୨୬ ପିଲାଙ୍କ ଅପହରଣକାରୀକୁ ମିଳିଲା ପାରୋଲ୍, ଜାଣନ୍ତୁ କିଏ ?
Advertisement

୨୬ ପିଲାଙ୍କ ଅପହରଣକାରୀକୁ ମିଳିଲା ପାରୋଲ୍, ଜାଣନ୍ତୁ କିଏ ?

୧୯୭୧ ମସିହାରେ ଆସିଥିବା ଏକ ଫିଲ୍ମ ଦେଖିବା ପରେ ୧୯୭୬ରେ ପିଲାଙ୍କୁ ଅପହରଣ କରିବାକୁ ତା' ମନରେ ଧାରଣା ଜାତ ହୋଇଥିଲା । ପିଲାଙ୍କୁ ଅପହରଣ ଷଡ଼ଯନ୍ତ୍ରରେ ଅଭିଯୁକ୍ତର ଭାଇ ମଧ୍ୟ ସାମିଲ୍ ଥିଲା...

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଆମେରିକାର ସେନ ଫ୍ରାନ୍ସିସ୍କୋରେ ୧୯୭୬ ମସିହାରେ ଜଣେ ବ୍ୟକ୍ତି ତାର ସାଥୀମାନଙ୍କ ସହ ମିଶି ବସ୍ ଡ୍ରାଇଭର ସହ ୨୬ଜଣ ପିଲାଙ୍କୁ ଅପହରଣ କରିନେଇଥିଲେ । ଏହାସିହତ ପିଲାଙ୍କ ମୁକ୍ତି ପାଇଁ ସେହି ସମୟରେ ୫ ମିଲିଅନରୁ ଅଧିକ ଅର୍ଥାତ ୩୭ କୋଟିରୁ ଅଧିକ ଟଙ୍କା ଡିମାଣ୍ଡ କରିଥିଲା । ସେହି ଅପରାଧିକୁ ଏବେ ମାର୍ଚ୍ଚରେ ପାରୋଲରେ ଯିବାକୁ ଅନୁମତି ମିଳିଛି । ସେହି ଦୁର୍ଦ୍ଧାନ୍ତ ଅପରାଧୀର ନା ହେଉଛି ଫେଡେରିକ ନ୍ୟୁହଲ୍ ୱଡସ୍ । ଏବେ ସେହି ନୃଶଂସ ଅପରାଧୀ ବୃଦ୍ଧ ଅବସ୍ଥାରେ ପହଞ୍ଚିଛି । ଯାହାର ବୟସ ଏବେ ପ୍ରାୟ ୭୦ ବର୍ଷ । ୱଡସ୍ ଠାରୁ ଆଉ ବିପଦ ନଥିବାରୁ ତାକୁ କମିଶନ ପାରୋଲ ଅନୁମତି ଦେଇଛନ୍ତି..

ଫିଲ୍ମ ଦେଖିବା ପରେ ଆସିଛିଲା ଅପହରଣ ଷଡ଼ଯନ୍ତ୍ର ଯୋଜନା
୧୯୭୧ ମସିହାରେ 'ଡର୍ଟି ହ୍ୟାରି' ନାମକ ଏକ ଫିଲ୍ମ ରିଲିଜ୍ ହୋଇଥିଲା । ଯେଉଁ ଫିଲ୍ମକୁ ଦେଖି ବୁଡସ୍ ଅପହରଣ ଷଡ଼ଯନ୍ତ୍ର ରଚିଥିଲା । ତା' ସହିତ ଷଡ଼ଯନ୍ତ୍ରରେ ସାମିଲ୍ ଥିବା ତାର ଭାଇ ରିଚର୍ଡ ଓ ଜେମ୍ସ ଅନେକ ବର୍ଷ ପୂର୍ବରୁ ଜେଲରୁ ମୁକୁଳି ସାରିଛନ୍ତି । ସମସ୍ତ ଅପରାଧୀ ଫ୍ରାନ୍ସିସ୍କୋ ଖାଡ଼ି ପାଖରେ ରହୁଥିଲେ । ଯେଉଁମାନେ ୨୬ଜଣ ପିଲାଙ୍କୁ ଅପହରଣ କରିନେଇଥିଲେ । ଏହା ପରେ ଅପରାଧୀମାନେ ଅପହୃତା ପିଲାମାନଙ୍କୁ ମାଟିତଳେ ଥିବା ଏକ ବଙ୍କରରେ ଜିଅନ୍ତା ପୋତି ଦେଇଥିଲେ । ଉକ୍ତ ବଙ୍କରଟି ପୂର୍ବ ସେନ୍ ଫ୍ରାନ୍ସିସ୍କୋରେ ରହିଛି । ଉକ୍ତ ବଙ୍କରରେ ଅପହୃତ ପିଲା ଓ ବସ୍ ଡ୍ରାଇଭରକୁ ଲୁଚାଇ ରଖାଯାଇଥିଲା । ସେଠାରେ ବାୟୁ ଚଳପ୍ରଚଳ ପାଇଁ ବ୍ୟବସ୍ଥା ଥିଲା । ଅପହରଣର ୧୬ ଘଣ୍ଟା ପରେ ଅପହରଣକାରୀ ଶୋଇଯିବା ପରେ ସମସ୍ତ ଅପହୃତ ପିଲା ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ..

fallback

୧୯୭୬ ମସିହା ଜୁଲାଇ ୧୫ ତାରିଖରେ ଡେରିଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟରୁ ସ୍କୁଲ ବସରେ ୨୬ଜଣ ପିଲା ଫେରୁଥିବା ବେଳେ ସମସ୍ତ ପିଲାଙ୍କୁ ଅପହରଣ କରିନିଆଯାଇଥିଲା ।ସନ୍ଧ୍ୟା ୪ଟା ସମୟରେ ଅପହରଣକାରୀମାନେ ୨ଟି ଧଳା ଭ୍ୟାନକୁ ବସ୍ ଆଗରେ ରଖିଦେଇଥିଲେ । ରାସ୍ତା ବସ୍ ଅଟକିଯିବା ପରେ ପିଲାମାନଙ୍କୁ ଅପହରଣ କରି ନିଆଯାଇଥିଲା । ସେହି ସମୟରେ ଅପହରଣର ଶିକାର ପିଲାମାନଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ଥିଲା । ସମସ୍ତ ପିଲାଙ୍କୁ ଅପରହରଣ ପରେ ୧୨ ଫୁଟ୍ ମାଟିତଳେ ପୋତି ଦିଆଯାଇଥିଲା । ଭ୍ୟାନରୁ ସିଡି ସାହାଯ୍ୟରେ ସେହି ମାଟିତଳେ ଥିବା ବଙ୍କର ମଧ୍ୟରୁ ଓହ୍ଲାଯାଇଥିଲା । ୱଡସ୍ ୧୯୮୨ ମସିହାରେ ପାରୋଲ ନେବାକୁ ଯୋଗ୍ୟ ହୋଇଥିଲା । ତଥାପି ତାର ପାରୋଲ୍ ଆବେଦନ ୧୭ଥର ଖାରଜ ହୋଇଥିଲା ।

ଏହା ବି ପଢ଼ନ୍ତୁ: ଗର୍ଭବତୀ ଛେଳିକୁ ଦୁଷ୍କର୍ମ ଓ ହତ୍ୟା, ଯୁବକକୁ ଗିରଫ କଲା ପୋଲିସ

ଏହା ବି ପଢ଼ନ୍ତୁ: Free ରେ ଦେଖନ୍ତୁ IPL ମ୍ୟାଚ୍ ! ମାଗଣା ମିଳୁଛି ଷ୍ଟାର୍ ସ୍ପୋର୍ଟସ୍ ସବସ୍କ୍ରିପସନ୍