Dhenkanal Exploision: ଚାଲିଥିଲା ଚିମିନି ଭଙ୍ଗା ଅଭିଯାନ, ଅଧା ଭାଙ୍ଗି ଝୁଲି ରହିଲା ଚିମିନି, ଭୟଭୀତ ଗ୍ରାମବାସୀ
Advertisement
Article Detail0/zeeodisha/odisha1445885

Dhenkanal Exploision: ଚାଲିଥିଲା ଚିମିନି ଭଙ୍ଗା ଅଭିଯାନ, ଅଧା ଭାଙ୍ଗି ଝୁଲି ରହିଲା ଚିମିନି, ଭୟଭୀତ ଗ୍ରାମବାସୀ

ଢେଙ୍କାନାଳ କୁରୁଣ୍ଟିସ୍ଥିତ ଲାନକୋ ଚିମିନି ଭଙ୍ଗା ଦ୍ବିତୀୟ ଥର ଫେଲ ମାରିବା ପରେ ବିପଦଜନକ ଅବସ୍ଥାରେ ରହିଛି ଚିମିନି। ଏଭଳି ଅବସ୍ଥାରେ ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। 

Dhenkanal Exploision: ଚାଲିଥିଲା ଚିମିନି ଭଙ୍ଗା ଅଭିଯାନ, ଅଧା ଭାଙ୍ଗି ଝୁଲି ରହିଲା ଚିମିନି, ଭୟଭୀତ ଗ୍ରାମବାସୀ

Dhenkanal Exploision:  ଢେଙ୍କାନାଳ (ପ୍ରଦୀପ ସେନାପତି): ଢେଙ୍କାନାଳ କୁରୁଣ୍ଟିସ୍ଥିତ ଲାନକୋ ଚିମିନି ଭଙ୍ଗା ଦ୍ବିତୀୟ ଥର ଫେଲ ମାରିବା ପରେ ବିପଦଜନକ ଅବସ୍ଥାରେ ରହିଛି ଚିମିନି। ଏଭଳି ଅବସ୍ଥାରେ ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଚିମିନି ନ ପଡ଼ିବା ପର୍ଯ୍ୟନ୍ତ ବିପଦାଞ୍ଚଳରେ ଥିବା ଗ୍ରାମବାସୀମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ଦାବି ହୋଇଛି।

ଢେଙ୍କାନାଳ କୁରୁଣ୍ଟି ଗ୍ରାମ ନିକଟରେ ବନ୍ଦ ଥିବା ଲାନକୋ ପାୱାର ପ୍ଳାଣ୍ଟ ଚିମିନି ଭାଙ୍ଗିବାକୁ ଆଜି ଦ୍ବିତୀୟ ଥର ବିସ୍ପୋରଣ କରାଯାଇଥିଲା। ପ୍ରାୟ ୨୫୬ ମିଟର ଉଚ୍ଚ ଏହି ଚିମିନି ଭାଙ୍ଗିବାକୁ ପ୍ରାୟ ୭୫୦ କେଜିର ବିସ୍ଫୋରଣ ବ୍ୟବହାର କରାଯାଇଥିଲା। ବିସ୍ପୋରଣ ଠିକ ଢ଼ଙ୍ଗରେ ହୋଇଥିଲେ ମଧ୍ୟ ଚିମିନି ପ୍ରାୟ ୨୫ ମିଟର ତଳକୁ ଦବି ଯାଇଥିବା ଜଣାପଡ଼ିଛି। କିନ୍ତୁ ବିସ୍ଫୋରଣରେ ଚିମିନିଟି ପଡ଼ିନଥିଲା। ତେବେ ବିସ୍ପୋରଣ ପରେ ଚିମିନି ବିପଦଶଙ୍କୁଳ ନ ଥିବା ବିସ୍ପୋରଣ କରୁଥିବା ଦଳ ଦାବି କରିଛନ୍ତି। ତେଣୁ ଆଗାମୀ ଦିନରେ ଆଉଥରେ ଏହି ବିସ୍ଫୋରଣ କରାଯାଇ ଚିମିନି ଭାଙ୍ଗିବାକୁ ପ୍ରୟାସ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

