Puri: ଚନ୍ଦନପୁରରେ ବାଣ ବଦଳରେ ଫୁଟିଲା ଗୁଳି, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର
Advertisement
Article Detail0/zeeodisha/odisha1409864

Puri: ଚନ୍ଦନପୁରରେ ବାଣ ବଦଳରେ ଫୁଟିଲା ଗୁଳି, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର


Puri firing: ପୁଣି ଅଶାନ୍ତ ଚନ୍ଦନପୁର। ଦୀପାବଳିରେ ବାଣ ବଦଳରେ ଫୁଟିଲା ଗୁଳି। ଘଟଣାସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ଅଭିଯୁକ୍ତ ଫେରାର । ପୋଲିସ ଘଟଣାର ଛାନଭିନ କରୁଛି।

Puri: ଚନ୍ଦନପୁରରେ ବାଣ ବଦଳରେ ଫୁଟିଲା ଗୁଳି, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

Puri Firing, ପୁରୀ: ପୁଣି ଅଶାନ୍ତ ହେଲା ପୁରୀର ଚନ୍ଦନପୁର ଥାନା ଅଞ୍ଚଳ। ଘନ ଘନ ବୋମା ମାଡ ପରେ ଦୀପାବଳିରେ ବାଣ ବଦଳରେ ଫୁଟିଲା ଗୁଳି। ସୋମବାର ରାତିରେ ଚନ୍ଦନପୁର ଥାନା ଥେଣ୍ଟପୁର ଭାର୍ଗବୀ ହାଇସ୍କୁଲ ନିକଟରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହାର ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଛି। 

ଚନ୍ଦନପୁର ଥାନା ଥେଣ୍ଟପୁର ଭାର୍ଗବୀ ହାଇସ୍କୁଲ ନିକଟରେ ଗୁଳିକାଣ୍ଡ ଘଟିଛି। ଏଥିରେ ଚଉରା ସାହିର ଶଙ୍କର ବେହେରାଙ୍କ ମୃତ୍ୟୁ ହୋଇଛି। ଗୁଳିମାଡରେ ନିଲୁ ବରାଳ ଗୁରୁତର ହୋଇଛନ୍ତି। ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ଏହି ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।

Also Read: Odisha Crime: ପ୍ରେମିକା ପାଇଁ ଅନ୍ତଃବସ୍ତ୍ର କରୁଥିଲା ଚୋରି, ହେଲେ....

ଚନ୍ଦନପୁର ଥାନା ଆଇଆଇସିଙ୍କୁ ସୂଚନା ଅନୁସାରେ, ଶଙ୍କରର ପେଟରେ ଗୁଳିମାଡ ହୋଇଥିବାବେଳେ ନିଲୁର ବାମ ଗୋଡର ଆଣ୍ଠୁ ଉପରକୁ ଗୁଳି ବାଜିଛି। ଗୁରୁତର ନିଲୁ ପୁରୀ ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛି। ଶଙ୍କରର ମୃତଦେହକୁ ଶବବ୍ଯବଚ୍ଛେଦ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ତଦନ୍ତର ଅଗ୍ରଗତି ହେବ। ପୋଲିସ ମାମଲାର ଛାନଭିନ କରୁଛି। ଖୁବଶୀଘ୍ର ଫେରାର ଅଭିଯୁକ୍ତ ଧରାପଡିବେ। 

ତେବେ ଚନ୍ଦନପୁର ଥାନା ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହଁ। ପ୍ରାୟ ସବୁ ସମୟରେ ଏହି ଅଞ୍ଚଳରେ ଅସାମାଜୀକ ବ୍ୟକ୍ତିଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ଗତ ୬ ମାସରେ ଏଠାରେ ଦୁଇରୁ ଅଧିକ ଥର ବୋମା ମାଡ ହୋଇଛି। ଗତ ଏପ୍ରିଲ ଶେଷରେ ବାସୁଦେବପୁର ଛକରେ ଜଣେ ମାଛ ବେପାରୀଙ୍କ ଉପରେ ବୋମା ମାଡ ହୋଇଥିଲା। ମାଛ ବେପାରକୁ ନେଇ ସୃଷ୍ଟି ବିବାଦରୁ ବୋମାମାଡ ହୋଇଥିବା ଚର୍ଚ୍ଚା ହେଉଥିଲା।

Also Read: Ragging Case: ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର, ଟୁଥ୍ ବ୍ରଶ୍ ଓ ପେନସିଲ୍ ଭର୍ତ୍ତି କଲେ ସିନିୟର

ସେହିପରି ଜୁନରେ ଚନ୍ଦନପୁର ଥାନା ତିନିମୁଁହାଁଣି ଘାଟରେ ବୋମାମାଡ ହୋଇଥିଲା। ବୋମାମାଡ କରିବା ସହ ଦୁର୍ବୃତ୍ତମାନେ ଗୋଟିଏ ସ୍କୁଟି ଜାଳିଦେଇଥିଲେ। ଏହା ମଧ୍ୟ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଉଛି। ତେବେ ଉଭୟ ଘଟଣାରେ କାହାର ପ୍ରାଣହାନୀ ହୋଇନାହିଁ। ତିନିମୁଁହାଁଣି ଘାଟ ବୋମାମାଡ ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖି ଥିବା ବେଳେ ଘଟଣା ସ୍ଥଳରେ ବମ୍ ସ୍କ୍ୱାଡ ତଦନ୍ତ କରିଥିଲା। ତେବେ ବାରମ୍ବାର ଏଭଳି ଗୁଳିମାଡ, ବୋମାମାଡ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କୀତ ହୋଇଯାଇଛନ୍ତି।