Dawood family tree:ମାଫିଆ ଡନ୍ ଦାଉଦର ପରିବାରରେ କିଏ କିଏ ଅଛନ୍ତି ? କିଏ ସମ୍ଭାଳିବ ସାମ୍ରାଜ୍ୟ ?
Advertisement
Article Detail0/zeeodisha/odisha2017033

Dawood family tree:ମାଫିଆ ଡନ୍ ଦାଉଦର ପରିବାରରେ କିଏ କିଏ ଅଛନ୍ତି ? କିଏ ସମ୍ଭାଳିବ ସାମ୍ରାଜ୍ୟ ?

  ମାଫିଆ ଡନ୍ ଦାଉଦ୍ ଇବ୍ରାହିମର ମୃତ୍ୟୁକୁ ନେଇ ଗୁଜବ ବଜାର ଗରମ ଅଛି । ଦାଉଦକୁ କେହି ବିଷ ଦେଇଥିବା କୁହାଯାଉଛି । ଏହି ଗୁଜବକୁ ହାୱା ଦେଉଛି ପାକିସ୍ତାନରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ । ଦାଉଦ୍ ଯଦି ସତରେ ମରିଥାଏ ତେବେ ଭାରତର ଏକ ନମ୍ବର ଶତ୍ରୁର ନିପାତ ନିଶ୍ଚିତ ଭାବେ ବଡ଼ କଥା । ୧୯୮୦ ଦଶକରୁ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଉପରେ

SOCIAL MEDIA

Dawood family tree: 

ମାଫିଆ ଡନ୍ ଦାଉଦ୍ ଇବ୍ରାହିମର ମୃତ୍ୟୁକୁ ନେଇ ଗୁଜବ ବଜାର ଗରମ ଅଛି । ଦାଉଦକୁ କେହି ବିଷ ଦେଇଥିବା କୁହାଯାଉଛି । ଏହି ଗୁଜବକୁ ହାୱା ଦେଉଛି ପାକିସ୍ତାନରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ । ଦାଉଦ୍ ଯଦି ସତରେ ମରିଥାଏ ତେବେ ଭାରତର ଏକ ନମ୍ବର ଶତ୍ରୁର ନିପାତ ନିଶ୍ଚିତ ଭାବେ ବଡ଼ କଥା । ୧୯୮୦ ଦଶକରୁ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଉପରେ କବଜା ଜମାଇଥିବା ଦାଉଦ୍ ହଜାର ହଜାର କୋଟି ଟଙ୍କାର ସାମ୍ରାଜ୍ୟ ତିଆରି କରିଥିଲା । ଏକ ପୁରୁଣା ରିପୋର୍ଟ ଅନୁସାରେ ଦାଉଦର ସାମ୍ରାଜ୍ୟର ମୂଲ୍ୟ ହେଉଛି ୧୦ ହଜାର କୋଟି ଟଙ୍କା ଓ ତା’ ପାଇଁ ୨ ହଜାରରୁ ଅଧିକ ଲୋକ କାମ କରିଥାନ୍ତି । ଏମିତିରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ,ସେହି ସାମ୍ରାଜ୍ୟର ଉତ୍ତରାଧିକାରୀ କିଏ ହେବ ? ଦାଉଦର ପରିବାରରେ କିଏ କିଏ ଅଛନ୍ତି ?
ଦାଉଦର ୭ ଭାଇ,୪ ଭଉଣୀ
ଦାଉଦର ଜନ୍ମ ମହାରାଷ୍ଟ୍ରର ରତ୍ନଗିରୀ ଜିଲ୍ଲାରେ ହୋଇଥିଲା । ତା’ ପିତା ମୁମ୍ବାଇ ପୋଲିସରେ ହେଡ କନଷ୍ଟବଲ ଥିଲେ । ଦାଉଦକୁ ମିଶାଇ ତା’ ପରିବାରରେ ୭ ଭାଇ ଓ ୪ ଭଉଣି ଅଛନ୍ତି । ସାତ ଭାଇ ହେଉଛନ୍ତି ସାବୀର ଇବ୍ରାହିମ କାସକର, ନୁରା ଇବ୍ରାହିମ କାସକର, ମୁସ୍ତିକାନ ଇବ୍ରାହିମ କାସକର, ଇକବାଲ କାସକର, ଅନିସ୍ ଇବ୍ରାହିମ ଏବଂ ମହମ୍ମଦ ହୁମାୟୁନ ଇବ୍ରାହିମ କାସକର।1983-84 ମସିହାରେ ମୁମ୍ବାଇରେ ହୋଇଥିବା ଗ୍ୟାଙ୍ଗ ୱାରରେ ଦାଉଦର ଭାଇ ସାବୀର ଇବ୍ରାହିମ କାସକରକୁ ହତ୍ୟା କରାଯାଇଥିଲା। ସାବୀରର ଦୁଇଟି ସନ୍ତାନ ସିରାଜ ଏବଂ ଶେହଜାୟା ଥିଲେ । କରୋନା ସମୟରେ ସିରାଜ ପାକିସ୍ତାନରେ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ଭଉଣୀ ଶେହଜାୟା ଏବଂ ତାଙ୍କ ସ୍ୱାମୀ ମୋଜଜାମ ଖାନ ରିୟଲ ଇଷ୍ଟେଟ୍ ଏଜେଣ୍ଟ ଅଟନ୍ତି। ଦାଉଦର ଭାଇଙ୍କ ମଧ୍ଯରୁ ନୁରା ଇବ୍ରାହିମ୍,ହୁମାୟୁଁର ମୃତ୍ୟୁ ହୋଇ ସାରିଛି । ଭଉଣୀ ହାସିନା ପାର୍କର ମଧ୍ଯ ମରିସାରିଛି । ଭିଣୋଇର ମୃତ୍ୟୁ ମଧ୍ୟ ଗ୍ୟାଙ୍ଗ୍ ୱାରରେ ହୋଇଛି । ବର୍ତ୍ତମାନ ଦାଉଦର ସାନ ଭାଇ ଅନିସ ଇବ୍ରାହିମ୍ ଡି-କମ୍ପାନୀକୁ ନିୟନ୍ତ୍ରଣ କରୁଛି । କୁହାଯାଉଛି ଯେ, ଏହାକୁ ନେଇ ଦାଉଦର ସେନାପତି ଛୋଟା ସକିଲ ଅସନ୍ତୁଷ୍ଟ ଅଛି । ଦାଉଦର ପୁଅ ବାପା ଅପରାଧିକ ସାମ୍ରାଜ୍ୟରେ କୌଣସି ରୁଚି ଦେଖାଉନଥିବା ଜଣାପଡୁଛି । ତେଣୁ ସେ ଅନିସକୁ ନିଜ ଉତ୍ତରାଧିକାରୀ ଭାବେ ବାଛିଛି ।
ଦାଉଦର ୪ ଭଉଣୀ
 
ଦାଉଦଙ୍କର ଚାରି ଭଉଣୀ ଅଛନ୍ତି । ଫରଜାନା, ତୁଙ୍ଗେକର, ହସିନା ପାର୍କର (ଉଭୟ ମୃତ), ମମତାଜ ଶେଖ ଏବଂ ସଇଦା ପାର୍କର । ଦାଉଦ ଦୁବାଇକୁ ପଳାଇବା ପରେ ତାଙ୍କ ଇବ୍ରାହିମ ପାର୍କର ତାଙ୍କ ବ୍ୟବସାୟ ପରିଚାଳନା ଆରମ୍ଭ କରିଥିଲେ। କିନ୍ତୁ ଅରୁଣ ଗାୱଲି ଗ୍ୟାଙ୍ଗର ଅପରେଟିଭ୍ ତାର ହତ୍ୟା କରିଥିଲେ। ଏହା ପରେ ହସିନା ପାର୍କର ବ୍ୟବସାୟ ବୁଝିବା ଆରମ୍ଭ କରିଥିଲା ।  ହୃଦଘାତରେ କିଛି ବର୍ଷ ତଳେ ହାସିନାର  ମୃତ୍ୟୁ ହୋଇଥିଲା। ହସିନା ପାର୍କର ଇବ୍ରାହିମ ପାର୍କରକୁ ବିବାହ କରିଥିଲେ। ଉଭୟଙ୍କର ମୃତ୍ୟୁ ହୋଇଛି। ସେମାନଙ୍କର ଦୁଇ ପୁଅ ହେଲେ ଦାନିଶ୍ (ଯିଏ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ) ଏବଂ ଆଲିଶ ।
 
ଦାଉଦର ପରିବାର ବିଷୟରେ ଜାଣନ୍ତୁ
 
ଦାଉଦ ଦୁଇଥର ବିବାହ କରିଛି। ତା’ର ପ୍ରଥମ ବିବାହ ମହଜାବିନଙ୍କ ସହ ହୋଇଥିଲା। ଏହି ବିବାହରୁ ଦାଉଦଙ୍କର ତିନି ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରେ  ଅଛନ୍ତି ଦୁଇ ଝିଅ ଏବଂ ଗୋଟିଏ ପୁଅ । ଦାଉଦର ବଡ ଝିଅ ମହରୁଖ 2006 ରେ ପାକିସ୍ତାନୀ କ୍ରିକେଟର ଜାଭେଦ୍ ମିଆଁଦାଙ୍କ ପୁଅଙ୍କୁ ବିବାହ କରିଥିଲେ। ଦାଉଦଙ୍କ ଦ୍ୱିତୀୟ ଝିଅ ମେହେରିନ୍ 2010 ରେ ଜଣେ ଆମେରିକୀୟ ବ୍ୟବସାୟୀଙ୍କ ପୁଅ ଆୟୁବଙ୍କୁ ବିବାହ କରିଥିଲେ। ଦାଉଦଙ୍କ ପୁଅ ହେଉଛନ୍ତି ମୋଇନ୍ ନୱାଜ ,ଯିଏ ଦାଉଦର ବ୍ୟବସାୟରେ କୌଣସି ରୂଚି ଦେଖାଉନଥିବା କୁହାଯାଉଛି ।  ଦାଉଦର ଦ୍ୱିତୀୟ ପତ୍ନୀ ଜଣେ ପାକିସ୍ତାନୀ ପଠାନ। କିନ୍ତୁ ତାଙ୍କ ବିଷୟରେ ଅଧିକ ସୂଚନା ନାହିଁ  ।