ଗଜମରାରେ ଉଡ଼ାଜାହାଜ ଉପକରଣ ନିର୍ମାଣ ଲାଗି କଲ୍ୟାଣୀ ଷ୍ଟିସ ସହ ଏମ୍‍ଓୟୁ
Advertisement
Article Detail0/zeeodisha/odisha2124677

ଗଜମରାରେ ଉଡ଼ାଜାହାଜ ଉପକରଣ ନିର୍ମାଣ ଲାଗି କଲ୍ୟାଣୀ ଷ୍ଟିସ ସହ ଏମ୍‍ଓୟୁ

Dhenkanal: ଏହି କାରଖାନାଟି ଏକ ଅତ୍ୟାଧୁନିକ ସମନ୍ୱିତ ସ୍ୱତନ୍ତ୍ର ଷ୍ଟିଲ୍‍ ନିର୍ମାଣ କମ୍ପ୍ଲେକ୍ସରେ ପରିଣତ ହେବ। ଏହାସହ ଏଠାରେ ଉଡ଼ା ଜାହାଜ ପାଇଁ ଆବଶ୍ୟକ ଉପକରଣ ଏବଂ ଟାଇଟାନିୟମ ଧାତୁରେ ଆବଶ୍ୟକ ଉପକରଣ ନିର୍ମାଣ କରାଯିବ। 

Dhenkanal

ଭୁବନେଶ୍ୱର: ଢେଙ୍କାନାଳର ଗଜମରାଠାରେ ଏକ ଉଡ଼ାଜାହାଜ ଉପକରଣ ନିର୍ମାଣ ଉଦ୍ୟୋଗ ସ୍ଥାପନ ଲାଗି କଲ୍ୟାଣୀ ଷ୍ଟିଲ୍‍ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ତିତିରେ ଆଜି ସ୍ୱାକ୍ଷର ହୋଇଥିବା ଏହି ବୁଝାମଣାପତ୍ର ଅନୁସାରେ ଏହି କାରଖାନା ପ୍ରତିଷ୍ଠା ଲାଗି ୧୧୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ରାଜ୍ୟରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷତ୍ଟି ହେବ ବୋଲି କାରଖାନା ପକ୍ଷରୁ କୁହାଯାଇଛି। 

ଏହି କାରଖାନାଟି ଏକ ଅତ୍ୟାଧୁନିକ ସମନ୍ୱିତ ସ୍ୱତନ୍ତ୍ର ଷ୍ଟିଲ୍‍ ନିର୍ମାଣ କମ୍ପ୍ଲେକ୍ସରେ ପରିଣତ ହେବ। ଏହାସହ ଏଠାରେ ଉଡ଼ା ଜାହାଜ ପାଇଁ ଆବଶ୍ୟକ ଉପକରଣ ଏବଂ ଟାଇଟାନିୟମ ଧାତୁରେ ଆବଶ୍ୟକ ଉପକରଣ ନିର୍ମାଣ କରାଯିବ। ଏହାର ପ୍ରଭାବରେ ଏହି ଅଞ୍ଚଳରେ ଅନେକ ଛୋଟ ବଡ଼ ଉଦ୍ୟୋଗ ଗଢ଼ି ଉଠି ସ୍ଥାନୀୟ ଅଞ୍ଚଳରେ ନିବେଶ ଏବଂ ରୋଜଗାରର ବାଟ ଖୋଲିବ ବୋଲି ସରକାର ଆଶା କରହିଛନ୍ତି।