛି । ଯଦି ସେମାନଙ୍କ ଭିତରୁ କୌଣସି ଗୋଟିଏ ହଲଚଲ ହୁଏ ତାହେଲେ ପୃଥିବୀ ଥରି ଉଠେ ।
ଏନସିଏସ ଅନୁସାରେ ଦିଲ୍ଲୀ ଏନସିଆରରେ ଯେଉଁ ଭୂକମ୍ପ ସୃଷ୍ଟି ହେଉଛି ତାହା ଅରାବଳୀ ପର୍ବତମାଳା ତଳେ ତିଆରି ହୋଇଥିବା ଛୋଟ ଛୋଟ ଫ୍ଲାଟ କାରଣରୁ ସୃଷ୍ଟି ହେଉଛି । ଏଠାରେ ପ୍ଲେଟ ଟାକ୍ଟୋନିକ୍ସ ପ୍ରକ୍ରିୟା ବହୁତ ଧିର ଅଟେ । ଆରମ୍ଭରୁ ଏହାର ଝଟକା ସାମାନ୍ୟ ଥିଲା ମାନେ ରିକ୍ଟର ସ୍କେଲରେ ତିବ୍ରତା ୧.୧ ରୁ ୫.୧ ମଧ୍ୟରେ ଥିଲା । ହେଲେ ଧିରେ ଧିରେ ଯେତେବେଳେ ଏଠାରେ ଜଳ ନଦୀ ଶୁଖିବାକୁ ଲାଗିଲା ସେତେବେଳେ ମାନେ ୨୦୦୦ ମସିହା ପରେ ଏହାର ତିବ୍ରତା ଅଧିକ ହେଲା । ବିଶେଷ ଭାବରେ ଯମୁନା ଶୁଖିବା କାରଣରୁ ଏବଂ ଏହାର କୂଳରେ ଅନ୍ଧାନ୍ଧୁନ ନିର୍ମାଣ ହେବାପରେ ଭୂକମ୍ପ ଦ୍ବାରା କ୍ଷତିର ଆଶଙ୍କା ବଢିବାକୁ ଲାଗିଲା । ଯମୁନା ଲକ୍ଷ ବର୍ଷ ପୁରୁଣା ନଦୀ ଏବଂ ପୃଥିବୀ ଭିତରେ ମଧ୍ୟ ଜଳଭାଗ ଅଛି । ଏହି ଜଳମାର୍ଗ ସୁଖିବା ଏବଂ ନଷ୍ଟ ହେବା କାରଣରୁ ମାଟି ଧସୁଛି-ଭୂକମ୍ପ ସୃଷ୍ଟି ହେଉଛି ।
ଯେଉଁ ଅଂଚଳରେ ବାରମ୍ବାର ପୃଥିବୀ ଥରୁଛି ସେଠାରେ ଭୂ-ବୖଜ୍ଞାନିକ ଅଧ୍ୟୟନ ଦ୍ବାରା ପରୀକ୍ଷଣ ହେବାର ଆବଶ୍ୟକତା ରହିଛି । ଦିଲ୍ଲୀରେ ତିନ କୋଟି ଲୋକ ବସବାସ କରୁଥିବା ୪୦ପ୍ରତିଶତ ଅଂଚଳ ଅଧନିକୃତ ରହିଥିବା ବେଳେ ୨୦ ପ୍ରତିଶତ ଅଂଚଳରେ ପୁରୁଣା କୋଠା ରହିଛି । ବାକି ୫ ପ୍ରତିଶତ ଭୂକମ୍ପରୋଧୀ ଅଟେ ।
ଦେଶରେ ଯେଉଁ ଅଂଚଳରେ ଅଧିକ ଭୂକମ୍ପ ସୃଷ୍ଟି ହେଉଛି ସେହି ଅଂଚଳରେ ପାରମ୍ପରିକ ଜଳନିଧି ଗଡ଼ିଆ, ପୋଖରି, ନଦୀ, ଝରଣା ଗୁଡ଼ିକୁ ସୁରକ୍ଷିତ ରଖିବା ଦରକାର । ଏବଂ ସହର ମାନଙ୍କରେ ବଡ଼ ବଡ଼ କୋଠା ନିର୍ମାଣ ମଧ୍ୟ କମ୍ ହେବା ଦରକାର । ଏହାସହ ବିନା ମାଟି ପରୀକ୍ଷାରେ ବଡ଼ କୋଠା ନିର୍ମାଣ ଉପରେ ରୋକ ଲାଗିବା ଦରକାର । ଏହାସହ ଭୂକମ୍ପ ସମ୍ଭାବିତ ଅଂଚଳ ମାନଙ୍କରେ ଥିବା କୋଠା ଗୁଡ଼ିକରେ ଭୂକମ୍ପରୋଧୀ ରେଟ୍ରୋଫିଟିଙ୍ଗ ଲାଗିବା ଜରୁରୀ ।