Wine Shop Burn: ପୁନଃ ଖୋଲିବାର ଦିନକ ପରେ ଜଳିଗଲା ମଦ କାଉଣ୍ଟର, ସ୍ଥାନୀୟ ବାସିନ୍ଦାଙ୍କୁ ଉଠାଇନେଲା ପୋଲିସ
Advertisement
Article Detail0/zeeodisha/odisha1324935

Wine Shop Burn: ପୁନଃ ଖୋଲିବାର ଦିନକ ପରେ ଜଳିଗଲା ମଦ କାଉଣ୍ଟର, ସ୍ଥାନୀୟ ବାସିନ୍ଦାଙ୍କୁ ଉଠାଇନେଲା ପୋଲିସ

ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ନଇଛନପୁର ଗ୍ରାମରେ ଥିବା ରବି ପ୍ଲାଜା ମଦ କାଉଣ୍ଟରକୁ ନିଆଁ ଲଗାଇଲେ କିଛି ଅଜ୍ଞାତ ଲୋକେ l ଲଖ୍ୟାଧିଜ ଟଙ୍କା ର ମଦ ,ଆସବାପତ୍ର ଓ ଏକ କାର ପୋଡି ଭସ୍ମୀଭୂତ । ପୂର୍ବରୁ ଗ୍ରାମଵାସୀ ଙ୍କ ବିରୋଧକ୍ରମେ ତିନି ମାସ ବନ୍ଦ ଥିବା ଏହି ମଦ କାଉଣ୍ଟର ପୁଣି ହାଇକୋର୍ଟ ର ନିର୍ଦେଶ କ୍ରମେ ଅଗଷ୍ଟ 27ରେ ପୁଣି ପୋଲିସ ଓ ତ

Wine Shop Burn: ପୁନଃ ଖୋଲିବାର ଦିନକ ପରେ ଜଳିଗଲା ମଦ କାଉଣ୍ଟର, ସ୍ଥାନୀୟ ବାସିନ୍ଦାଙ୍କୁ ଉଠାଇନେଲା ପୋଲିସ

ବାଲେଶ୍ୱର: ମଦ କାଉଣ୍ଡରରେ ଲଙ୍କାକାଣ୍ଡ। ରବିବାର ବିଳମ୍ବିତ ରାତିରେ ରବି ପ୍ଲାଜାକୁ କେହି ଦୁର୍ବୃତ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏହା ସହ ମଦ କାଉଣ୍ଟରର ମାଲିକଙ୍କ ଗାଡିକୁ ମଧ୍ୟ ପାଉଁଶ କରିଦେଇଛନ୍ତି। ଏହି ଘଟଣା ଖନ୍ତାପଡା ଥାନା ଅନ୍ତର୍ଗତ ନଇଛନପୁର ଗ୍ରାମରେ ନିକଟରେ ଘଟିଛି। କିଛି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ମିଳିଥିବା ସୂଚନାନୁସାରେ, ଖନ୍ତାପଡ଼ା ଥାନା ନଇଛନପୁର ଗ୍ରାମରେ ଥିବା ରବି ପ୍ଲାଜାର ମଦ କାଉଣ୍ଟରକୁ କିଛି ଅଜ୍ଞାତ ଲୋକେ ନିଆଁ ଲଗାଇଦେଇଛନ୍ତି। ଫଳରେ ଲକ୍ଷାଧିକ ଟଙ୍କାର ମଦ, ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ମାଲିକଙ୍କ କାରକୁ ମଧ୍ୟ ଦୁର୍ବୃତ ପୋଡି ଭସ୍ମୀଭୂତ କରିଦେଇଛନ୍ତି। ମଦ କାଇଣ୍ଟର ମାଲିକଙ୍କ ଅଭିଯୋଗକ୍ରମେ କିଛି ଅଞ୍ଚଳବାସୀଙ୍କୁ ଅଟକ ରଖି ଖନ୍ତାପଡ଼ା ପୋଲିସ ତଦନ୍ତ ଜାରି ରଖିଛି। 

Also Read: Contractual Job: ନବୀନ ସରକାରଙ୍କ ଅଡୁଆ ବଢାଇଲେ ସରକାରୀ କର୍ମଚାରୀ, ସେପ୍ଟେମ୍ବରରେ ହେବ...

ପୂର୍ବରୁ ନିକଟସ୍ଥ ଗ୍ରାମଵାସୀଙ୍କ ବିରୋଧ ଯୋଗୁଁ ରବି ପ୍ଲାଜାର ମଦ କାଉଣ୍ଟରକୁ ବନ୍ଦ କରାଯାଇଥିଲା। ତିନି ମାସ ଏହି ମଦ କାଉଣ୍ଟର ବନ୍ଦ ରହିବା ପରେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଅଗଷ୍ଟ ୨୭ରେ ପୁଣି ଖୋଲା ଯାଇଥିଲା। ଏହି ସମୟରେ ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଖନ୍ତାପଡା ପୋଲିସ ଉପସ୍ଥିତ ଥିଲା। ଅନ୍ୟପଟେ ମଦକାଉଣ୍ଟର ଜାଳିଥିବା ଅଭିଯୋଗରେ ପୋଲିସ କିଛି ନିର୍ଦୋଷ ଲୋକଙ୍କୁ ଉଠାଇନେଇଥିବା ନେଇ ଉତେଜନା ଦେଖିବାକୁ ମିଳିଛି।