Odisha Crime News: ଧାର ଟଙ୍କାକୁ ନେଇ ତୁମୁଳକାଣ୍ଡ, ଦମ୍ପତିଙ୍କୁ ହାଣି ପକାଇଲା ଦୁର୍ବୃତ୍ତ
Advertisement
Article Detail0/zeeodisha/odisha1816641

Odisha Crime News: ଧାର ଟଙ୍କାକୁ ନେଇ ତୁମୁଳକାଣ୍ଡ, ଦମ୍ପତିଙ୍କୁ ହାଣି ପକାଇଲା ଦୁର୍ବୃତ୍ତ

ଭୁବନେଶ୍ୱର: ମାତ୍ର ୬ ହଜାର ଟଙ୍କା ପାଇଁ ରାଜଧାନୀର ଛାତି ଉପରେ ଘଟିଯାଇଛି ତୁମୁଳକାଣ୍ଡ। ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଣେ କ୍ୟାବ ଡ୍ରାଇଭର। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବାଲିଅନ୍ତା ନିକଟରେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କ୍ୟାବ ଡ୍ରାଇଭର ପ୍ରଶାନ୍ତ ମାଝିକୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ।  ମିଳ

Odisha Crime News: ଧାର ଟଙ୍କାକୁ ନେଇ ତୁମୁଳକାଣ୍ଡ, ଦମ୍ପତିଙ୍କୁ ହାଣି ପକାଇଲା ଦୁର୍ବୃତ୍ତ

Odisha Crime News: ଭୁବନେଶ୍ୱର: ମାତ୍ର ୬ ହଜାର ଟଙ୍କା ପାଇଁ ରାଜଧାନୀର ଛାତି ଉପରେ ଘଟିଯାଇଛି ତୁମୁଳକାଣ୍ଡ। ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଣେ କ୍ୟାବ ଡ୍ରାଇଭର। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବାଲିଅନ୍ତା ନିକଟରେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କ୍ୟାବ ଡ୍ରାଇଭର ପ୍ରଶାନ୍ତ ମାଝିକୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ। 

ମିଳିଥିଲା ସୂଚନା ଅନୁଯାୟୀ ଅଭିଯୁକ୍ତ ଡ୍ରାଇଭର ପ୍ରଶାନ୍ତ ମାଝି ଓ ଆହତ ସତ୍ୟବାନ ସ୍ୱାଇଁଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ରହିଥିଲା। ବାଲିଅନ୍ତା ସାଇଫନରେ ରହୁଥିବା ସତ୍ୟବାନ ସ୍ୱାଇଁଙ୍କ ଘରକୁ ଯିବାଆସିବା କରିଥାଏ ନୟାଗଡ଼ର ମୂଳ ବାସିନ୍ଦା ପ୍ରଶାନ୍ତ। ମାସକ ତଳେ ସତ୍ୟବାନଙ୍କର ଟଙ୍କା କିଛି ଟଙ୍କା ଆବଶ୍ୟକ ପଡିବାରୁ ସେ ପ୍ରଶାନ୍ତଙ୍କ ନିକଟରୁ ୬ ହଜାର ଟଙ୍କା ହାତ ଉଧାର ନେଇଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଫେରାଇ ଦେବାକୁ ପ୍ରତିଶୃତି ଦେଇଥିଲେ ସତ୍ୟବାନ। କିନ୍ତୁ ସେ ଏହି ଟଙ୍କା ସୁଝି ପାରିନଥିଲେ। ଫଳରେ ପ୍ରଶାନ୍ତ ବାରମ୍ବାର ସତ୍ୟବାନଙ୍କୁ ଧାର ଟଙ୍କା ଫେରାଇ ଦେବାକୁ କହିଥିଲେ। 

ତେବେ ଗତକାଲି ସତ୍ୟବାନୀ ସପତ୍ନୀକ କିମ୍ଭିରିଆ ବସ୍ତିରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଏହି ସମୟରେ ସୂଚନା ପାଇ ପ୍ରଶାନ୍ତ ସୁକାନ୍ତଙ୍କ ଘରେ ପହଞ୍ଚି ସତ୍ୟବାନଙ୍କୁ ଧାର ଟଙ୍କା ମାଗିଥିଲେ। ସତ୍ୟବାନ ନିଜର ଅକ୍ଷମତା ଜଣାଇବାରୁ ପାଖରେ ରଖିଥିବା ଏକ ଧାରୁଆ ଛୁରି ସହାୟତାରେ ସତ୍ୟବାନଙ୍କୁ ଆକ୍ରମଣ କରିଥିଲେ। ଶରୀର ସାରା ଛୁରିରେ ଆକ୍ରମଣ କରିବାରୁ ସତ୍ୟବାନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ରହିଥିଲେ। ପାଖ ପଡ଼ୋଶୀ ଆସିବାରୁ ସେଠାରୁ ଅଭିଯୁକ୍ତ ପ୍ରଶାନ୍ତ ଫେରାର ହୋଇଯାଇଥିଲେ। 

ଖବର ପାଇଁ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସତ୍ୟବାନଙ୍କୁ ଉଦ୍ଧାର କରିବା ସହିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସତ୍ୟବାନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଏହି ଘଟଣାକୁ ନେଇ ସତ୍ୟବାନଙ୍କ ସମ୍ପର୍କୀୟ ସୁକାନ୍ତ ଉପାଧ୍ୟାୟ ମଞ୍ଚେଶ୍ୱର ଥାନାରେ ଲିଖିତ ଆକାରରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଥିଲେ। ତା ନିକଟରୁ ଆକ୍ରମଣରେ ବ୍ୟବହୃତ ରକ୍ତଲଗା ଛୁରି ଜବତ କରିଥିଲା। ଅପରାହ୍ଣରେ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଥିବା ନେଇ ସୂଚନା ରହିଛି। 

Also Read: ରହସ୍ୟ ବଢାଉଛି ଶବ ବ୍ୟବଚ୍ଛେଦ ରିପୋର୍ଟ, ମୃତ୍ୟୁ ପୂର୍ବରୁ ନିଶାରେ ଚୁର୍ ଥିଲେ ଶୁଭଲକ୍ଷ୍ମୀ!

Also Read: Delhi Horror Video: ସାଙ୍ଗକୁ ଅତି ନିର୍ମମ ଭାବେ ଛୁରୀମାରି ହତ୍ୟା କଲେ ଯୁବକ; ଭିଡିଓ ଭାଇରାଲ୍

Also Read: ହ୍ୱାଇଟ୍ ଡିସଚାର୍ଜରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ରାମବାଣ, ବାସ୍ କରନ୍ତୁ ଏହି ଛୋଟ କାମ