ଚିମିନି ଭାଙ୍ଗିବାକୁ ଦୁଇ ଦୁଇ ଥର ବିସ୍ପୋରଣ କରାଯାଇଥିରୁ ଚିମିନି ଏବେ ବିପଦଜନକ ଭାବରେ ଠିଆ ହୋଇଛି। ତେଣୁ କମ୍ପାନୀ ନିକଟରେ ବସବାସ କରୁଥିବା କିଛି ପରିବାର ଏବେ ବିପଦଜନକ ଭାବରେ ରହିବାକୁ ବାଧ୍ୟ ହେବେ। ତେଣୁ ଚିମିନି ଭଙ୍ଗା ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ସେମାନଙ୍କ ଘରକୁ ସୁରକ୍ଷିତ ରଖିବାପାଇଁ ସେମାନେ ଦାବି କରିଛନ୍ତି। ପ୍ରାୟ ୨୫୬ ମିଟର ଉଚ୍ଚ ଏହି ଚିମିନି ଭାଙ୍ଗିବାକୁ ଦୁଇ ଦୁଇ ଥର ବିସ୍ପୋରଣ ହୋଇଥିବାରୁ ଏବେ ଅତି ବିପଦଜନକ ଅବସ୍ଥାରେ ରହିଛି, ତେଣୁ ଏହାକୁ ତୁରନ୍ତ ଭାଙ୍ଗିବା ସହିତ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରଶାସନ ଉଦ୍ୟମ କରିବା ଉଚିତ। 

ସେପଟେ ଢେଙ୍କାନାଳ ଲାନକୋ ପାୱାର ପ୍ଳାଣ୍ଟର ଚିମିନି ଭାଙ୍ଗିବାକୁ ନେଇ କୁରୁଣ୍ଟି ଗ୍ରାମ ନିକଟସ୍ଥ ଲାନକୋ ପାୱାର ପ୍ଳାଣ୍ଟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ବନ୍ଦ ଥିବା ଏହି ପ୍ଳାଣ୍ଟର ୧୬୦ ମିଟର ଉଚ୍ଚ ଚିମିନିକୁ ଆଜି ଦ୍ବିତୀୟ ଥର ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଉଛି। ଗତ ଅକ୍ଟୋବର ୧୩ ତାରିଖରେ ପ୍ରଥମ ଥର ବିସ୍ଫୋରଣରେ ଚିମିନି ଭାଙ୍ଗି ନଥିଲା, ଆଜି ଦ୍ୱିତୀୟ ଥର ବିସ୍ପୋରଣ କରି ଭାଙ୍ଗିବା ପାଇଁ ପ୍ରସ୍ତୁତି ଚାଲିଛି। 

ତେବେ ଗତ ଥର ବିସ୍ଫୋରଣରେ ବିସ୍ପୋରଣ ସମୟରେ କିଛି ଲୋକଙ୍କ ଭର ଫାଟିଥିବା ଅଭିଯୋଗ ହୋଇଛି। ଚଳିତ ଥର ବିସ୍ଫୋରଣର ଯଥେଷ୍ଟ ପୂର୍ବରୁ ଗ୍ରାମବାସୀ ମାନଙ୍କୁ ଅବଗତ ନ କରାଇ ଆଜି ପ୍ଳାଣ୍ଟ ନିକଟରେ ଥିବା ଲୋକମାନଙ୍କୁ ଘରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଥମ ଥର ବିସ୍ପୋରଣ ସମୟରେ କିଛି ଘର ଫାଟି ଯାଇଥିବା ବେଳେ ଆଜି ଅଧିକ ବିସ୍ପୋରକ ବ୍ୟବହାର ହେଉଥିବାରୁ ସେମାନଙ୍କ ଘର ଭାଙ୍ଗିଯିବା ଆଶଙ୍କା କରି ସେମାନେ ବିସ୍ଫୋରଣକୁ ବିରୋଧ କରିଛନ୍ତି।