କୋରୋନା ମହାମାରୀ ସମୟରେ ବାଉଁଶଶିଳ୍ପ ଉପରେ ନିର୍ଭରଶୀଳ ଅନେକ କାରିଗରଙ୍କ ଚଳଣିରେ ବହୁ ଅଭାବ ଅସୁବିଧା ଦେଖାଦେଇଛି। ଏହି ଭଳି ଜଣେ ବାଉଁଶ କାରିଗରି ହେଉଛନ୍ତି ଭାଗ୍ୟଧର ଦାସ। ଶିକ୍ଷକ ପେଶାରୁ ସ୍ବେଚ୍ଛାକୃତ ଅବସର ନେଇ ଆପଣାଇ ନେଇ ବାଉଁଶ କରିଗର ଭାବେ ଜୀବନ ଆରମ୍ଭ କରିଥିଲେ। ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାଉଁଶ କାରିଗରି ଶିଖାଇଛନ୍ତି।
Trending Photos
ଢେଙ୍କାନାଳ: କାହିଁ କେଉଁ କାଳରୁ ବାଉଁଶ ଲୋକଙ୍କ ଗୃହ ଉପକରଣ ଭାବେ ବ୍ୟବହାର ହୋଇଆସୁଛି। ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ବାଉଁଶରେ ତିଆରି ବିଭିନ୍ନ ଘରକରଣା ଜିନିଷ ଦେଖିବାକୁ ମିଳିଥାଏ। ବିଭିନ୍ନବର୍ଗର ଲୋକମାନଙ୍କ ଚାହିଦା ଅନୁସାରେ ଆବଶ୍ୟକ ବାଉଁଶ ସାମଗ୍ରୀକୁ ସୁଲଭ ଦରରେ କିଣିଥାନ୍ତି। କିନ୍ତୁ କୋରୋନା ମହାମାରୀ ସମୟରେ ବାଉଁଶଶିଳ୍ପ ଉପରେ ନିର୍ଭରଶୀଳ ଅନେକ କାରିଗରଙ୍କ ଚଳଣିରେ ବହୁ ଅଭାବ ଅସୁବିଧା ଦେଖାଦେଇଛି। ଏହି ଭଳି ଜଣେ ବାଉଁଶ କାରିଗରି ହେଉଛନ୍ତି ଭାଗ୍ୟଧର ଦାସ। ଶିକ୍ଷକ ପେଶାରୁ ସ୍ବେଚ୍ଛାକୃତ ଅବସର ନେଇ ଆପଣାଇ ନେଇ ବାଉଁଶ କରିଗର ଭାବେ ଜୀବନ ଆରମ୍ଭ କରିଥିଲେ। ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାଉଁଶ କାରିଗରି ଶିଖାଇଛନ୍ତି।
ଢେଙ୍କାନାଳ (Dhenkanal) ଜିଲ୍ଲା କାମାକ୍ଷାନଗର ବ୍ଲକ ରାଏନୃସିଂହପୁର ଗ୍ରାମର ୮୨ ବର୍ଷିୟା ବୃଦ୍ଧ ଭାଗ୍ୟଧର ଦାସ। ପେଶାରେ ସେ ଜଣେ ଶିକ୍ଷକ ଥିଲେ। ବାଉଁଶ କାମ ତାଙ୍କୁ ଏତେ ଆକୃଷ୍ଟ କରିଥିଲା ଯେ ସରକାରୀ ଚାକିରି ତାଙ୍କୁ ଅଟକାଇ ପାରିଲା ନାହିଁ। ବାଧ୍ୟହୋଇ ସେ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଲେ ଏବଂ ନିଜ ଘରେ ସେ ବାଉଁଶରେ ବିଭିନ୍ନ ପ୍ରକାରର ଘର ଉପକରଣ ତିଆରି କରୁଛନ୍ତି। ଏହି ଜିନିଷ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପଦର୍ଶନି ମେଳା, ପଲ୍ଲୀଶ୍ରୀ ମେଳା କିମ୍ବା ସରକାରଙ୍କ ତରଫରୁ ଓରମାସ ଦ୍ବାରା ଆୟୋଜିତ ମେଳାଗୁଡିକରେ ବିକିବା ଆରମ୍ଭ କରି ପୁରସ୍କୃତ ମଧ୍ୟ ହୋଇଥିଲେ। ପୁରଷ୍କାର ତାଙ୍କୁ ଉତ୍ସାହିତ କଲା ଏବଂ ଅଧିକରୁ ଅଧିକ ଇଚ୍ଛାଶକ୍ତି ବଢିବା ସହ ଗ୍ରାମର କିଛି ଯୁବକ ଯୁବତିଙ୍କୁ ସେ ଶିକ୍ଷା ଦେଲେ। ସେମାନେ ବି ଏବେ ବାଉଁଶ କାରିଗର ହୋଇ ସ୍ବବାଲମ୍ବି ହୋଇଛନ୍ତି।
Also Read: ଅଧ୍ୟାପକ ଅକ୍ଷୟ ମିଶ୍ରଙ୍କ ନୂଆ ଉଦ୍ଭାବନ 'ଧାନଶୁଖା ପ୍ରୋ'
ଭାଗ୍ୟଧର ୫ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବାଉଁଶରେ ଘରୋଇ ଉପକରଣ (Bamboo Work) ତିଆରି କରୁଛନ୍ତି। ସିନ୍ଦୁର ଫରୁଆ ଠାରୁ ଆରମ୍ଭ କରି ଡ୍ରେସିଙ୍ଗ ଟେବୁଲ ପଯ୍ୟନ୍ତ ତିଆରି କରୁଛନ୍ତି। ବାଉଁଶରେ ଟେବୁଲ, ବେଞ୍ଚ୍, ଖଟ, ମୋବାଇଲ ଷ୍ଟାଣ୍ଡ, ପେନ ଷ୍ଟାଣ୍ଡ, ସୁନ୍ଦର ସୁନ୍ଦର ଫୁଲ ଓ ଫୁଲଦାନି ଇତ୍ୟାଦି ବିଭିନ୍ନ ପ୍ରକାରର ଘରକରଣା ଜିନିଷ ତିଆରି କରୁଛନ୍ତି। ବାଉଁଶରେ ଏତେ ସୁକ୍ଷ୍ମକାମ ଯେକେହିବି ମେଳାକୁ ବୁଲିବାକୁ ଆସେ ଟିକିଏ ଷ୍ଟଲ ଆଗେ ଠିଆ ହୋଇ ନଦେଖିଲେ ମନ ଭରେନାହିଁ। କିନ୍ତୁ ଦିର୍ଘ ଦୁଇବର୍ଷ ହେବ ମହାମାରୀ କୋରୋନା ଦାଉ ସାଜିଛି । ନାଁ କେଉଁଠି ମେଳାଲାଗୁଛି ନାଁ ଷ୍ଟଲ ଲାଗୁଛି। ଯାହା ସବୁ ଜିନିଷ ତିଆରି କରନ୍ତି ସେ ସବୁ ଘରେ ପଡି ରହିଛି।
ଯେଉଁଠି ଦିନକୁ ଦିଓଳି ଦିମୁଠା ଖାଇବା ପାଇଁ ସମ୍ଭବ ହେଉନାହିଁ ସେଠି କଞ୍ଚା ମାଲ କିଣିବା କଥା ପଚାରେ କିଏ। ବାଉଁଶ, ଅଠା ଓ କଣ୍ଟା କିଣିବା ପାଇଁ ତାଙ୍କ ପାଖରେ ଆଉ ସମ୍ବଳ ନାହିଁ। ଏକପ୍ରକାର ଦୁର୍ଦ୍ଦିନରେ ଭାଗ୍ୟକୁ ଆଦରି ବୃଦ୍ଧ ଭାଗ୍ୟଧର ଜୀବନ ଯାପନ କରୁଛନ୍ତି। ଢେଙ୍କାନାଳ ଜିଲ୍ଲାର ପଥମ ବାଉଁଶ କାରିଗର ଭାବେ ପରିଚିତ ବୃଦ୍ଧ ଭାଗ୍ୟଧର ଦାସ ଏବେ ଜିଇଁବା ପାଇଁ ଏକପ୍ରକାର ସଙ୍ଘର୍ଷ କରୁଛନ୍ତି। କୋରୋନା (Coronavirus) ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏପରି ସ୍ଥଳେ ଭାଗ୍ୟଧରଙ୍କ କ୍ଷେତ୍ରରେ ମଧ୍ୟ ଜୀବନ ଜିବିକା ପ୍ରଭାବିତ ହୋଇଛି। ତେଣୁ ସରକାର ଏହି ବାଉଁଶ କରିଗରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।