Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୪ ଗୁରୁତର
Advertisement

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ଗତକାଲି ଯାଜପୁର ଟମକାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road Accident) । ଏହି ଦୁର୍ଘଟଣାଟି ଗତକାଲି ରାତି ୧୧ଟା ସମୟରେ ହୋଇଥିବାର ସୂଚନା ରହିଛି । ଯେଉଁଥିରେ ଏକକାଳୀନ ଦୁଇ ଜଣ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଆଉ ଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । 

ପ୍ରତୀକାତ୍ମକ ଫଟୋ

Pakistan Road Accident: ଉତ୍ତର ପଶ୍ଚିମ ପାକିସ୍ତାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) ଘଟିଛି । ଏହି ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସୂଚନା ମୁତାବକ, ପେଶୱାର ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା କୋହାଟ ଟନେଲ ଦର୍ରା ଆଦମ ଖେଲ ନିକଟ ସିନ୍ଧୁ ରାଜପଥରେ ଏକ ଡମ୍ପର ଟ୍ରକ ଏକ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । 

ଆହତମାନଙ୍କୁ କୋହଟ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଖାଇବର ପାଖ୍ତୁନଖୱା ରାଜ୍ୟପାଳ ହାଜି ଗୁଲାମ ଅଲି ଓ ମୁଖ୍ୟମନ୍ତ୍ରୀ ମହମୁଦ ଖାନ ଦୁଃଖ ପ୍ରକାଶ କରିଛନ୍ତି । ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସେମାନେ ପ୍ରାର୍ଥନା କରିଛନ୍ତି ।

ସେପଟେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏକ ବସ୍‌ ଓ କାର୍‌ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେର ନିକଟରେ ସଡ଼କ ଦୁର୍ଘଟଣା (Road Accident) ଘଟିଛି । ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାରରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ କାରରେ ଥିବା ୨ ମହିଳା ଗୁରୁତର ଅଛନ୍ତି । ବସର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି ।

ଅଧିକ ପଢ଼ନ୍ତୁ:-ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ଚୟନ କରିବ BCCI, ଟିମ୍ ଇଣ୍ଡିଆରେ ଏହି ୭ ଖେଳାଳିଙ୍କ ସ୍ଥାନ ପକ୍କା ତ ଏମାନଙ୍କୁ ମିଳିଲାନି ସ୍ଥାନ!

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ; ଜାଣନ୍ତୁ ଏହାର ଅନ୍ୟାନ୍ୟ ଜବରଦସ୍ତ ଲାଭ

 

ସେହିପରି ଗତକାଲି ଯାଜପୁର ଟମକାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road Accident) । ଏହି ଦୁର୍ଘଟଣାଟି ଗତକାଲି ରାତି ୧୧ଟା ସମୟରେ ହୋଇଥିବାର ସୂଚନା ରହିଛି । ଯେଉଁଥିରେ ଏକକାଳୀନ ଦୁଇ ଜଣ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଆଉ ଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାର, ଡୁବୁରୀ-ନରଣପୁର ପୂର୍ତ୍ତ ବିଭାଗ ରାସ୍ତାର ଡୁବୁରୀ ପଟରୁ ଏକ ସ୍କୁଟିରେ ୩ ଜଣ ଯୁବକ ସ୍କୁଟିରେ ଟମକା ଆଡକୁ ଯାଉଥିବା ବେଳେ ରାସ୍ତା ଉପରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍ ପଛ ପଟେ ସ୍କୁଟିଟି ମାଡ ହୋଇ ଗାଡି ଭିତରକୁ ପଶି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକ ଓ ମଝିରେ ବସିଥିବା ଯୁବକଙ୍କର ମୃତ୍ୟୁ ଘଟିଥିଲା । ପଛ ବସିଥିବା ଯୁବକଙ୍କୁ ଅଚେତ ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି ।