ଧବଳେଶ୍ବର ପୀଠକୁ ପ୍ଲାଷ୍ଟିକ ସାମଗ୍ରୀ ମନା, ଦେବୋତ୍ତର ବିଭାଗ ଓ ପୂଜକ କମିଟିର ଏମିତି କଡ଼ା ନିଷ୍ପତ୍ତି
Advertisement
Article Detail0/zeeodisha/odisha2341760

ଧବଳେଶ୍ବର ପୀଠକୁ ପ୍ଲାଷ୍ଟିକ ସାମଗ୍ରୀ ମନା, ଦେବୋତ୍ତର ବିଭାଗ ଓ ପୂଜକ କମିଟିର ଏମିତି କଡ଼ା ନିଷ୍ପତ୍ତି

Dhabaleswar: ଆଗକୁ ଶ୍ରାବଣ ମାସ ଆସୁଥିବାରୁ ମହାପ୍ରଭୁଙ୍କ ଉପରେ ଜଳାଭିଷେକ ପାଇଁ କାହିଁ କେତେ ଆଡୁ ଭକ୍ତ, ବାବା ଧବଳେଶ୍ବରଙ୍କ ପାଖକୁ ଛୁଟିବେ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏଭଳି କଡ଼ା ନିୟମ ଜାରି କରିଛି। 

ଧବଳେଶ୍ବର ପୀଠକୁ ପ୍ଲାଷ୍ଟିକ ସାମଗ୍ରୀ ମନା, ଦେବୋତ୍ତର ବିଭାଗ ଓ ପୂଜକ କମିଟିର ଏମିତି କଡ଼ା ନିଷ୍ପତ୍ତି

କଟକ: ଶ୍ରାବଣ ଆରମ୍ଭ ହେବା ପୂର୍ବରୁ କାଉଡ଼ିଆଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ କଳସୀରେ ପାଣି ନେଇପାରିବେନି କାଉଡ଼ିଆ ମାନସିକଧାରୀ । ମିଳିଥିବା ସୂଚନା ମୁତାବକ ଧବଳେଶ୍ୱରଙ୍କ ପାଖକୁ ନିଷେଧ ହେଇଛି ପ୍ଲାଷ୍ଟିକ୍ କଳସ। ଯଦି କେହି ମାନସିକଧାରୀ ପ୍ଲାଷ୍ଟିକ୍ କଳସ ଧରି ପାଣି ଲାଗି କରିବାକୁ ଆସନ୍ତି, ତେବେ ତାଙ୍କ ଜଳ ଲାଗି କରାଯିବନି ବୋଲି କୁହାଯାଇଛି।

ତେବେ ଆଗକୁ ଶ୍ରାବଣ ମାସ ଆସୁଥିବାରୁ ମହାପ୍ରଭୁଙ୍କ ଉପରେ ଜଳାଭିଷେକ ପାଇଁ କାହିଁ କେତେ ଆଡୁ ଭକ୍ତ, ବାବା ଧବଳେଶ୍ବରଙ୍କ ପାଖକୁ ଛୁଟିବେ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏଭଳି କଡ଼ା ନିୟମ ଜାରି କରିଛି। ଯାହାଦ୍ବାରା ମନ୍ଦିର ପରିସରର ସ୍ବଚ୍ଛତା ବଜାୟ ରହିବା ସହ କାଉଡିଆ ଭାଇଭଉଣୀ ମାନେ ମଧ୍ୟ ଶୃଙ୍ଖଳାର ସହ ପ୍ରଭୁଙ୍କୁ ଜଳାଭିଷେକ କରିପାରିବେ। ଏଥିପାଇଁ ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ୟାନ କରିବା ସହିତ କାଉଡ଼ିଆଙ୍କ ପାଇଁ ମଧ୍ୟ କିଛି ନିୟମ ଜାରି କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ।